ତୁଳା ରାଶିରେ ପ୍ରବେଶ କରିଛନ୍ତି ମଙ୍ଗଳ ଗ୍ରହ : ଜାଣନ୍ତୁ କେଉଁ ରାଶିରେ କ'ଣ ପଡିବ ପ୍ରଭାବ

Published By : Prameya-News7 Bureau | November 10, 2019 IST

ଆଜି ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିଛନ୍ତି । ଦିନ ୨ଟା ୪୯ମିନିଟ୍ ସମୟରେ ମଙ୍ଗଳ ଗ୍ରହ ତୁଳା ରାଶିରେ ପ୍ରବେଶ କରିଛନ୍ତି । ୨୫ ଡିସେମ୍ବର ପର୍ଯ୍ୟନ୍ତ ମଙ୍ଗଳ ଏହି ରାଶିରେ ମଙ୍ଗଳ ଗ୍ରହ ବିରାଜମାନ ରହିବେ । ଏହା ପୂର୍ବରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା କନ୍ୟା ରାଶିରେ ଅବସ୍ଥାନ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହା ୧୨ଟି ରାଶିର ଜାତକ ଉପରେ କଣ ପ୍ରଭାବ ପକାଇବ ।

ମେଷ :

{"id":181911,"width":579,"height":443}

ସ୍ଥାୟୀ ସମ୍ପତ୍ତି କିଣା-ବିକାରୁ ଲାଭ ମିଳିପାରେ । ପ୍ରତିନ୍ଦ୍ବନ୍ଦ୍ବିତା ରହିବ । ଆବଶ୍ୟକତା ବେଳେ ଜୀବନସାଥୀଙ୍କ ସହଯୋଗ ଯୋଗୁଁ ମନ ପ୍ରସନ୍ନ ରହିବ । ଚାକିରିରେ ଉପସ୍ଥିତ କର୍ମଚାରୀଙ୍କ ସହଯୋଗ ମିଳିବ । ବ୍ୟବସାୟ ଠିକ୍ ଠାକ୍ ଚାଲିବ । ଆୟରେ ବୃଦ୍ଧି ଘଟିବ । ଅନ୍ୟମାନଙ୍କ କାମରେ ହସ୍ତକ୍ଷେପ କରନ୍ତୁ ନାହିଁ ।

ବୃଷ :

{"id":181912,"width":578,"height":443}

ଚଞ୍ଚଳ ମନ ଉପରେ ନିୟନ୍ତ୍ରଣ ରଖନ୍ତୁ । ମାଲି ମୋକଦ୍ଦମାର ସମାଧାନ ହେବ । ତରବରିଆ ଭାବେ ଅର୍ଥର ଅପବ୍ୟୟ ହୋଇପାରେ । ବ୍ୟବସାୟରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଶାନ୍ତି ବଜାୟ ରହିବ । ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟ ସଫଳ ହେବ । ଘରେ ଏବଂ ବାହାରେ ସୁଖ ଶାନ୍ତି ବଜାୟ ରହିବ ।

ମିଥୁନ :

{"id":181913,"width":577,"height":442}

ଘରେ ଏବଂ ବାହାରେ ଅଶାନ୍ତି ରହିବ । କାର୍ଯ୍ୟରେ ବାଧା ଉପୁଜିପାରେ । କମ୍ ଆୟ ହେବ । ଚାକିରୀ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ । ବିନା କାରଣରେ ଲୋକଙ୍କ ସହ ପାଟିତୁଣ୍ଡ ହୋଇପାରେ । ଦୁଃଖ ଖବର ମିଳିପାରେ । ବ୍ୟବସାୟରେ ସନ୍ତୁଷ୍ଟ ହେବେ ନାହିଁ । ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ ।

କର୍କଟ :

{"id":181914,"width":578,"height":443}

ପାର୍ଟି କିମ୍ବା ପିକନିକର ଯୋଜନା ହୋଇପାରେ । ବନ୍ଧୁମାନଙ୍କ ସହ ସମୟ ଭଲରେ କଟିବ । ସ୍ବାଦିଷ୍ଟ ଭୋଜନର ଆନନ୍ଦ ମିଳିବ । ବୌଦ୍ଧିକ କାର୍ଯ୍ୟ ସଫଳ ରହିବ । କୌଣସି ଜ୍ଞାନୀଲୋକଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । କାଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ । ଶତ୍ରୁ ସକ୍ରିୟ ରହିବେ । ଜୀବନସାଥୀଙ୍କ ସ୍ବସ୍ଥ୍ୟ ପାଇଁ ଚିନ୍ତିତ ରହିବେ ।

ସିଂହ :

{"id":181915,"width":576,"height":441}

ଚାକିରୀ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ବିନିଯୋଗ ଫଳପ୍ରଦ ରହିବା । ବାକି ରହିଥିବା କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ । ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ । କାହାକୁ ଅଯଥାରେ ପରାମର୍ଶ ଦିଅନ୍ତୁନାହିଁ ।

କନ୍ୟା :

{"id":181916,"width":576,"height":441}

ପ୍ରୟାସ ସଫଳ ରହିବ । କୌଣସି ବଡ କାର୍ଯ୍ୟର ସମସ୍ୟା ଦୂର ହେବ । ବନ୍ଧୁମାନଙ୍କୁ ସାହାଯ୍ୟ କରିପାରିବେ । କରଜ ଭାର କମ୍ ହେବ । ମନ ଶାନ୍ତ ରହିବ । ସାମାଜିକ ପ୍ରତିଷ୍ଠା ବଢିବ । ବ୍ୟବସାୟ ମନ ମୁତାବକ ଚାଲିବ । ଚାକିରି କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ବିନିଯୋଗ ଫଳପ୍ରଦ ରହିବା । ଯାତ୍ରା ସଫଳ ହେବ ।

ତୁଳା :

{"id":181917,"width":578,"height":443}

ଅତ୍ୟଧିକ ଖର୍ଚ୍ଚ ହେବ । ବ୍ୟବସାୟରେ କ୍ଷତି ହେବ । ଚାକିରି କ୍ଷେତ୍ରରେ ବିବାଦ ଉପୁଜିପାରେ । ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ । କ୍ଲାନ୍ତି ଅନୁଭବ କରିବେ । ବାକି ରହିଥିବା କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ । ସବୁବେଳେ ଚିନ୍ତାରେ ରହିବେ । ଆୟରେ ବୃଦ୍ଧି ହେବ ।

ବିଛା :

{"id":181918,"width":578,"height":443}

ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ । ବ୍ୟବସାୟିକ ଯାତ୍ରା ସଫଳ ରହିବ । ଅପ୍ରତ୍ୟାଶିତ ଲାଭର ଯୋଗ ରହିଛି । ଭାଗ୍ୟ ସାଥ୍ ଦେବ । ବ୍ୟବସାୟ ଠିକ୍ ଠାକ୍ ଚାଲିବ । ଚାକିରିରେ ପଦୋନ୍ନତି ହୋଇପାରେ । ଜୁଆ, ସଟ୍ଟା, ଲଟେରି ନିଶାରେ ପଡନ୍ତୁନାହିଁ । ନିବେଶ ଲାଭପ୍ରଦ ରହିବ ।

ଧନୁ :

{"id":181919,"width":578,"height":443}

ନୂଆ ଯୋଜନା କରିବେ । କାର୍ଯ୍ୟ ପ୍ରଣାଳୀରେ ସୁଧାର ହେବ । ସାମାଜିକ କାର୍ଯ୍ୟ କରିବାର ଇଚ୍ଛା ଜାଗୃତ ହେବ । ପ୍ରତିଷ୍ଠା ବୃଦ୍ଧି ହେବ । ସୁଖ ପ୍ରାପ୍ତ ହେବ । ଆୟ ବଢିପାରେ । ବ୍ୟବସାୟ ଲାଭପ୍ରଦ ହେବ । ନିବେଶ ସୁଖପ୍ରଦ ହେବ । ଘରେ ଏବଂ ବାହାରେ ସହଯୋଗ ଏବଂ ପ୍ରସନ୍ନତାରେ ବୃଦ୍ଧି ହେବ ।

ମକର :

{"id":181920,"width":576,"height":441}

ଅଜ୍ଞାତ ଭୟ ଏବଂ ଚିନ୍ତା ରହିବ । ଯାତ୍ରା ସଫଳ ହେବ । ଆଖିରେ ଯନ୍ତ୍ରଣା ହୋଇପାରେ । ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ । କାହାକୁ ଅଯଥାରେ ପରାମର୍ଶ ଦିଅନ୍ତୁନାହିଁ । ବାକି ରହିଥିବା ଅର୍ଥ ପ୍ରାପ୍ତ ହେବ । ବ୍ୟବସାୟରେ ସଫଳତା ମିଳିବ । ଧନ ଅର୍ଜନ କରିବେ ।

କୁମ୍ଭ :

{"id":181921,"width":577,"height":441}

କ୍ରୋଧ ଏବଂ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ । ବିବାଦକୁ ବଢାନ୍ତୁ ନାହିଁ । ପୁରୁଣା ରୋଗ ସମସ୍ୟା ସୃଷ୍ଟି କରିବ । ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ବୃଦ୍ଧି ହେବ । ଛୋଟ ଭୁଲ୍ ପାଇଁ ସମସ୍ୟା ବଢିପାରେ । ବ୍ୟବସାୟ ଠିକ୍ ଚାଲିବ । ବନ୍ଧୁବାନ୍ଧବ ସହାୟତା କରିବେ । ଆୟ ବୃଦ୍ଧି ହେବ ।

ମୀନ :

{"id":181922,"width":579,"height":443}

ପୂଜା-ପାଠ ଏବଂ ସତସଙ୍ଗରେ ମନୋନିବେଶ କରିବେ । ମନ ଖୁସି ରହିବ । କୋର୍ଟ କଚେରୀ କାମ ସଫଳ ରହିବ । ଲାଭ ମିଳିବ । ପ୍ରସନ୍ନତାର ବାତାବରଣ ରହିବ । କୌଣସି ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ଅବସର ପ୍ରାପ୍ତ ହୋଇପାରେ । ଅନ୍ୟମାନଙ୍କ କାମରେ ଦଖଲ ଦିଅନ୍ତୁନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.