Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସଙ୍ଗରୋଧ ମାନିଲେନି ସଙ୍ଗିନୀ, କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରେମ ବିବାହ

3/06/2020 at 2:49 PM

କୁମ୍ଭାରୀ ୦୩।୦୬ : ବର୍ତ୍ତମାନ ସ୍ଥିତିରେ କ୍ୱାରେଣ୍ଟାଇନ୍‌ ସେଣ୍ଟରର ପାଖ ମାଡ଼ିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି । ଏଭଳି ସମୟରେ ଜଣେ ଯୁବତୀ ପ୍ରେମ ପାଇଁ ଭିନ୍ନ ଏକ ଜିଲ୍ଲାରୁ ଆସି କ୍ୱାରେଣ୍ଟାଇନ୍‌ ସେଣ୍ଟର ବାଡ଼ ଡେଇଁ ନିଜ ପ୍ରେମିକ ପାଖରେ ପହଞ୍ଚିଛନ୍ତି । ଆଉ ଉଭୟ (ପ୍ରେମିକ-ପ୍ରେମିକା) ବିବାହ ବନ୍ଧନରରେ ଆବଦ୍ଧ ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅଞ୍ଚଳରେ । ବରପାଲି ବ୍ଳକ କୁମ୍ଭାରୀ ଗାଁର ମହାନନ୍ଦ କଲେତ (୨୨) ତାମିଲନାଡ଼ୁରୁ ଫେରି ୪ ଦିନ ହେଲା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି । ଏ ସମ୍ପର୍କରେ ପ୍ରେମିକା ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ସୁମନ କଲେତ (୨୫)ଙ୍କୁ ଜଣାଇଥିଲେ ।

ପରେ ପ୍ରେମିକା ଜଣକ ପ୍ରେମିକଙ୍କୁ ଦେଖିବା ପାଇଁ କୁମ୍ଭାରୀ ଚାଲି ଆସିଥିଲେ । ଗ୍ରାମବାସୀ ତାଙ୍କୁ ଦେଖିଦେବାରୁ କ୍ୱାରେଣ୍ଟାଇନ୍‌ ସେଣ୍ଟର ବାଡ଼ ଡେଇଁ ସ୍କୁଲ୍‌ ପରିସରରେ ପ୍ରବେଶ କରି ପ୍ରେମିକଙ୍କ ସହ ଭେଟ ହୋଇଥିଲେ । ଏ ବିଷୟରେ ସରପଞ୍ଚ ପ୍ରଶାସନକୁ ଜଣାଇ ତାଙ୍କୁ ସେଠାରେ ଅଟକ ରଖିଥିଲେ । ପରେ ଗତକାଲି ଅପରାହ୍ନରେ ବିଡିଓ, ତହସିଲଦାର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବରପାଲି ପୁଲିସ୍‌, ଆଶା, ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟକର୍ମୀ ତଥା ପୁଅର ମାତାପିତା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଭୟଙ୍କ ବାହାଘର କରାଯାଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

   Related Posts