କରୋନା କଟକଣାକୁ ବେଖାତିର : ଦିନ ଦିପହରରେ ବାହାଘର , ଶହ ଶହ ବରଯାତ୍ରୀଙ୍କୁ ନେଇ ଚାଲିଛି ପଟୁଆର
25/05/2020 at 12:12 PM

ସାଲେପୁର ୨୫।୦୫: କରୋନା କଟକଣା ସତ୍ବେ ଚେତୁ ନାହାଁନ୍ତି ଲୋକ। ସରକାର ସଚେତନ କଲେ ବି ମାନୁ ନାହାଁନ୍ତି କିଛି ଅମାନିଆ । ବାହାଘର ଚାଲିଛି ଆଉ ଦିନ ଦ୍ବିପ୍ରହରରେ ବାଜା ବଜାଇ, ନାଚି ନାଚି ଯାଉଛନ୍ତି ବରଯାତ୍ରୀ । ସାମାଜିକ ଦୂରତା ଗାଇଡଲାଇନ୍ କୁ ଫୁ କରି ଦେଇଛନ୍ତି । ଗତକାଲି କଟକ ଜିଲ୍ଲା ସାଲେପୁର ଥାନା ଓରାବାରି ଗାଁରେ ଏଭଳି ଏକ ବାହାଘର ହୋଇଛି ।

ସାଲେପୁର ଥାନା ତେନ୍ତୋଳ ପଂଚାୟତ ଜଳହରି ଗାଁର ଅଲେଖ ପରିଡ଼ାଙ୍କ ପୁଅ ଶହ ଶହ ବର ଯାତ୍ରୀଙ୍କୁ ଧରି ଓରାବାରି ଗାଁର ସନାତନ ମହାନ୍ତିଙ୍କ ଝିଅକୁ ବାହା ହେବାକୁ ଯାଇଥିଲେ । ବାଜା, ରୋଷଣୀ ଓ ପଟୁଆର ଚାଲିଥିଲା । ନାଚି ନାଚି ପୂରା ଇଲାକା କମ୍ପାଇ ଦେଇଥିଲେ ବରଯାତ୍ରୀ । ବର ନିଜ ଘରୁ ବାହାରି କନିଆଁ ଘର ଯାଏଁ ଯିବା ପର୍ଯ୍ୟନ୍ତ କୈାଣସି ସୋସିଆଲ ଡିସଣ୍ଟାନ୍ସିଂ ରକ୍ଷା କରାଯାଇନଥିଲା। ବିବାହ କାର୍ଯ୍ୟରେ ସର୍ବାଧିକ ୫୦ଜଣ ସାମିଲ ହେବା ଲାଗି ଗାଇଡଲାଇନ ରହିଛି । ହେଲେ ଏସବୁ କାହାର ଖାତିର ନଥିଲା । ଏନେଇ ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି ଯେ, ଅଭିଯୋଗ ନେଇ ତଦନ୍ତ କରାଯିବ ।