ଏମରଜେନ୍ସି ବାହାଘର ! ରାତି ୮ରେ ଚାଲିଲା କୋର୍ଟ

Published By : Prameya-News7 Bureau | April 16, 2020 IST

ରୋହତକ ୧୬।୦୪: ପ୍ରେମ ଆଗରେ ସବୁ ଫିକା । ପ୍ରେମ ସର୍ବଦା ସାସ୍ୱତ....ମାନେ ନାହିଁ ବାଡ, ବନ୍ଧ କି ଜାତି, ଧର୍ମ, ବର୍ଣ୍ଣ ।  ଯାହା କରୋନା ପାଇଁ ଦେଶବ୍ୟାପୀ ଲକଡାଉନ ହୋଇଛି । ଏମିତିକି ସାଂସ୍କୃତିକ, ବିବାହ ଉତ୍ସବ ସମ୍ବର୍ଣ୍ଣ ବନ୍ଦ ହୋଇଛି । କିନ୍ତୁ ଏହି ସମୟରେ ବିବାହ ବନ୍ଦନରେ ଲକ୍ ହୋଇଛନ୍ତି ପ୍ରେମୀଯୁଗଳ । ହରିୟାଣାରୁ ଏମିତି ଖବର ଆସିଛି । ହରିୟାଣା ରୋହତକର ନିରଂଜନ କଶ୍ୟପ  ଜଣେ ବିଦେଶିନୀକୁ ବିବାହ କରିଛନ୍ତି । ମେକ୍ସିକୋର ନାଗରିକ ଡାନାଙ୍କୁ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ବିବାହ କରିଛନ୍ତି ।

{"id":255059,"sizeSlug":"large"}

କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲକଡାଉନ୍‌ ଜାରି ଥିବାବେଳେ ଏକ ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହରେ ବର ହେଉଛନ୍ତି ହରିଆନାର, କନ୍ୟା ମେକ୍ସିକୋର । ସୋମବାର ରୋହତକରେ ଏମାନଙ୍କ ବିବାହ ହୋଇଥିବାବେଳେ ଏଥିପାଇଁ ରାତିରେ କୋର୍ଟ ଖୋଲିଥିବାର ଜଣାପଡ଼ିଛି । ରିପୋର୍ଟ ଅନୁସାରେ ରୋହତକର ଏକ କଲୋନୀର ବାସିନ୍ଦା ନିରନ କଶ୍ୟପଙ୍କର ତିନି ବର୍ଷ ପୂର୍ବରୁ ଜଣେ ମେକ୍ସିକାନ୍‌ ଝିଅ ଡାନା ଜୋହେରି ଓଲିଭରୋସ କ୍ରୁଜଙ୍କ ସହ ଅନ୍‌ଲାଇନରେ ବନ୍ଧୁତା ସୃଷ୍ଟି ହୋଇଥିଲା । ସେତେବେଳେ ସେମାନେ ଅନ୍‌ଲାଇନରେ ସ୍ପେନିଶ ଲାଙ୍ଗୁଏଜ୍‌ କୋର୍ସ କରୁଥିଲେ । ସେମାନଙ୍କର ଏହି ବନ୍ଧୁତା ପ୍ରେମରେ ପରିଣତ ହେବା ପରେ ନିରନ ଡାନାଙ୍କୁ ଭେଟିବାକୁ ମେକ୍ସିକୋ ଯାଇଥିଲେ । ୨୦୧୮ ନଭେମ୍ୱର ମାସରେ ଡାନା ଓ ତାଙ୍କର ମା’ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ ।

{"id":255060,"sizeSlug":"large"}

ସେହି ସମୟରେ ନିରନଙ୍କର ଜନ୍ମଦିନରେ ଉଭୟଙ୍କର ନିର୍ବନ୍ଧ ସଂପନ୍ନ ହୋଇଥିଲା । କିନ୍ତୁ ବିବାହ ଆଗରେ ସମସ୍ୟା ସାଜିଥିଲା ନାଗରିକତ୍ୱ । ତେଣୁ ଫେବ୍ରୁଆରୀ ୧୧ ତାରିଖରେ ମା’ଙ୍କୁ ନେଇ ପୁଣି ରୋହତକ ଆସିଥିଲେ ଡାନା । ମାସକ ମଧ୍ୟରେ ସବୁ କାମ ସରିଯିବ ବୋଲି ଆଶା କରିଥିଲେ । ବିବାହକୁ ମଞ୍ଜୁରି ଦେବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରାଯାଇଥିଲା । ହେଲେ ଲକଡାଉନ୍‌ ହେବାରୁ ସବୁକିଛି ଅଟକି ଗଲା । ଏହି ଖବର ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ସୋମବାର ରାତି ୮ଟାରେ କୋର୍ଟ ଖୋଲିଥିଲେ ଏବଂ ବିବାହ ସଂପନ୍ନ ହୋଇଥିଲା । ଏହି ଅବସରରେ ଉଭୟ ପକ୍ଷରୁ ଦୁଇଜଣ ଲେଖାଏଁ ସାକ୍ଷୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.