ବିବାହିତ ଯୁବକଙ୍କ ଅପମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା, ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲା ଜଟିଳ

Published By : Prameya-News7 Bureau | May 22, 2020 IST

ତେଲକୋଇ୨୨/୫: ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ । ଏନେଇ ତେଲକୋଇ ଥାନାରେ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଲକୋଇ ଥାନା ଅନ୍ତର୍ଗତ ବିରବରପୁର ନୂଆଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଯୁବକ ଜଣଙ୍କ ହେଲେ ମକାପୁଡା ଗାଁର ପରମେଶ୍ବର ମହାନ୍ତ ।ଗତକାଲି ସନ୍ଧ୍ୟାରୁ ଏହି ଯୁବକ ନିଖୋଜ ଥିବା ବେଳେ ଶନିବାର ତାଙ୍କ ପ୍ରେମିକାଙ୍କ ଘର ପଛପଟ ଥିବା ମହୁଲ ଗଛରେ ଯୁବକଙ୍କ ଶବ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଥିଲେ। ପରମେଶ୍ବର ବିବାହିତ ଥିଲେ ମଧ୍ୟ ବିରବରପୁର ନୂଆଗାଁରେ ଜଣେ ଯୁବତୀଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ।

ଏହି ପ୍ରେମ ସଂପର୍କକୁ କେନ୍ଦ୍ରକରି ପୂର୍ବରୁ ୨ ପରିବାର ଭିତରେ ତିକ୍ତତା ଲାଗିଥିବା ସୂଚନା ମିଳିଛି। ତେବେ ମଝିରେ ଏ ନେଇ ତେଲକୋଇ ଥାନାରେ ଦୁଇ ପରିବାର ମଧ୍ୟରେ ମିଳାମିଶା ହୋଇ ଥିଲା । ଏ ଘଟଣାକୁ ନେଇ ପରମେଶ୍ବରଙ୍କ ପରିବାର ପକ୍ଷରୁ ପରମେଶ୍ବରଙ୍କୁ ହତ୍ଯା କରାଯାଇଥିବା ନେଇ ଅଭିଯୋଗ ହୋଇଛି।ତେବେ ପୁଲିସ ତଦନ୍ତ ଜାରି ରଖିଛି  ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.