Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ଗୁଣିଗାରେଡ଼ି ପାଇଁ ମହିଳାଙ୍କୁ ନିର୍ଯ୍ୟାତନା ଦେଲେ ବାପଘର ଲୋକେ ! ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି

1/03/2019 at 5:53 PM

ବାଲେଶ୍ବର୧|୩(ବ୍ରହ୍ମ ରଥ):ଆଜିବି ଅନ୍ଧବିଶ୍ବାସ ଲୋକଙ୍କର ପିଛା ଛାଡ଼ୁନାହଁ। ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଲୋକାମନେ ନିଜ ପରିବାର ଲୋକଙ୍କୁ ମଧ୍ୟ ଯନ୍ତ୍ରଣାଦେବାକୁ ଛାଡ଼ୁନାହାନ୍ତି। ଏପ୍ରକାର ନିର୍ଯ୍ୟାତନାର ଶିକାରହୋଇ ମୃତ୍ୟୁବରଣ କରୁଥିବାବେଳେ ଆଉ କତେକ ମୃତ୍ୟୁସହ ସଂଗ୍ରାମ କରିଥାନ୍ତି ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ରାଇବଣିଆଥାନା ଅନ୍ତର୍ଗତ ଗୋପାଳପ୍ରସାଦ ଗାଁରେ। 

୧୫ବର୍ଷତଳେ ଗୋପାଳପ୍ରସାଦ ଗାଁର ରବିନ୍ଦ୍ର ଦଳେଇ ବିବାହ କରିଥିଲେ ଗୟାପ୍ରସାଦ ଦଣ୍ଡପାଠଙ୍କର ଏକମାତ୍ର କନ୍ୟା ସନ୍ଧ୍ୟାଙ୍କୁ। ସନ୍ଧ୍ୟାଙ୍କର ୨ଟି ପୁଅ। ପିଲାମାନେ ସ୍କୁଲରେ ପଢ଼ୁଅଛନ୍ତି। ରବିନ୍ଦ୍ର ମୂଲ ମଜୁରୀ କରି ପରିବାର ପୋଷନ୍ତି। ପ୍ରାୟ ପ୍ରତ୍ୟକ ଦିନ ସନ୍ଧ୍ୟା ଓ ତାଙ୍କର ସ୍ବାମୀ ବାପଘରକୁ ଆସିଥାନ୍ତି। ଅଧତ୍କାଂଶ ଥର ରାତିରେ ଖିଆପିଆ କରି ଘରକୁ ଫେରିଥାନ୍ତି।

ଗତ ବୁଧବାରଦିନ ସନ୍ଧ୍ୟା ତାଙ୍କ ସ୍ବାମୀ ଓ ପିଲାଙ୍କ ସହ ଅପରାହ୍ନରେ ବାପଘରକୁ ଆସିଥିଲେ। ସେଦିନ ବାପଘରେ ମନସାପୂଜା ହେଉଥିଲା। ସନ୍ଧ୍ୟାକୁ ତାଙ୍କର ୨ଭାଇ ଓ ଭାଉଜ ଜୋର ଜବରଦସ୍ତ ଯେଉଁଘରେ ମନସାଦେବୀଙ୍କର ପୂଜାହୁଏ ସେହିଘରକୁ ନେଇଯାଇଥିଲେ ।

କିଛି ସମୟ ପରେ ସନ୍ଧ୍ୟା ଚିତ୍କାର କରିଥିଲେ। ହଲେ କେହି ତାଙ୍କୁ ବାହାରକୁ ଛାଡ଼ନଥିଲେ ।  ତାଙ୍କର ସ୍ବାମୀ ରବିନ୍ଦ୍ର ସନ୍ଧ୍ୟାଙ୍କୁ ବାହାରକୁ ଛାଡ଼ବାକୁ କହିଥିଲେ ହେଁ  ତାଙ୍କର ଶ୍ବଶୁର ତାଙ୍କୁ ଅଟକାଇ ଦେଇଥିଲେ। ପରେ ଚିତ୍କାର ଅଧତ୍କ ହେବାରୁ ରବିନ୍ଦ୍ର ଗାଁଲୋକଙ୍କୁ ଡ଼।କିଥିଲେ ।ଫଳରେ ସନ୍ଧ୍ୟାଙ୍କୁ ତାଙ୍କର ଭାଇ ଓ ଭାଉଜ ବହାରକୁ ଛାଡିଥିଲେ। ସନ୍ଧ୍ୟା କ୍ଷତ ବିକ୍ଷତ ହୋଇ ବାହାରକୁ ଆସି ଚେତାଶୂନ୍ୟ ହୋଇ ପଡ଼ଯାଇଥିଲେ ।

ପରେ ଗ୍ରାମବାସୀଙ୍କର ହସ୍ତକ୍ଷେପ ହେତୁ ତାଙ୍କୁ ପରିବାର ଲୋକେ ହାତିଗଡ଼ ହସ୍ପିଟାଲକୁ ନେଇ ଯାଇଥିଲେ। ଚେତା ଆସିବାପରେ ସନ୍ଧ୍ୟା ସମସ୍ତକଥା ତାଙ୍କର ସ୍ବାମୀଙ୍କୁ କହିଥିଲେ। 

ହଲେ ସନ୍ଧ୍ୟାଙ୍କର ଅବସ୍ଥା ଅତ୍ୟନ୍ତ ଖରାପ ହେବାରୁ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କର ସ୍ବାମୀ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନେଇ ଆସିଥିଲେ।  ସନ୍ଧ୍ୟା ଏବେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଅବସ୍ଥା ଭଲ ନାହଁ। ମୁଣ୍ଡ ଓ ଆଖିରେ କ୍ଷତ ଚିହ୍ନ ରହିଛି। ମୁହଁ ଫୁଲି ଯାଇଛି। ଅର୍ଥ ପାଇବା ଲୋଭରେ ସନ୍ଧ୍ୟାଙ୍କ ଭାଇ ଓ ଭାଉଜ ସନ୍ଧ୍ୟାଙ୍କ ମୁଣ୍ଡ ଓ ଆଖିକୁ କଣାକରି ରକ୍ତନେଇ ମନସାଦେବୀଙ୍କ ନିକଟରେ ଭୋଗ ଦେଇଥିବା ସନ୍ଦେହ କରାଯାଉଛି।

ସ୍ତ୍ରୀର ଅବସ୍ଥା ଟିକେ ଭଲହଲେ ସ୍ବାମୀ ରବିନ୍ଦ୍ର ଶ୍ବଶୁର, ଶଳା ଓ ଶଳାଭାଉଜ ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏବେବି ସନ୍ଧ୍ୟାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଅଛି।

   Related Posts