ବିବାହିତା ମହିଳାମାନେ କାହା ସହିତ ସେୟାର କରନ୍ତୁ ନାହିଁ ନିଜର ଏହି ସବୁ ଜିନିଷ : ବିପଦରେ ପଡ଼ିବ ସ୍ବାମୀଙ୍କ ଜୀବନ

Published By : Prameya-News7 Bureau | October 23, 2019 IST

ଅନେକ ବିବାହିତା ମହିଳାଙ୍କର ଅଭ୍ୟାସ ରହିଥାଏ ଯେ ସେମାନେ ନିଜର ସୁହାଗର ଜିନିଷ ସମସ୍ତଙ୍କ ସହ ସେୟାର କରିଥାଆନ୍ତି। କିନ୍ତୁ ଏପରି କରିବା ଆପଣଙ୍କ ପାଇଁ କେତେ ହାନିକାରକ ହୋଇଥାଏ ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ। ଆଜି ଆମେ ଜାଣିବୁ ଯେ କେଉଁ ସୁହାଗ ଜିନିଷ ଅନ୍ୟ ସହିତ ବାଣ୍ଟିବା ଦ୍ବାରା କୁପ୍ରଭାବ ପଡ଼ିଥାଏ।

{"id":173749}

୧.ହାତ ମେହେନ୍ଦୀ : ହାତର ମେହେନ୍ଦୀ ସୁହାଗର ପ୍ରତୀକ ହୋଇଥାଏ। ମେହେନ୍ଦୀ ସ୍ବାମୀଙ୍କର ଦୀର୍ଘାୟୁ କାମନା ପାଇଁ ଲଗାଯାଇଥାଏ। ମେହେନ୍ଦୀର ରଙ୍ଗ ଯେତେ ଗାଢ଼ ହୋଇଥାଏ ସ୍ବାମୀଙ୍କ ଭଲ ପାଇବା ମଧ୍ୟ ସେହଭଳି ପ୍ରଗାଢ଼ ହୋଇଥାଏ। ଯଦି ଆପଣ କାହା ସହ ମେହେନ୍ଦୀ ବାଣ୍ଟିଥାଆନ୍ତି ତେବେ ଆପଣଙ୍କ ସ୍ବାମୀଙ୍କ ପ୍ରେମ ମଧ୍ୟ ବାଣ୍ଟି ହୋଇଯାଇଥାଏ। ଏଥିପାଇଁ କେବେବି ଆପଣ ଲଗାଉଥିବା ମେହେନ୍ଦୀ କାହାରି ସହ ବାଣ୍ଟନ୍ତୁ ନାହିଁ।

{"id":173751,"width":583,"height":451}

୨.ସିନ୍ଦୂର : ସୁହାଗର ପ୍ରତୀକ ଭାବେ ମଥାର ସିନ୍ଦୂର ସବୁଠୁ ଖାସ୍ ହୋଇଥାଏ। ଆପଣଙ୍କ ସିନ୍ଦୂର ଡବାରୁ କାହାକୁ ସିନ୍ଦୂର ଲଗାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ବାରା ଆପଣଙ୍କ ସୁଖ ସମୃଦ୍ଧି ନାଶ ହୋଇ ଯାଇଥାଏ।

{"id":173754,"width":581,"height":387}

୩.ବିବାହ ବସ୍ତ୍ର: ବିବାହ ବସ୍ତ୍ର ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ,ଆପଣ ବିବାହ ବସ୍ତ୍ରକୁ କାହାରି ସହ ସେୟାର କରିବା ଅନୁଚିତ୍। ନଚେତ୍ ଆପଣଙ୍କ ସୌଭାଗ୍ୟ ଉପରେ ସଙ୍କଟ ଆସିବ।

{"id":173757}

୪.ଚୁଡ଼ି : ହାତର ଚୁଡ଼ି ସୁହାଗର ପ୍ରତୀକ ହୋଇଥାଏ। ଅନେକ ଥର ମହିଳାମାନେ ମ୍ୟାଚିଙ୍ଗ ଚୁଡ଼ିର ଚକ୍କରରେ ନିଜ ଚୁଡ଼ିକୁ ଅନ୍ୟ ସହ ସେୟାର କରିଥାଆନ୍ତି। କିନ୍ତୁ ଏପରି ବିଲକୁଲ କରିବା କଥା ନୁହେଁ। ଏହା ଆପଣଙ୍କ ସୁହାଗ ପାଇଁ ଠିକ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.