Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ନବରାତ୍ରିର ୯ଦିନ ବିବାହିତା ମହିଳାମାନେ କରନ୍ତୁ ନାହିଁ ଏସବୁ କାମ : ହୋଇପାରେ ସର୍ବନାଶ

23/09/2019 at 3:08 PM

ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ ଏହି ସମୟକୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଇଥାଏ। କେବଳ ଏତିକି ନୁହେଁ ଭକ୍ତମାନେ ମଧ୍ୟ ଏହି ଦିନକୁ ଚାତକ ଭଳି ଚାହିଁ ରହିଥାଆନ୍ତି। କୁହାଯାଏ ନବରାତ୍ରିର ଏହି ୯ଦିନରେ ଭକ୍ତମାନେ ମାଆଙ୍କୁ ପ୍ରସନ୍ନ କରି ଥାଆନ୍ତି ଏବଂ ମାଆ ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିଥାଆନ୍ତି। ଏହି ୯ଦିନରେ ମାଆଙ୍କର ୯ଟି ରୂପକୁ ପୂଜା କରାଯାଇଥାଏ। ଦଶମ ଦିନ ଦଶହରା ନାଁରେ ପ୍ରସିଦ୍ଧ ହୋଇଥାଏ।

ନବରାତ୍ରି ବର୍ଷକୁ ୪ଥର ଆସିଥାଏ। ପୌଷ,ଚୈତ୍ର,ଆଷାଢ଼,ଆଶ୍ବିନ ପ୍ରତିପଦାରୁ ଏହା ନବମୀ ଯାଏଁ ପାଳନ କରାଯାଇଥାଏ। ନବରାତ୍ରିର ୯ଟି ରାତିରେ ୩ଦେବୀଙ୍କୁ – ମହାଲକ୍ଷ୍ମୀ,ମହାସରସ୍ବତୀ ଏବଂ ଦୁର୍ଗାଙ୍କ ୯ଟି ସ୍ବରୂପଙ୍କ ପୂଜା ହୋଇଥାଏ ଯାହାଙ୍କୁ ନବଦୁର୍ଗା କୁହାଯାଇଥାଏ।

କୁହାଯାଏ ଯେ ମାଆ ଦୁର୍ଗା ଭଗବାନ ଶିବଙ୍କୁ ସ୍ବାମୀଙ୍କ ରୂପରେ ପାଇବା ପାଇଁ ଯେଉଁଭଳି ଭାବେ କଠିନ ତପସ୍ୟା କରିଥିଲେ ଠିକ୍ ସେହିପରି ଯେଉଁ ମହିଳାମାନେ ୯ଦିନରେ ମାଆ ଦୁର୍ଗାଙ୍କୁ ପୂଜା କରିଥାଆନ୍ତି ମାଆ ସେମାନଙ୍କୁ ବିଶେଷ ବରଦାନ ଦେଇଥାଆନ୍ତି। କିନ୍ତୁ ଅନେକ ଥର ଅଜାଣତରେ ଏପରି କିଛି ଭୁଲ୍ ହୋଇଥାଏ ଯେଉଁଗୁଡ଼ିକଠୁ ସାବଧାନ ରହିବା ଉଚିତ୍। ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ ମହିଳାଙ୍କୁ କ’ଣ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ୍।

ନବରାତ୍ରିରେ ପ୍ରତିଦିନ ବ୍ୟକ୍ତିଙ୍କୁ ମାଆଙ୍କ ମନ୍ଦିରରେ ଯାଇ ତାଙ୍କର ପୂଜା କରିବା ଉଚିତ୍ ଏବଂ ପରିବାରର ସୁଖଶାନ୍ତି ବଜାୟ ରହିବା ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ବିବାହିତା ମହିଳା ଏହି ୯ଦିନରେ ମାଆଙ୍କୁ ନିଜ ମନରୁ ପୂଜା କରିଥାଆନ୍ତି ତେବେ ତାଙ୍କୁ ବିଶେଷ ଫଳ ମିଳିଥାଏ। କେବଳ ଏତିକି ନୁହେଁ ସେମାନଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଅଷ୍ଟମୀ ଦିନ ମାଆଙ୍କ ବିଶେଷ ପୂଜାର ଆୟୋଜନ କରାଯିବା ଶୁଭ ହୋଇଥାଏ। ଏହି ପୂଜା ପାଇଁ ଯଦି କୌଣସି ବ୍ରାହ୍ମଣଙ୍କ ସହାୟତାରେ ବିଧି ବିଧାନରେ କରାଯାଏ ତେବେ ଆହୁରି ଉତ୍ତମ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଏହି ୯ଦିନରେ କ’ଣ କ’ଣ ନକରିବା ଉଚିତ୍ :

  • ଧ୍ୟାନ ରଖନ୍ତୁ ଯେ ଏହି ୯ଦିନ ଘରେ ପିଆଜ ଏବଂ ରସୁଣର ବ୍ୟବହାର କରନ୍ତୁ ନାହିଁ।
  • ନବରାତ୍ରିର ଏହି ୯ଦିନ ବ୍ୟକ୍ତିଙ୍କୁ ଦାଢ଼ି,ନଖ ଏବଂ କେଶ ନ କାଟିବା ଉଚିତ୍। ଶାସ୍ତ୍ରରେ ଏସବୁ କାମ ନବରାତ୍ରି ସମୟରେ କରିବାକୁ ବାରଣ କରାଯାଇଛି।
  • ଏହି ୯ଦିନ ବ୍ୟକ୍ତି ମାଂସ ଏବଂ ମଦ ପିଇବା ଅନୁଚିତ୍।
  • ଏହି ୯ଦିନ ଯଦି ଆପଣ ବ୍ରତ କରନ୍ତୁ ବା ନ କରନ୍ତୁ ତଥାପି ଆପଣଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡ଼ିବ। ଏହା ଦ୍ବାରା ମାଆଙ୍କ କୃପା ଆପଣଙ୍କ ଉପରେ ରହିବ।

   Related Posts