Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୁରୀରେ ଚର୍ଚ୍ଚା: ପ୍ରେମିକ ସହ ଛୁ’ ମାରିଲେ ମହିଳା, ପୁଣି ୪ ଦିନ ପରେ ଫେରିଲେ, ସ୍ବାମୀ କହିଲେ- ଏହି ସର୍ତ୍ତ ପୂରଣ କଲେ ଘରେ ରଖିବି

21/10/2020 at 9:13 PM

ପୁରୀ୨୦/୧୦: ପିଲଛୁଆ ଆଉ ସ୍ବାମୀଙ୍କ ହସ ଖୁସିରେ କାଟୁଥିଲେ ମହିଳା। ସ୍ବାମୀଙ୍କ ଅଜଣାତରେ ସେ ଜଣେ ଯୁବକଙ୍କୁ  ପ୍ରେମ କରି ବସିଲେ । ପ୍ରେମ ନିଶା ଏମିତି ଲାଗି ଯେ, ପିଲାଛୁଆ- ସ୍ବାମୀଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଗଲେ। ମାତ୍ର ଚାରି ଦିନ ଭିତରେ ଅବୈଧ ସଂପର୍କରେ ପଡିଗଲା ପୂର୍ଣ୍ଣଚ୍ଛେଦ। ସୁନା-ଗହଣା, ଟଙ୍କା ଏବଂ ମୋବାଇଲ ଲୁଟି ନେଲା ରସିଆକିଆ ପ୍ରେମିକ, ଆଉ ବିବାହିତ ମହିଳାଙ୍କୁ ଅଧା ରାସ୍ତାରେ ଛାଡ଼ି ଦେଲେ। ଏ​​‌ବେ ସ୍ତ୍ରୀକୁ ଘରେ ପୂରାଉ ନାହିଁ ସ୍ବାମୀ।ଏବେ କାନ ମୁଣ୍ଡ ଆଉଁଷିବା ଛଡ଼ା, ମହିଳାଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ। ସ୍ବାମୀ କହୁଛନ୍ତି, ଘରୁ ନେଇଥିବା ଜିନିଷ ଆଣିଲେ, ଘରେ ପଶିବୁ, ନହେଲେ ସେମିତି ବାହାରେ ବୁଲୁ। ଶେଷରେ ଥାନାରେ ଏତଲା ଦେଇ ଆଇନ୍‌ର ଆଶ୍ରୟ ନେଇଛନ୍ତି ବିବାହିତା ମହିଳା।ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଅଞ୍ଚଳର ଏହି ଘଟଣାକୁ ନେଇ ଲାଗି ରହିଛି ଚର୍ଚ୍ଚା।

ସୂଚନାଥାଉକି, ବିବାହକୁ ୧୫ ବର୍ଷ ହେଲାଣି, ଘରେ ପୁଣି ୧୦ ବର୍ଷର ପୁଅ ଏବଂ ୧୩ ବର୍ଷର ଝିଅ ଅଛି। ମହିଳାଙ୍କ ବୟସ ୩୩ ବର୍ଷ। ସ୍ବାମୀ ଅନୁପସ୍ଥିତିରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଧୀ​‌ରେ ଉଭୟଙ୍କ ସଂପର୍କ ନିବିଡ ହେବାକୁ ଲାଗିଲା। ଦୁଇଜଣ ମିଶି ନୂଆ ସଂସାର କରିବେ ବୋଲି ସ୍ବପ୍ନ ଦେଖିବା ଆରମ୍ଭ କଲେ। ଶେଷରେ ଗତ ୧୬ ତାରିଖରେ ବିବାହିତ ମହିଳା ମୋହମାୟା, ପିଲାଛୁଆ, ସ୍ବାମୀ ଓ ଘର ସଂସାର ଛାଡି ୨୩ ବର୍ଷୀୟ ଯୁବକ ସହ ଫେରାର ହୋଇଗଲେ।

ମହିଳାଙ୍କ ସୁନା-ଗହଣା ଏବଂ ବ୍ୟାଙ୍କରେ ଥିବା ୪୦ ହଜାର ଟଙ୍କା ଉପରେ ପ୍ରେମିକର ଥିଲା ନଜର। ଦୁଇଜଣ ଭଡାଘରେ ରହୁଥିଲେ। ଯୁବକ ଜଣଙ୍କ ଦିନରେ ମହିଳାଙ୍କ ପାଖରେ ରହୁଥିଲେ, ରାତିରେ ନିଜ ଘରକୁ ଫେରି ଯାଉଥିଲେ। ୨୦ ହଜାର ଟଙ୍କା ଓ ୩ ଭରିର ସୁନା-ଗହଣା ହାତ କରିବା ପରେ ଛୁ’  ମାରିଲେ ପ୍ରେମିକ। ଶେଷରେ ମୁଣ୍ଡକାନ ଆଉଁଷି ମହିଳା ଜଣଙ୍କ ଘରୁ ଫେରିଲେ ସତ ହେଲେ ସ୍ବାମୀ ତାଙ୍କୁ ଘରେ ପୂରାଇ ଦେଲେ ନାହିଁ। ଶେଷରେ ଆଇନ୍‌ର ଆଶ୍ରୟ ନେଇଛନ୍ତି ବିବାହିତ ମହିଳା।

   Related Posts