Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଛୁରୀ ମୁନରେ ବିବାହିତା ମହିଳାଙ୍କ ସହ ଦୁଷ୍କର୍ମ କଲା ପଡୋଶୀ; ପୋଲିସ ଅଭିଯୋଗ ନ ଶୁଣିବାରୁ ପୁଣି କଲା ଦୁଷ୍କର୍ମ

1/02/2019 at 5:17 PM

ନୋଏଡା ୧/୨ : ନୋଏଡାରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କର ଜଣେ ପଡୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଜାନୁଆରୀ ୬ ତାରିଖ ଦିନ ଛୁରୀ ଦେଖାଇ ପଡୋଶୀ ବିବାହିତା ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା | ଦୁଷ୍କର୍ମ ପରେ ପୀଡିତା ଅଭିଯୋଗ କରିବା ପାଇଁ ଥାନାକୁ ଯିବାରୁ ପୋଲିସ ପୀଡିତା ମହିଳାଙ୍କୁ ଗାଳିଗୁଲଜ କରି ବାହାର କରିଦେଇଥିଲା | ପୀଡିତାଙ୍କ ଅଭିଯୋଗ ପୋଲିସ ନ ଶୁଣିବାରୁ ଅଭିଯୁକ୍ତର ସାହସ ଆହୁରି ବଢି ଯାଇଥିଲା | ଏହାପରେ ଜାନୁଆରୀ ୨୧ ତାରିଖରେ ସେହି ଯୁବକ ପୁଣିଥରେ ମହିଳାଙ୍କୁ ଛୁରୀ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲା |


ନୋଏଡା ସେକ୍ଟର -୪୫ ସଦରପୁର କଲୋନୀରେ ରୁହନ୍ତି ପୀଡିତା | ଦୁଷ୍କର୍ମ ପରେ ମହିଳା ଥାନାକୁ ଯାଇ ଏସଏସପିଙ୍କ ପାଖେ ଗୁହାରି କରିଥିଲେ | ଘଟଣାର ୧୫ ଦିନ ପରେ ପୋଲିସ ମାମଲା ରୁଜ୍ଜୁ କରିଥିଲା | ମାମଲା ରୁଜ୍ଜୁ କରି ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଆଖପାଖ ଜାଗାରେ ଚଢ଼ାଉ କରିଥିଲା | କିନ୍ତୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା | ତେବେ ପୋଲିସ ଅଭିଯୁକ୍ତକୁ ଖୋଜାଖୋଜି କରୁଛି |


ଏସଏସପିଙ୍କ ନିର୍ଦେଶରେ ପୋଲିସ ଅଭିଯୁକ୍ତ ବିରୋଧରେ ଧାରା ୩୭୬, ୪୫୨, ୩୨୩, ୫୦୪, ୫୦୬ରେ ମାମଲା ରୁଜ୍ଜୁ କରିଛି | ପୋଲିସ ସୂଚନା ଅନୁଯାୟୀ, ମହିଳା ନିଜ ସ୍ୱାମୀ ଏବଂ ଛୁଆଙ୍କ ସହିତ ସଦରପୁର କଲୋନୀରେ ଏକ ଘର ଭଡା ନେଇ ରହୁଥିଲେ | ପୀଡିତା ମହିଳାଙ୍କ ସ୍ୱାମୀ ପେଣ୍ଟିଙ୍ଗ କରନ୍ତି | ସେ ପ୍ରାୟ ସବୁବେଳେ ବାହାରେ ରୁହନ୍ତି |


ସ୍ୱାମୀ ଘରେ ରହୁନଥିବାର ଫାଇଦା ଉଠାଇଥିଲେ ପଡୋଶୀରେ ରହୁଥିବା ଜଣେ ଯୁବକ ଜାନୁଆରୀ ୬ ତାରିଖରେ ମହିଳାଙ୍କ ଜବରଦସ୍ତ ଘରେ ପଶି ଯାଇଥିଲା | ଅଭିଯୁକ୍ତ ମହିଳାଙ୍କ ମୁହଁ ଓଢଣୀରେ ବାନ୍ଧିଦେଇଥିଲା | ଏହାପରେ ଛୁରୀ ବାହାର କରି ମହିଳାଙ୍କୁ ଧମକ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା | ମହିଳା ବିରୋଧ କରିବାରୁ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଏବଂ ସନ୍ତାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା | ଏ ସମ୍ପର୍କରେ କାହାକୁ କହିଲେ ମଧ୍ୟ ସେ ମହିଳାଙ୍କ ପରିବାରକୁ ଶେଷ କରିଦେବା ବୋଲି ଧମକ ଦେଇଥିଲା |


ଏହାପରେ ମହିଳା ଥାନାରେ ଅଭିଯୋଗ କରିବାରୁ ପୋଲିସ ପୀଡିତାଙ୍କୁ ଗାଳିଗୁଲଜ କରିଥିଲା | ଏହାପରେ ଅଭିଯୁକ୍ତର ସାହସ ବଢିଯାଇଥିଲା ଓ ସେ ପୁଣି ଜାନୁଆରୀ ୨୧ ତାରିଖରେ ପୁଣି ଛୁରୀ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲା | ଏହାପରେ ମହିଳା ପୁଣି ଥାନାକୁ ଯାଇଥିଲେ ଅଭିଯୋଗ କରିବ ପାଇଁ | କିନ୍ତୁ ପୋଲିସ ଏଥର ବି ତାଙ୍କ ଅଭିଯୋଗ ରଖିନଥିଲା |


ନିରାଶ ହୋଇ ଶେଷରେ ପୀଡିତା ଏବଂ ତାଙ୍କ ସ୍ୱାମୀ ଏସଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଥିଲେ | ଏସଏସପିଙ୍କ ନିର୍ଦ୍ଧେଶକ୍ରମେ ୩୯ ଥାନା ପୋଲିସ ମହିଳାଙ୍କ ଅଭିଯୋଗ ରଖି ମାମଲା ରୁଜ୍ଜୁ କରିଥିଲା | ପୋଲିସ ଅଭିଯୁକ୍ତକୁ ଖୋଜୁଛି |

   Related Posts