ମାଦକ ଦ୍ରବ୍ୟ ବେପାରରେ ସ୍ବାମୀ ଗିରଫ, ବନ୍ଧୁକ ମୁନରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ !

Published By : Prameya-News7 Bureau | January 20, 2020 IST

ବରେଲୀ ୨୦|୦୧: ବନ୍ଧୁମାନେ ସାଜିଲେ ଦୁଷ୍କର୍ମକାରୀ । ଉତ୍ତରପ୍ରଦେଶର ଅନ୍ତର୍ଗତ ବରେଲୀ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ବନ୍ଧୁମାନେ ବନ୍ଧୁକ ନେଇ ତାଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଜଣଙ୍କ ବିରୋଧ କରିବାରୁ ତାଙ୍କ ବେକ କାଟିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ବରେଲୀରେ ଏକ ଘରେ ପତି ଓ ପତ୍ନୀ ବାସ କରୁଥିଲେ।  । ରବିବାର ଦିନ ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ସମୟରେ ପଡୋଶୀରେ ରହୁଥିବା ୪ଜଣ ବନ୍ଧୁ ଘର ପହଞ୍ଚିଥିଲେ , ପରେ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରାଯାଇଛି । ତେବେ ମହିଳା ଜଣଙ୍କ ବିରୋଧ କରିବାରୁ ମହିଳାଙ୍କୁ ଗଳା କାଟି ମାରିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତମାନେ । ଯଦି ମହିଳାଜଣଙ୍କ ଘଟଣାସମ୍ପର୍କରେ କାହାରିକୁ ବି କହିଲେ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି ।  ମହିଳା ଜଣଙ୍କ କୌଶଳ କ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ପଳାଇଥିଲେ । ପରେ ଅଭିଯୁକ୍ତମାନେ ମହିଳାଜଣଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।  ପୀଡିତା ମହିଳାଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଗତ କିଛି ଦିନ ତଳେ ମହିଳାଙ୍କ ସ୍ୱାମୀ ମାଦକ ଦ୍ରବ୍ୟ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ମୁରାଦାବାଦ ଜେଲରେ ଅଛନ୍ତି। ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେଇଥିବା ମହିଳା ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି କରିଛି। ପୋଲିସ ମହିଳାଙ୍କୁ ମେଡିକାଲ ପରୀକ୍ଷା ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି । ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.