ପତ୍ନୀକୁ ଘରେ ତାଲା ପକାଇ ଅଫିସ ଯାଉଥିଲା ସ୍ୱାମୀ : ମଉକା ଦେଖି ସମଲିଙ୍ଗୀ ପ୍ରେମିକା ସହ ଫେରାର ହୋଇଗଲେ ପତ୍ନୀ

Published By : Prameya-News7 Bureau | June 25, 2019 IST

ସହାଜହାନପୁର ୨୫୬  ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ପ୍ରତିଦିନ ଘରେ ତାଲା ପକାଇ ଅଫିସ ଯାଉଥିଲେ । ଏଥିରେ ରାଗିଯାଇ ମହିଳା ଯେଉଁ ପଦକ୍ଷେପ ନେଲେ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳା ନିଜ ପ୍ରେମିକକୁ ଡାକି ତା ସହ ଫେରାର ହୋଇଗଲେ । ପୋଲିସ ତାଙ୍କୁ ଖୋଜି ଥାନାକୁ ଆଣିବା ପରେ ଜଣାପଡିଥିଲା ମହିଳା ଯାହା ସହ ଫେରାର ହୋଇଯାଇଥିଲେ ସେ ଯୁବକ ନୁହେଁ ବରଂ ଜଣେ ଯୁବତୀ । ଘଟଣା ସମଲିଙ୍ଗୀ ପ୍ରେମ ସମ୍ପର୍କ ବୋଲି ଜଣାପଡିଥିଲା । ଅଭିଯୁକ୍ତ ମହିଳା ସ୍କୁଲ ସ୍ପୋର୍ଟରେ ନ୍ୟାସନାଲ ଚମ୍ପିୟାନ ଥିଲେ ।

ଘଟଣା ଉତ୍ତର ପ୍ରଦେଶ ସହାଜହାନପୁର ଅଞ୍ଚଳର । ୨୩ ଦିନ ପୂର୍ବରୁ ସହାଜହାନପୁର ଅଞ୍ଚଳରୁ ଜଣେ ବିବାହିତା ମହିଳା ନିଖୋଜ ହୋଇଯାଇଥିଲେ । ମହିଳାଙ୍କୁ ପୋଲିସ ହରିୟାଣା ମାନେସର ଅଂଚଳରୁ ପ୍ରେମିକ ସହ ଧରିଥିଲା । ଏହାପରେ ପୋଲିସ ଉଭୟଙ୍କୁ ସହାଜହାନପୁର ଥାନାକୁ ଆଣିଥିଲା । ଥାନାକୁ ଆସିବା ପରେ ଘଟଣାର ଖୁଲାସା ହୋଇଥିଲା । ପଚରାଉଚୁରାରେ ଜଣାପଡିଥିଲା ବିବାହିତା ମହିଳା ନିଜ ସମଲିଙ୍ଗୀ ପ୍ରେମିକା ସହ ଫେରାର ହୋଇଯାଇଥିଲେ ।

ନିଜ ଇଛାରେ ସେ ମାନେସରରେ ପ୍ରେମିକା ସହ ଲିଭଇନରେ ରହୁଥିଲେ । ରିପୋର୍ଟ ଅନୁଯାୟୀ, ମହିଳା ସ୍କୁଲ ସମୟରେ ନ୍ୟାସନାଲ ସ୍ପୋର୍ଟ ଚମ୍ପିୟାନ ଥିଲେ । ଉଭୟଙ୍କ ମଧ୍ୟରେ ଗତ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଥାନାରେ ପୋଲିସକୁ ମଧ୍ୟ କହିଥିଲେ ଯେ, ସେମାନେ ପରସ୍ପର ସହିବାକୁ ଚାହୁଁଛନ୍ତି । ଏହା ଶୁଣି ଥାନା ଅଧିକାରୀ ମୁଣ୍ଡ ଖରାପ ହୋଇଗଲା ।

{"id":126945}

ସୂଚନାଯୋଗ୍ୟ ଯେ, ଇକତାଜପୁର ଥାନା ଅନ୍ତର୍ଗତ ଗୌଡା ଅଞ୍ଚଳର ଗୋପାଲ ସିଂହ ଜାଟ ସହାଜହାନପୁର ଏସବିଆଇ ବ୍ୟାଙ୍କ ନିକଟରେ ରହୁଥିଲେ । ଜୁନ ୧ ତାରିଖରେ ତାଙ୍କ ପତ୍ନୀ ଜ୍ୟୋତି କାହାକୁ କିଛି ନ କହି ଘରୁ ପଳାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପତ୍ନୀ ନ ପାଇବାରୁ ସେ ସହାଜହାନପୁର ଥାନାରେ ଏତଲା ଦେଇଥିଲେ ।

ଏତଲା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଜ୍ୟୋତିଙ୍କ ମୋବାଇଲ ଟ୍ରାକ୍ କରିବାରୁ ଜଣାପଡିଲା ସେ ମାନେସରର ଏକ କଲୋନୀରେ ଅଛନ୍ତି । ପୋଲିସ ସେଠାରେ ପହଞ୍ଚିଥିଲା । ସେଠାରେ ସେ ଗୁଞ୍ଜନ ପ୍ରସାଦଙ୍କ ରହୁଥିଲେ । ଗୁଞ୍ଜନଙ୍କ ଘର ଶିବପୁରିରେ । ତାଙ୍କ ରହଣି ସହଣି, ଆଚାର ବ୍ୟବହାର ପୁଅମାନଙ୍କ ଭଳି । ସେ ଏକ କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ । ଜ୍ୟୋତିଙ୍କୁ ତାଙ୍କ ସ୍ୱାମୀ ପ୍ରତାଡ଼ିତ କରୁଥିବାରୁ ସେ ଜୁନ ୧ ତାରିଖ ଦିନ ଘର ଛାଡି ପଳାଇ ଆସିଥିଲେ ।

ଜ୍ୟୋତି କହିଥିଲେ ଯେ, ତାଙ୍କ ଘରଲୋକ ଜୋର ଜବରଦସ୍ତି ତାଙ୍କ ବାହାଘର ଗୋପାଳଙ୍କ ସହ କରିଦେଇଥିଲେ । ବାହାଘର ପୂର୍ବରୁ ସେ ନିଜ ଘରଲୋକଙ୍କୁ ତାଙ୍କ ଏବଂ  ଗୁଞ୍ଜନଙ୍କ ସମ୍ପର୍କ ବିଷୟରେ କହିଥିଲେ । ସେ ଗୁଞ୍ଜନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ । କିନ୍ତୁ ଘରଲୋକ ତାଙ୍କ ବାହାଘର ଗୋପାଳଙ୍କ ସହ କରିଦେଇଥିଲେ । ଗୋପାଳ ଜ୍ୟୋତିଙ୍କ ଉପରେ ସନ୍ଦେହ କରୁଥିଲେ ସେଥିପାଇଁ ତାଙ୍କୁ ଘରେ ତାଲା ପକାଇ ଅଫିସ ଯାଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.