ପ୍ରେମ ପରେ ବିବାହ, ବିବାହ ପରେ ହତ୍ୟା : ଗଞ୍ଜାମ ଗୋବିନ୍ଦପୁର ଗ୍ରାମରେ ବିବାହିତା ମହିଳାଙ୍କୁ ହାତୁଡିରେ ପିଟି ପିଟି ହତ୍ୟା, ଶାଶୁ ଶ୍ୱଶୁର ଓ ସ୍ୱାମୀ ଫେରାର

Published By : Prameya-News7 Bureau | June 08, 2019 IST

ପ୍ରଥମେ ପ୍ରେମ ୟା ପରେ ଉଭୟ ପରିବାରର ସହମତିରେ ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇଥିଲା। ବାହାଘର ହୋଇଥିଲା କିନ୍ତୁ ବର ବାହାଘରରେ ଖୁସି ନଥିଲା। ଯାହା ଦ୍ୱାରା ଶାଶୁଘର ଲୋକେ ମିଶି  ପିଙ୍କିକୁ ନିଯ୍ୟତନା ଦେଇଆସୁଥିଲେ । ଆଜି ପିଙ୍କିଙ୍କୁ ଶାଶୁଘର ପରିବାର ଲୋକେ ମିଶି ପିଟିପିଟି ମାରି ଫେରାର ହୋଇଯାଇଛନ୍ତି। ବନ୍ଦ ଘରେ ପଡିରହିଛି ପିଙ୍କି ରକ୍ତ ଜୁଡୁବୁଡୁ ଶବ ଓ ପାଖରେ ପଡିଛି ହାତୁଡି।

{"id":121150}

ପାଞ୍ଚ ବର୍ଷ ତଳେ ଗଞ୍ଜାମ ଶେରଗଡ଼ ଥାନା ଗୋବିନ୍ଦପୁର ଗାଁର ନିର ସ୍ୱାଇଁଙ୍କ ଝିଅ ପିଙ୍କି ସ୍ୱାଇଁଙ୍କୁ ପ୍ରେମ କରୁଥିଲେ ସେହି ଗାଁର ଫିରୋଜ ସ୍ୱାଇଁ ନାମକ ଜଣେ ଯୁବକ। ପ୍ରଥମେ ପ୍ରେମ ତା ପରେ ଶାରୀରିକ ସମ୍ପର୍କ ତାପରେ ଦୁଇ ବର୍ଷ ହେଲା ଉଭୟ ପରିବାର କୁଳର ନିଷ୍ପତ୍ତିରେ ମନ୍ଦିରରେ ହୋଇଥିଲା ବାହାଘର। ଫିରୋଜ ବାଧ୍ୟ ବାଧକତାରେ ବିବାହ କରିଥିଲେ କିନ୍ତୁ ସେ ଖୁସି ନଥିଲେ ।ବହୁ ବାର ସ୍ୱାମୀ ଓ ଶାଶୁ ଶଶୁରଙ୍କ ଠାରୁ ନିଯ୍ୟତନା ପାଉଥିଲେ ପିଙ୍କି। କେତେବେଳେ ଯୌତୁକ ପାଇଁ ତ ଆଉ କେତେବେଳେ ଅନ୍ୟ କୌଣସି କାରଣ ଯୋଗୁଁ ବୋଲି କହିଛନ୍ତି ପିଙ୍କିଙ୍କ ମଉସା ଓ ଗ୍ରାମବାସୀ।

{"id":121151}

ପିଙ୍କିଙ୍କ ଘର ଫିରୋଜଙ୍କ ମାତ୍ର ଚାରୋଟି ଘର ଛାଡ଼ି। ପ୍ରେମ କରି ଥିଲେ ସତ କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମାଡ଼ ଗୋଳ ପାଟିତୁଣ୍ଡ ଲାଗିରହିଥିଲା। ଫିରୋଜ ଗୋବିନ୍ଦପୁର ଗାଁରେ କ୍ରିଷ୍ଣା ଡିଜେର ମାଲିକ ଥିଲେ। ତାଙ୍କ ଘରେ ରହୁଥିଲେ ବାପା ମା ଓ ଫିରୋଜ। ପୋଲିସ କହିବା ଅନୁଯାୟୀ, ପିଙ୍କିଙ୍କ ମା କୁନି ସ୍ୱାଇଁ ଶେରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ପିଙ୍କିଙ୍କୁ ବହୁଦିନ ଧରି ଯୌତୁକ ପାଇଁ ଶାଶୁ ଶଶୁର ଘରଲୋକେ ମାରପିଟ କରୁଥିଲେ ।

{"id":121152}

ସେହି କାରଣ ଯୋଗୁଁ ପିଙ୍କିଙ୍କୁ ଅତି ନିର୍ମମ ଭାବେ ହାତୁଡିରେ ପିଟି ପିଟି ହତ୍ୟା କରାଯାଇଛି । ଆଜି ସକାଳୁ ପିଙ୍କିଙ୍କ ରକ୍ତ ଜୁଡୁବୁଡୁ ଦେହ ପିଙ୍କିଙ୍କ ଶଶୁର ଘରେ ପଡିଥିବା ବେଳେ ପିଙ୍କି ଶାଶୁ ଶଶୁର ସ୍ୱାମୀ ଘରେ ତାଲା ପକାଇ କୁଆଡେ ଫେରାର ହୋଇଯାଇଛନ୍ତି। ଶେରଗଡ଼ ପୋଲିସ ପିଙ୍କିଙ୍କ ମାଙ୍କ ଓ ଗ୍ରାମବାସୀଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।

{"id":121153}

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଲା ପରେ ଆଗାମୀ ଦିନରେ କାହାକୁ କାହାକୁ ଏହି ହତ୍ୟା ଘଟଣାରେ ସମୃକ୍ତି ଥିବା ନେଇ ଗିରଫ କରୁଛି ତାହାହିଁ ଦେଖିବାକୁ ବାକି ରହିଲା......

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.