ପ୍ରେମିକର କ୍ଷୁର ଆକ୍ରମଣରେ ବିବାହତା ମହିଳା ଗୁରୁତର, ପ୍ରେମିକକୁ ସ୍ଥାନୀୟ ଲୋକେ ମାରିଲେ ନିସ୍ତୁକ ମାଡ

Published By : Prameya-News7 Bureau | April 02, 2019 IST

ବାଲେଶ୍ବର ୨|୪: ବାଲେଶ୍ବର ଟାଉନଥାନ ଅନ୍ତର୍ଗତ ଦର୍ଜିପୋଖରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ପ୍ରେମିକର କ୍ଷୁର ମାଡରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜଣେ ବିବାହିତା ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ସଦର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । କଟକ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି । ସେହିଭଳି ମହିଳାଙ୍କୁ ଆକ୍ରମଣ କରିଥିବା ପ୍ରେମିକକୁ ସ୍ଥାନୀୟ ଗ୍ରାମବାସୀ ଧରି ନିସ୍ତୁକ ମାଡ ମାରିଛନ୍ତି । ଫଳରେ ସେ ବି ଗୁରୁତର ହୋଇଯାଇଛି । ତାକୁ ମଧ୍ୟ ବାଲେଶ୍ବର ସଦର ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।

{"id":99488}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଖନ୍ତାପଡା ଥାନା ଅନ୍ତର୍ଗତ ବରୁଣ ସିଂ ଗ୍ରାମର ଜଣେ ଯୁବତୀ (ମିଲି) ପ୍ରେମ କରି ବାହା ହୋଇଥିଲେ । ବିବାହ ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । କିନ୍ତୁ ମିଲିଙ୍କ ସ୍ବାମୀଙ୍କ ପାଖରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିବା ପ୍ରଶାନ୍ତ ଦଳେଇଙ୍କ ସହ ମିଲିଙ୍କ ପରକୀୟା ପ୍ରିତି ଆରମ୍ଭ ହୋଇଥିଲା । ଏହା ଜାଣିପାରି ଯମୁନାଙ୍କୁ ତାଙ୍କ ସ୍ବାମୀ ଛାଡି ଦେଇ ଅନ୍ୟତ୍ର ବିବାହ କରିଥିଲେ ।

{"id":99489}

ଫଳରେ ପୁତ୍ର ସନ୍ତାନକୁ ଧରି ମିଲି ବାଲେଶ୍ବର ଦର୍ଜିପୋଖରୀରେ ଆସି ରହିଥିଲେ । ଟ୍ରାକ୍ଟର ବିକ୍ରି ହୋଇଯିବା ପରେ ପ୍ରଶାନ୍ତ ଦଳାଇ ସୁରତ ଚାଲିଯାଇଥିଲା ।ସୁରତ ଯିବା ପାଇଁ ଯମୁନାଙ୍କୁ ମଧ୍ୟ ପ୍ରଶାନ୍ତ ବାରମ୍ବାର ଡାକୁଥିଲା । କିନ୍ତୁ ଜମୁନା ସେଥିରେ ରାଜି ହେଉନଥିଲେ । କିଛି ଦିନତଳେ ପ୍ରଶାନ୍ତ ସୁରତରୁ ଆସିଥିଲା । ସେ ଜମୁନାକୁ ବାଧ୍ୟ କରୁଥିଲା ତା ସହ ସୁରତ ଯିବା ପାଇଁ । ତେବେ ଜମୁନା ରୋକଠୋକ ମନା କରିଦେବା ଫଳରେ ପ୍ରଶାନ୍ତ ମନରେ ରାଗ ସୃଷ୍ଟି ହୋଇଥିଲା ।

{"id":99490}

 ଆଜି ସଂଧ୍ୟାରେ ମିଲି ନିଜ ପୁଅକୁ ଟ୍ୟୁସନରୁ ଆଣିବା ବେଳେ ହଲର ମିଲ ପାଖରେ ପ୍ରଶାନ୍ତ ଏକ ଧାରୁଆ କ୍ଷୁର ଧରି ଜଗି ରହିଥିଲା । ମିଲି ସେହି ବାଟେ ଯିବାବେଳେ ତାଙ୍କ ଉପରେ କ୍ଷୁରରେ ଆକ୍ରମଣ କରିଥିଲା । ମିଲିଙ୍କ ବେକ ଓ ଗାଲରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

{"id":99491}

ଏହି ଘଟଣା ସ୍ଥାନୀୟ ଲୋକମାନେ ଦେଖିବାପରେ ଉତ୍ୟକ୍ତ ହୋଇ ପ୍ରଶାନ୍ତକୁ କାବୁ କରିବା ସହ ତାକୁ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରଶନ୍ତକୁ ଉଦ୍ଧାର କରିଥିଲା । ଉଭୟ ମିଲି ଓ ପ୍ରଶାନ୍ତକୁ ବାଲେଶ୍ବର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ମିଲିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.