ଲକ୍‌ଡାଉନ୍ ହୋଇଥିଲା ବାହାଘର, ଅନ୍‌ଲକ୍‌ରେ ପତ୍ନୀ ଫେରାର...

Published By : Prameya-News7 Bureau | October 15, 2020 IST

ମୈନପୁରି ୧୫/୧୦ : ଉତ୍ତର ପ୍ରଦେଶ ଆଗ୍ରା ସ୍ଥିତ ମୈନପୁରିରେ ଲକଡାଉନରେ ବାହା ହୋଇ ଘରକୁ ଆସିଥିବା ନବ ବିବାହିତା ମହିଳା ଅନଲକରେ ହଠାତ ଗାୟବ ହୋଇଯାଇଛନ୍ତି। ବାହାଘରର ପାଖାପାଖି ୬ ମାସ ପରେ ଘରୁ ଗହଣାଗାଣ୍ଠି ଓ ନଗଦ ଟଙ୍କା ଧରି ଫେରାର ହୋଇଯାଇଛି। ପରିବାର ଲୋକ ଅନେକ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତା ପାଇନାହାନ୍ତି। ଏହାପରେ ମହିଳାଙ୍କ ସ୍ୱାମୀ ମୈନପୁରି ଥାନାରେ ମାମଲା ରୁଜ୍ଜୁ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମୈନପୁରି ଇଲାବାନ୍ସ ଥାନା ଅନ୍ତର୍ଗତ ଏକ ଗାଁରେ ରହୁଥିବା ଯୁବକ ୬ ମାସ ପୂର୍ବରୁ ମେ ମାସରେ ବାହା ହୋଇଥିଲେ। ବିବାହର କିଛି ଦିନ ଯାଏଁ ସବୁ ଠିକ ଚାଲିଥିଲା। କିନ୍ତୁ ମାସେ ପରେ ସେ ଯେତେବେଳେ ନିଜ ଘରକୁ ଯାଇଥିଲେ ସେଠାରୁ ଫେରିବା ବେଳେ ନଖରା କରିଥିଲେ। ଲୋକେ ବହୁତ ବୁଝାସୁଝା କରିବା ପରେ ସେ ଶାଶୂଘରକୁ ଫେରିଥିଲେ। ମଙ୍ଗଳବାର ଦିନ ଯୁବକ ପତ୍ନୀ ସହ ନିଜର ଜଣେ ସମ୍ପର୍କୀୟଙ୍କ ଘରୁ ନିଜ ଘରକୁ ଫେରୁଥିଲେ। ଏତିକିବେଳେ ଅଧା ବାଟରେ ଏକ ପୋଲ ପାଖରେ ଓହ୍ଲାଇ ସେ ନିଜ ଗାଁକୁ ଯାଉଥିବା ଏକ ବସରେ ଜିନିଷପତ୍ର ରଖିଥିଲେ। ଜିନିଷପତ୍ର ବସରେ ରଖି ନିଜ ପତ୍ନୀକୁ ବସରେ ଚାଦହିବକୁ ଡାକିଲେ କିନ୍ତୁ ସେ ସେଠାରେ ନଥିଲେ। ସେ ଆଖେପାଖେ ଦେଖିଲେ କିନ୍ତୁ ପତ୍ନୀ ଯେଉଁଠି ବି ନଥିଲେ। ବସରୁ ଓହ୍ଲାଇ ସେ ଅନେକ ସମୟ ଧରି ନିଜ ପତ୍ନୀକୁ ଖୋଜିଲେ କିନ୍ତୁ କେଉଁଠି ବି ତାଙ୍କର କିଛି ପତା ମିଳିଲାନି।

ଏହାପରେ ସେ ଥାନାକୁ ଯାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଲା ମହିଳା ନିଜ ସହ ଗହଣାଗାଣ୍ଠି ଓ କିଛି ନାଗଡ଼ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଏହି ମାମଲାରେ ଯୁବକ ବୁଧବାର ଦିନ ଥାନାରେ ଅଭିଯୋଗ କରି ମାମଲା ରୁଜ୍ଜୁ କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.