Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋବାଇଲ କମ୍ପାନୀର ମ୍ୟାନେଜର ଚାକିରି ଦେବା ବାହାନାରେ ବିବାହିତ ମହିଳାଙ୍କ ସହ ଗଣଦୁଷ୍କର୍ମ…

14/09/2019 at 12:34 PM

ନୋଇଡ଼ା।୧୪|୯: ଜଣେ ବିବାହିତା ଯୁବତୀଙ୍କୁ ଚାକିରି କରାଇଦେବା କହି ତାଙ୍କ ସହ ଦୁଷ୍କର୍ମ କରାଯାଇଛି।ମୋବାଇଲ କମ୍ପାନୀର ଚାକିରି କରାଇଦେବା ବାହାନାରେ ତାଙ୍କ  ସହ ଦୁଷ୍କର୍ମ କରାଯାଇଛି ବୋଲି  ପୀଡ଼ିତା ମହିଳା ଥାନାରେ ୨ଜଣ ଅଭିଯୁକ୍ତ ନାଁରେ ଅଭିଯୋଗ କରିଛନ୍ତି।ଉତ୍ତର ପ୍ରଦେଶର ନୋଇଡ଼ାର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ୨୬ ବର୍ଷ ବୟସ୍କା ମହିଳାଙ୍କୁ ମୋବାଇଲ କମ୍ପାନୀରେ ମ୍ୟାନେଜର ପଦବୀରେ ଚାକିରି କରାଇଦେବ ବୋଲି ଅଭିଯୁକ୍ତ କହିଥିଲା।ଚାକିରି ବାବଦକୁ ୨ ଲକ୍ଷ ଟଙ୍କା ମଧ୍ୟ ସେ ଦାବି କରିଥିଲା ଚାକିରି ଲୋଭରେ ମହିଳା ତାଙ୍କ ସ୍ବାମୀଙ୍କୁ ନଜଣାଇ ଅଭିଯୁକ୍ତକୁ ୨ ଲକ୍ଷ ଟଙ୍କା ଦେଇଥିଲେ।

ଗତ ଅଗଷ୍ଟ ୨୫ ତାରିଖରେ ଇଣ୍ଟରଭ୍ୟୁ ପାଇଁ ମହିଳାଙ୍କୁ ଅଭିଯୁକ୍ତ ଡାକିଥିଲା।ମହିଳା ତାଙ୍କ ସ୍ବାମୀଙ୍କୁ  ନଜଣାଇ ଅଭିଯୁକ୍ତ ସହ ଯାଇଥିଲେ। ହଠାତ୍ ମହିଳାଙ୍କୁ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ସହ ୨ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ମହିଳା କହିଛନ୍ତି। କିଛିଦିନ ଗଲା ପରେ ମହିଳା ତାଙ୍କ ସ୍ବାମୀଙ୍କ ପାଖରେ ସବୁ କଥା କହିଥିଲେ। ସ୍ଥାନୀୟ କୋତଓ୍ବାଲି ଥାନାରେ ମହିଳା ଓ ତାଙ୍କ ସ୍ବାମୀ ଅଭିଯୁକ୍ତ ନାଁରେ ଏଫଆଇଆର ଦେଇଥିଲେ।

ସୂଚନା ଅନୁସାରେ ଅଭିଯୁକ୍ତ ନାଁ ରାଜା ସେ ବିହାରର ଲଖୀସରାୟ ଅଞ୍ଚଳର ନିବାସୀ। ଥାନାରେ ଏତଲା ଦେବାପରେ ପୋଲିସ ଅଭିଯୁକ୍ତକୁ ସେକ୍ଟର୫୦ ଅଞ୍ଚଳରୁ ଗିରଫ କରିଥିଲା। ପୋଲିସ ଗରିଫ କରିବା ପରେ ଅଭିଯୁକ୍ତକୁ ଘଟଣା ସଂପର୍କରେ ପଚାରିଥିଲେ।ସେ କହିଥିଲା ଯେ, ମହିଳା ତାଙ୍କ ତରଫରୁ ଚାକିରି ପାଇଁ ନିବେଦନ କରିଥିଲେ।ତାଙ୍କର ଦୋଷ ନାହିଁ ବୋଲି କହି ଅଭିଯୁକ୍ତ ସଫେଇ ଦେଇଥିଲା।ପୋଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି।

   Related Posts