ବଜାରରୁ ଫେରୁଥିବା ବିବାହିତା ମହିଳାଙ୍କୁ ବିଲମଝିକୁ ଘୋଷାରି ନେଇ କଲେ ଗଣଦୁଷ୍କର୍ମ, ରାତିସାରା ବିଲରେ ପଡ଼ି ରହିବା ପରେ ପରିବାର ଲୋକ କଲେ ଉଦ୍ଧାର

Published By : Prameya-News7 Bureau | January 25, 2019 IST

ରାଂଚୀ ୨୫/୧- ବିହାରର ରାଂଚୀରେ ଘଟିଛି ଅଭାବନୀ୍ୟ ଘଟଣା । ଜଣେ ବିବାହିତା ମହିଳାଙ୍କୁ ବାଟରୁ ଘୋଷାରି ନେଇ ବିଲ ମଝିରେ କଲେ ଦୁଷ୍କର୍ମ । ଅଚେତ ଅବସ୍ଥାରେ ପରିବାର ଲୋକ ବିଲମଝିରୁ କଲେ ଉଦ୍ଧାର ।

ରାଂଚୀର ଲାତେହାରରେ ଘଟିଛି ଏହି ଘଟଣା  । ଜଣେ ବିବାହିତା ମହିଳା ଘରଠାରୁ କିଛି ଦୂରରେ ଥିବା ବଜାରକୁ ଜିନିଷ କିଣିବାକୁ ଯାଇଥିଲେ । ଫେରିବା ବାଟରେ କିଛି ମୋଟରସାଇକେଲ ଚାଳକ ଆସି ମହିଳାଙ୍କୁ ଜୋର କରି ବିଲ ମଝିକୁ ନେଇଯାଇଥିଲେ । ସେମାନଙ୍କ ସଂଖ୍ୟା ୭/୮ ଜଣ ଥିବାରୁ ମହିଳା ବି ପାଟି କରି ପାରିନ ଥିଲେ । ସେମାନେ ମହିଳାଙ୍କୁ ରାତିସାରା ଗଣଦୁଷ୍କର୍ମ କରିଥିବା ପାରିପାର୍ଶିକ ଅବସ୍ଥାରୁ ଜଣାପଡ଼ିଛି ।

ମହିଳାଙ୍କୁ ପରିବାର ଲୋକ ରାତିସାରା ଖୋଜିଲେ ବି ପାଇ ନଥିଲେ । ବହୁତ ଖୋଜାଖୋଜି ପରେ ବିଲ ମଝିରୁ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସାପାଇଁ ପରିବାର ପକ୍ଷରୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.