Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲିଫ୍ଟ ଦେବା ବାହାନାରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୭ଜଣ : ଗିରଫ

21/08/2020 at 11:27 AM

ଚଣ୍ଡିଗଡ଼ ୨୧/୮: ହିମାଚଳପ୍ରଦେଶର କାଙ୍ଗ୍ରାରେ ୩୨ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। କୁହାଯାଉଛି ଯେ ମହିଳାଙ୍କୁ ୭ଜଣ ଗଣଦୁଷ୍କର୍ମ କରିଛନ୍ତି। ଏମାନେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଗାଡ଼ିରେ ବସାଇଥିଲେ ଏବଂ ଗଣଦୁଷ୍କର୍ମ କରିଥିଲେ।

ପୀଡ଼ିତାଙ୍କ ଅଭିଯୋଗରେ ଗାଗଲ୍ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ପୀଡ଼ିତାଙ୍କ କହିବା ଅନୁସାରେ,ସେ ବନୋଇ ଅଞ୍ଚଳର ଏକ ବସ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ସେତେବେଳେ ସେଠାରୁ ଅତିକ୍ରମ କରୁଥିବା ବସରେ ଏହି ୭ଜଣ ତାଙ୍କୁ ଲିଫ୍ଟ ଦେବାକୁ ଅଫର କରିଥିଲେ। ଏହା ପରେ ତାଙ୍କୁ ସଲୋଲ ଅଞ୍ଚଳର ଏକ ଫାର୍ମକୁ ନିଆଯାଇଥିଲା ଏବଂ ଗଣଦୁଷ୍କର୍ମ କରାଯାଇଥିଲା।

ପୋଲିସର କହିବା ଅନୁସାରେ ଫାର୍ମରେ ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ମ୍ୟାକଲୋଡଗଞ୍ଜର ଏକ ହୋଟେଲକୁ ନେଇ ଯାଇ ଦୁଷ୍କର୍ମ କରାଯାଇଥିଲା। ପୋଲିସ୍ ଆଖପାଖ ଗାଁରେ ରହୁଥିବା ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି। ଏହା ସହିତ ସେମାନଙ୍କୁ ପଚରାଉଚୁରା କରାଯାଉଛି।

 ଆଜି ଅଭିଯୁକ୍ତଙ୍କୁ କୋର୍ଟ ସମ୍ମୁଖରେ ହାଜର କରାଯିବ। ପୀଡ଼ିତାଙ୍କ ମେଡିକାଲ୍ ଟେଷ୍ଟ କରାଯାଇଛି ଏବଂ ତାଙ୍କ ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି। ପୋଲିସ୍ ହୋଟେଲ୍ ମାଲିକକୁ ଗିରଫ କରିଛି।

ମହିଳାଙ୍କ ୩ପିଲା ଏବଂ ସେ ଗତ ୫ବର୍ଷରୁ ନିଜ ସ୍ବାମୀଙ୍କଠୁ ଅଲଗା ରହୁଛନ୍ତି।

   Related Posts