Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

7/06/2021 at 9:39 PM

ଲୋଇସିଂହା, ୦୭/୦୬: ଲୋଇସିଂହା ଥାନା ବୁର୍ଡ ପଂଚାୟତ ବାଞ୍ଜିପାଲି ଗ୍ରାମର ସମାଜସେବୀ ଟଂକାଧର ସାହୁଙ୍କ ଝିଅ ରଜନୀ(୨୬) କୁଶଙ୍ଗ ଗ୍ରାମର ସୁଦର୍ଶନ ସାହୁଙ୍କ ପୁଅ ଭୀଷ୍ମଦେଵ(୩୪)ଙ୍କୁ ଗତ ଦୁଇବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ସୋମବାର ଅପରାହ୍ନରେ ବିଦ୍ୟୁତ ଆଘାତ ଲାଗି ରଜନୀଙ୍କ ମୃତ୍ୟୁ ହୋଇଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ଭୀଷ୍ମଦେଵ ଟଂକଧରଙ୍କୁ ଫୋନ କରିଥିଲେ ।

ଖବର ପାଇ ମୃତା ମହିଳାଙ୍କ ବାପଘର ଲୋକେ କୁଶଙ୍ଗ ପହଁଚିଥିବା ବେଳେ ରଜନୀଙ୍କ ମୃତ ଦେହ ଘର ଭିତରେ ପଡି ରହିଥିବା ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ବିବାହ ସମୟରେ ସାଧ୍ୟ ମୁତାବକ ଯୌତୁକ ସାମଗ୍ରୀ ଦିଆ ଯାଇଥିଲେ ମଧ୍ୟ ଅଧିକ ଯୌତୁକ ଦାବିରେ ଝିଅକୁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ମୃତା ମହିଳାଙ୍କ ବାପା ଟଂକଧର ଅଭିଯୋଗ କରିଛନ୍ତି । ଏଥିସହିତ ରଜନୀଙ୍କ ସ୍ୱାମୀ ଭୀଷ୍ମ, ଶ୍ବଶୁର ସୁଦର୍ଶନ ଓ ଶାଶୁ ଦହନା ମିଳିତ ଭାବେ ତାଙ୍କ ଝିଅକୁ ମାରିଦେଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିବା ଟଂକଧର ଅଭିଯୋଗ କରିଛନ୍ତି । ବଲାଂଗୀର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ବଲାଂଗୀର ପଠାଇ ଥିବା ଜଣାପଡ଼ିଛି ।

   Related Posts