ନିଆଁରେ ପୋଡି ହୋଇ ବିବାହିତା ମହିଳାଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 03, 2019 IST

ଗୁଣୁପୁର ୩|୭: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ରଗୁନାଥପୁର ଗ୍ରାମରେ ନିଆଁ ରେ ପୋଡି ହୋଇ ଜଣେ ବିବାହିତା ମହିଳାଙ୍କମୃତ୍ୟୁ ହୋଇଛି । ମୃତକ  ହେଲେ ମିନାକ୍ଷୀ ପାଣିଗ୍ରାହୀ । ଗତ କାଲି କୌଣସି କାରଣ ବଶତଃ ମିନାକ୍ଷୀଙ୍କ  ଦେହରେ ନିଆଁ ଲାଗିଯାଇଥିଲା । ଫଳରେ   ସେ ଗୁରୁତର ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିଛାଳୟ ରେ ଭର୍ତି କରିଥିଲେ ।ତେବେ ତାଙ୍କ  ସ୍ବାସ୍ଥ୍ୟ ଅବସ୍ତା ଗୁରୁତର ହୋଇ ପଡିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ତାଙ୍କର  ମୃତ୍ୟୁ ହୋଇଥିବା ଜଣାପଡିଛି । ମିନାକ୍ଷୀ ଦେହରେ କେମିତି ନିଆଁ ଲାଗିଲା ତାହା ବର୍ତମାନ ସୁଧା ସ୍ପଷ୍ଟ ହୋଇ ନଥିବାବେଳେ  ଖବର ପାଇ ପୁଲିସ ଘଟଣା ସ୍ତଳରେ ପହଞ୍ଚି  ଅନୁସନ୍ଧାନ ଆରମ୍ଭ  କରିଛି । ଅପର ପକ୍ଷରେ  ଘଟଣା ସମ୍ପର୍କରେ ଗୁଣୁପୁର ଉପଖଣ୍ଡ ଆରଖୀ ଅଧିକାରୀ ଆର, କେ, ଦାସ ପ୍ରକାଶ କରିଛନ୍ତି ଯେ ବର୍ତମାନ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.