Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଭିଯୋଗ ପରେ ସ୍ୱାମୀକୁ ଗିରଫ କଲା ପୋଲିସ୍

24/06/2021 at 7:42 PM

ବୋରିଗୁମ୍ମା, ୨୪/୦୬: ବିସିଂହପୁର ଥାନା ଅନ୍ତର୍ଗତ ରଣସପୁର ଗ୍ରାମର ଚଣ୍ଡାଳ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ବିସିଂହପୁର ପୋଲିସ । ମୃତ ମହିଳାଙ୍କ ବାପା ଚନ୍ଦ୍ର ହନ୍ତାଳ ଝିଅକୁ ତାର ସ୍ୱାମୀ ହତ୍ୟା କରିଥିବା ନେଇ ବିସିଂହପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁଯାୟୀ ଚନ୍ଦ୍ର ହନ୍ତାଳଙ୍କ ଝିଅ  ଉଷାବତୀ ତନ୍ତିକୁ ରଣସପୁର ଗ୍ରାମର ନିରନ ତନ୍ତିଙ୍କ ସହ ବାହାଘର କରିଥିଲେ । ବାହାଘରର ୯ବର୍ଷ  ବିତିଯାଇ ଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା। ଫଳରେ ଅଧିକାଂଶ ସମୟ ସ୍ୱାମୀ ନିରନ ତନ୍ତୀ ତାଙ୍କ ଝିଅ ଉଷାବତୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ହେଲେ ବି ଏସବୁକୁ ସହି ଝିଅ ଉଷାବତୀ ନିଜ ସ୍ୱାମୀ ପାଖରେ ରହୁଥିଲା । ଗତ ୨୩ ତାରିଖ ଦିନ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିବା ନେଇ ଝିଅ ଉଷା ଫୋନ ଯୋଗେ ବାପା ଚନ୍ଦ୍ର ହନ୍ତାଳକୁ ସୂଚନା ଦେଇଥିଲେ ।

୨୪ତାରିଖ ଦିନ ଝିଅ ଉଷାବତୀର ମୃତଦେହ ଘରେ ଝୁଲୁ ଥିବା ସୂଚନା ପାଇଥିଲେ । ଏହି ଖବରକୁ ସହଜରେ ଚନ୍ଦ୍ର ହନ୍ତାଳ ଗ୍ରହଣ କରିନପାରି ତାଙ୍କ ଝିଅ ଉଷାବତୀକୁ ତାର ସ୍ୱାମୀ ନିରନ ହତ୍ୟା କରିଛି ବୋଲି ଥାନାର ଦ୍ୱାରାସ୍ତ ହୋଇଥିଲେ । ସେପଟେ ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ୯୦/୨୧ରେ ଏକ ମାମଲା ରୁଜୁ କରି   ଦଫା 498A/306IPC ରେ ଅଭିଯୁକ୍ତ ସ୍ୱାମୀ ନିରନ ତନ୍ତୀକୁ ଗିରଫ କରିଛି । ମୃତ ମହିଳାଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ ।

   Related Posts