Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଯୌତୁକ ନିର୍ଯ୍ୟାତନା ସହିନପାରି ଫାଶୀ ଲଗାଇ ଆତ୍ମହତ୍ୟା କଲେ ମହିଳା: ବଞ୍ଚାଇବା ଛାଡି ଭିଡିଓ ରେକଡିଂ କରୁଥିଲେ ଶାଶୁଘର ଲୋକେ

12/04/2021 at 4:23 PM

ମୁଜାଫରନଗର ୧୨/୦୪ : ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରୁ ସୋମବାର ଦିନ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଶାଶୂଘର ନିର୍ଯ୍ୟାତନା ସହିନପାରି ଜଣେ ବିବାହିତା ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ଫାଶୀ ଦେବାବେଳେ ତାଙ୍କୁ ବଞ୍ଚାଇବା ଚଡି ଶାଶୂଘର ଲୋକେ ମୋବାଇଲରେ ଭିଡ ରେକଡିଂ କରୁଥିଲେ। ମହିଳାଙ୍କ ଆତ୍ମହତ୍ୟାର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମହିଳାଙ୍କ ବାପଘର ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମହିଳାଙ୍କ ଶାଶୁ, ଶ୍ୱଶୁରଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି। ପୋଲିସ ଯୌତୁକ ଜନିତ ନିର୍ଯ୍ୟାତନା ଓ ହତ୍ୟା ମାମଲା ରୁଜ୍ଜୁ କରିଛି।

ମାମଲା ଛପାର ଥାନା ଅନ୍ତର୍ଗତ ଦତ୍ତିୟାନା ଗାଁର। ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବରୁ କୋମଲଙ୍କ ବାହାଘର ଆଶିଷ ସହ ହୋଇଥିଲା। କୋମଲଙ୍କ ଘରଲୋକଙ୍କ କହିବାନୁଯାୟୀ, ବାହାଘର ପରଠୁ ଯୌତୁକ ଦାବି କରି ଶାଶୂଘର ଲୋକ କୋମଲଙ୍କୁ ମାରପିଟ କରୁଥିଲେ। ୬ ମାସ ପୂର୍ବରୁ ତାଙ୍କୁ ଘରୁ ତଡି ଦେଇଥିଲେ। କିନ୍ତୁ ସମ୍ପର୍କୀୟ ପୁଣି ବୁଝାଇସୁଝାଇ ତାଙ୍କୁ ପଠାଇ ଦେଇଥିଲେ। କିନ୍ତୁ ପରେ ପୁଣି ଶାଶୁ ଓ ସ୍ୱାମୀ ତାଙ୍କୁ ମାରପିଟ କରିବା ଆରମ୍ଭ କରିଦେଇଥିଲେ।

ରବିବାର ଦିନ କୋମଲ ନିର୍ଯ୍ୟାତନା ସହିନପାରି ନିଜକୁ ଏକ କୋଠରୀରେ ବନ୍ଦ କରି ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଶାଶୂଘର ଲୋକ ତାଙ୍କୁ ବଞ୍ଚାଇବା ଛାଡି ଝରକା ପଟେ ମୋବାଇଲରେ ସବୁ ରେକଡିଂ କରୁଥିଲେ। ଭିଡିଓରେ ସ୍ପଷ୍ଟ ନଜର ଆସୁଛି କୋମଲ ବେକରେ ଓଢଣୀ ବାନ୍ଧିଲେ, କିଛି ଭାବିଲେ ଓ ତାପରେ ଗଣ୍ଠି ପକାଇ ଝୁଲିପଡିଲେ। କୋମଲଙ୍କ ପ୍ରାଣବାୟୁ ଉଡିଯିବ ପରେ କ୍ୟାମେରା ବନ୍ଦ କରି କବାଟ ଭାଙ୍ଗି ଶବ ବାହାର କରିଥିଲେ। 

କୋମଲଙ୍କ ପରିବାର ଲୋକ ୩ଜଣଙ୍କ ବିରୋଧରେ ଯୌତୁକ ଜନିତ ହତ୍ୟା ମାମଲା ରୁଜ୍ଜୁ କରିଛନ୍ତି। ଶାଶୁ-ଶ୍ୱଶୁରଙ୍କୁ ଗିରଫ କରାଯାଇଛି। ସ୍ୱାମୀକୁ ପୋଲିସ ଖୋଜୁଛି। ଏସପି କହିଛନ୍ତି ଯାଞ୍ଚ ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

   Related Posts