Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବିବାହିତା ମହିଳା କଲେ ଏମିତି କାମ ; ପ୍ରେମିକ ମାଧ୍ୟମରେ ସ୍ବାମୀଙ୍କୁ ମାଗିଲେ ୫ ଲକ୍ଷ- ନହେଲେ ଜୀବନରୁ ମାରିଦେବାକୁ ଦେଲେ ଧମକ

8/02/2019 at 8:10 PM

ଗୋରଖପୁର ୮/୨- ଗୋରଖପୁରେ ଘଟିଛି ଏମିତି ଘଟଣା । ନିଜ ପ୍ରେମିକ ପାଇଁ ବିବାହିତା ମହିଳା ରଚିଲେ ଏମିତି କାଣ୍ଡ। ମାରିଦେବାକୁ ଧମକଦେଇ ପ୍ରେମିକ ମାଧ୍ୟମରେ ସ୍ବାମୀଙ୍କୁ ମାଗିଲେ ୫ ଲକ୍ଷ ଟଂକା ।

ଉତ୍ତରାଖଣ୍ଡ ଉଦ୍ଧାମସିଂନଗର ଅଂଚଳରେ ରୀତା ନାମକ ଜଣେ ମହିଳା କରିଛନ୍ତି ଏପରି କାମ । ରୀତା ବିବାହ କରିଥିଲେ ବି ସ୍ଵାମୀଙ୍କ ସହ ରହିବାକୁ ଚାହୁଁ ନଥିଲେ । କିନ୍ତୁ ପ୍ରେମିକ ପାଖକୁ ବି ଫେରି ପାରୁ ନଥିଲେ । କାରଣ ପ୍ରେମିକ ଜାଭେଦର ଥିଲା ଆର୍ଥିକ ଦୁର୍ବଳତା । ସେ ଚାହିଁଲେ ବି ରୀତାକୁ ଆଣିପାରୁ ନଥିଲା । ରୀତାର ଶଶ୍ଵରଘର ଆର୍ଥିକ ସ୍ଵଚ୍ଚଳତା ଭଲ ଥିଲା । ଏହି କାରଣରୁ ଟଂକା ଲୋଭରେ ପ୍ରେମିକକୁ ଦେଇଥିଲା ପ୍ଲାନ ।

ରୀତା ଓ ପ୍ରେମିକ ଜାଭେଦ ମିଶି କରିଥିଲେ ଏହି ପ୍ଲାନ । ବିଭିନ୍ନ ନମ୍ବରରୁ ଜାଭେଦ ରୀତାର ସ୍ଵାମୀଙ୍କୁ ଫୋନ କରି ୫ ଲକ୍ଷ ଟଂକା ମାଗୁଥିଲା । ଯଦି ସେ ପାଂଚ ଲକ୍ଷ ଟଂକା ନ ଦିଏ, ଜୀବନରୁ ମାରିଦେବାକୁ ଦେଉଥିଲା ଧମକ । ଏହି ଘଟଣାରେ ରୀତାର ସ୍ଵାମୀ ଭୟଭୀତ ହୋଇ ପୋଲିସର ଆଶ୍ରୟ ନେଇଥିଲେ ।

ଜାଭେଦ ବିଭିନ୍ନ ନମ୍ବରରୁ ଫୋନ କରୁଥିଲା । ଏହି ଫୋନ ନମ୍ବରୁ ଭିତ୍ତିକରି ଜାଭେଦକୁ ଧରିବାକୁ ସକ୍ଷମ ହୋଇଥିଲା ପୋଲିସ । ପୋଲିସ ମଧ୍ୟ ଅନ୍ୟ ନମ୍ବରରୁ ଫୋନ କରି ଟଂକା ଦେବାକୁ ରେଳଷ୍ଟେସନ ଅଂଚଳକୁ ଡ଼ାକିଥିଲା । ଜାଭେଦ ଓ ତାର ତିନି ଜଣ ସହଯୋଗୀ ଆସି ପହଂଚିବା ପରେ ତାଙ୍କୁ କାବୁ କରିଥିଲା ପୋଲିସ ।

ଗିରଫ ହେବା ପରେ ପୋଲିସ ପାଖରେ ରୀତା ଏହି ଘଟଣାର ମୂଖ୍ୟ ସୂତ୍ରଧର ବୋଲି ସ୍ଵୀକାର କରିଛି ଜାଭେଦ ।   

   Related Posts