Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପାରିବାରିକ କଳହ ଯୋଗୁଁ ବିବାହିତ ଯୁବକଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ ଆରମ୍ଭ

24/11/2019 at 10:23 AM

ବଲାଙ୍ଗୀର ୨୪/୧୧: କଂଟାବାଞ୍ଜି ଥାନା ଅଣ୍ଡାଲପୁରି ଗାଁରେ ଘଟିଛି ଏକ ଅଘଟଣ । ପାରିବାରିକ କଳହ ଯୋଗୁଁ ଜଣେ ବିବାହିତ ପୁରୁଷ କରିଛନ୍ତି ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ମୁକୁନ୍ଦ ବାଗ । ମୁକୁନ୍ଦ ଏକ ସାଢିରେ ନିଜ ବେକକୁ ଗୁଡ଼ାଇ ଏଭଳି କାଣ୍ଡ କରିଥିବା ଦେଖାଯାଇଛି ।

ହାତରେ ତାଙ୍କର କଟା ଚିହ୍ନ ମଧ୍ୟ ରହିଛି । ନିଜେ ପ୍ରଥମେ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରି ପରେ ସାଢି ଲଗେଇ ଆତ୍ମହତ୍ୟା କରିଥିବା ପୋଲିସ ସଂଦେହ କରୁଛି । କଂଟାବାଞ୍ଜି ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି ।

ମୃତ ମୁକୁନ୍ଦ ମହୁବାହାଲି ଗାଁର ଜଣେ ଯୁବତୀଙ୍କୁ  ବୈଦିକ ରୀତିରେ ବିବାହ କରିଥିବା ବେଳେ ଧାମନଡଂଗା ଗାଁର ଜଣେ ଅନ୍ୟ ଜାତିର ଯୁବତୀଙ୍କୁ ପ୍ରେମ କରି ଘରକୁ ଆଣିଥିଲେ । ଏ ନେଇ ଅନେକ ଥର ଘରେ ଝଗଡା ଲାଗି ରହୁଥିଲା । ୨ ଦିନ ହେବ ଘରକୁ ଆଣିଥିବା ଯୁବତୀ କୁଆଡେ ଚାଲି ଯାଇଥିବାବେଳେ ଏ ନେଇ  ଥାନା ରେ ମଧ୍ୟ ମୁକୁନ୍ଦଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ତେବେ ରାତି ସମୟରେ ଘରେ କୌଣସି ଲୋକ ନ ଥିବା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

   Related Posts