ମିଠାକଥା କହି ଫସାଇଲା , ବିବାହ କରିବ ବୋଲି କହି ଶାରିରୀକ ସମ୍ପର୍କ ରଖିଲା ଆଉ ଗହଣା ଏବଂ ଟଙ୍କା ନେଇ ଫେରାର ହୋଇଗଲା ବିବାହିତ ଯୁବକ: ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ

Published By : Prameya-News7 Bureau | May 27, 2019 IST

ଯାଜପୁର୨୭|୫:ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ପରେ ପ୍ରତାରଣା। ଅଭିଯୁକ୍ତ ଜଣକ ସମ୍ପୃକ୍ତ ଯୁବତୀଙ୍କ ଠାରୁ ସୁନା ଗହଣା ସହିତ ଟଙ୍କା ମଧ୍ୟ ହଡପ୍ କରି ନେଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ ପ୍ରେମ କରି ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଗାଁର ଜଣେ ବିବାହିତ ବ୍ୟକ୍ତି । ପରେ ଯୁବତୀଙ୍କୁ ଅପହରଣ କରିନେଇ ତାଙ୍କ ସହ ଅନୈତିକ କାର୍ଯ୍ୟ କରିଥିଲେ।  

{"id":116601,"width":596,"height":477}

ବିବାହର ପ୍ରୋଲୋଭନ ଦେଖାଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହିତ ପରବର୍ତ୍ତୀ ସମୟରେ ବିବାହ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଏହ ବ୍ୟକ୍ତି । ଅଭିଯୁକ୍ତଙ୍କ ନାଁ ଅଜିତ ମାଝୀ ବୋଲି ଜଣାପଡିଛି। ଯୁବତୀଙ୍କୁ ପ୍ରତାରିତ କରି ଅଜିତ  କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡିଛି ।

{"id":116602,"width":592,"height":474}

ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଭଟ୍ଟିଆ ଅଞ୍ଚଳରେ। ଥାନାରେ ଅଭିଯୋଗ ହେବାପରେ ବି ପୋଲସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ୟୁବତୀଙ୍କ ପରିବାର ଲୋକ ଓ ଗ୍ରାମବାସୀ । ଅଭିଯୁକ୍ତଙ୍କ ଗିରଫ୍ ଦାବୀ କରି ଥାନା ଘେରାଓ କରିଛନ୍ତି ଗ୍ରାମବାସୀ। ତେବେ ସେପଟେ ପୋଲିସ୍ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯିବା ସହିତ ଘଟଣାର ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.