ଏକାଧିକ ଛାତ୍ରୀଙ୍କୁ ଏକାବେଳେ ବିବାହ ପ୍ରସ୍ତାବ ଦେଇଥିଲେ ବିବାହିତ ଅଧ୍ୟାପକ : ପଠାଉଥିଲେ ଅଶ୍ଳୀଳ ମେସେଜ, ଅଫର କରିଥିଲେ ମୋବାଇଲ ଫୋନ୍

Published By : Prameya-News7 Bureau | October 26, 2019 IST

ଜୟପୁର ୨୬|୧୦: ବାହା ହେବାକୁ ଛାତ୍ରୀଙ୍କୁ ମୋବାଇଲରେ ଅଫର ଦେଇ ବିବାଦରେ କଲେଜର ରଂଗୀଲା ଅଧ୍ୟାପକ। ଜଣେ କି ଦୁଇ ଜଣ ନୁହଁ ଏକାଧିକ ଛାତ୍ରୀଙ୍କୁ ଏପରି ପ୍ରସ୍ତାବ ଦେଇ ଏବେ ବିବାଦରେ ଜୟପୁର ମହିଳା କଲେଜର ଇଂରାଜୀ ଅଧ୍ୟାପକ ବିକାଶ ଚନ୍ଦ୍ର ବେହେରା। ଅଧ୍ୟାପକ ଜଣଙ୍କ ଏପରି ମୋବାଇଲରେ ମେସେଜ କରି ଛାତ୍ରୀମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି କଲେଜ ଅଧ୍ୟକ୍ଷାଙ୍କ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀମାନେ। ଆଉ ଅଭିଯୋଗ ଆଧାରରେ କଲେଜର ଯୌନ ନିର୍ଯାତନା ସେଲର ବୈଠକ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି କଲେଜ ଅଧ୍ୟକ୍ଷା।

{"id":175137}

ବିବାଦରେ ଜୟପୁର ମହିଳା କଲେଜର ଇଂରାଜୀ ଅଧ୍ୟାପକ । ଆଉ ଏହି ବିବାଦ ସାରଙ୍କ ରଂଗିଲା କାରନାମା ପାଇଁ। ସାର୍ ଏଠି ଛାତ୍ରୀଙ୍କୁ ପାଠ ପଢାଇବା ବଦଳରେ ପ୍ରେମ ଜ୍ଞାନ ବାଣ୍ଟୁଥିଲେ। ଛାତ୍ରୀମାନଙ୍କ ମୋବାଇଲକୁ ରଂଗୀଲା ମେସେଜ ପଠାଉଥିଲେ। କେବଳ ଏତିକିରେ ଅଟକିନଥିଲା ସାରଙ୍କ କାରନାମା।ସେମାନଙ୍କୁ ନିଜର କରିବାକୁ ବିବାହର ପ୍ରସ୍ତାବ ବି ମୋବାଇଲରେ ଦେଉଥିଲେ।

{"id":175139}

ହେଲେ ଏହା ଜଣେ କି ଦୁଇ ଜଣ ନୁହଁ ଏକାଧିକ ଛାତ୍ରୀଙ୍କୁ ଏପରି ମେସେଜ ପଠାଉଥିବା କଲେଜର ୮ଜଣ ଛାତ୍ରୀ ଅଭିଯୋଗ କରି କଲେଜ ଅଧ୍ୟକ୍ଷାଙ୍କ ପାଖରେ ଏହି ମାସ ୧ ତାରିଖରେ  ଫେରାଦ ହୋଇଛନ୍ତି ।ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାର ଜଣେ ବିବାହିତ ଓ ସାରଙ୍କ ଗୋଟିଏ ଛୋଟ ଛୁଆ ବି ଅଛି।

{"id":175140}

ଆଉ ଅଭିଯୋଗ ପାଇବା ପରେ ଗତ ୧୪ ତାରିଖ ଦିନ କଲେଜ ଅଧ୍ୟକ୍ଷା କଲେଜର ଯୌନ ନିର୍ଯାତନା  ସେଲର ବୈଠକ ଡାକିଥିଲେ। ଆଉ ଏଥିରେ ସାର ଜଣଙ୍କ କୁଆଡେ ନିଜର ଦୋଷ ସ୍ବୀକାର କରିବା ସହ ଛାତ୍ରୀମାନଙ୍କୁ କ୍ଷମା ବି ମାଗିଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସଂପୃକ୍ତ ଛାତ୍ରୀମାନେ । ତଥାପି ସାରଙ୍କ କାରନାମା ବନ୍ଦ ହୋଇନଥିଲା।

{"id":175141}

ପୁଣି ଥରେ ସାର ତାଙ୍କ ରଂଗୀଲା ମେସଜ ପଠାଇବା ଆରମ୍ଭ କରି ଦେଇଥିଲେ। ଆଉ ଏହାକୁ ନେଇ ଛାତ୍ରୀମାନେ ସାରଙ୍କ ବିରୋଧରେ ପୁଣି ଥରେ ସାନି ଅଭିଯୋଗ ଆଣିବା ପରେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି ଅଧକ୍ଷା।

{"id":175143}

ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଅଧ୍ୟାପକ।ଦୁଇ ବର୍ଷ ତଳର ଘଟଣାକୁ ଏବେ ସାମ୍ନାକୁ ଆଣି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି ସେ। ଛାତ୍ରୀଙ୍କୁ ସେ ମେସେଜ ପଠାଉଥିବା ସ୍ବୀକାର କରିଥିଲେ ବି ତାଙ୍କ ମୋବାଇଲ କିଛି ଦିନ ତଳେ ହଜି ଯାଇଥିବାରୁ ସେ କଣ ମେସେଜ ପଠାଉଥିଲେ ତାହା ମନେ ନାହିଁ ବୋଲି କହିଛନ୍ତି।

{"id":175144}

ଏହି ମାମଲାରେ ଅଭିଯୋଗ କରୁଥିବା ଛାତ୍ରୀମାନେ ଗଣମାଧ୍ୟମ ସାମ୍ନାକୁ ଆସୁନଥିବା ବେଳେ ପୋଲିସ ନିକଟରେ ବି କୌଣସି ମାମଲା ରୁଜୁ ହୋଇ ନାହିଁ। କିନ୍ତୁ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ। ତେଣୁ ଘଟଣାର ସଂବେଦନଶୀଳତାକୁ ଦେଖି ଏହାର ତୁରନ୍ତ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.