ସଧବା ମହିଳାଙ୍କୁ ପିନ୍ଧିବା ନିଷେଧ ଏହି ୩ଟି ଜିନିଷ : ଜାଣନ୍ତୁ କ’ଣ

Published By : Prameya-News7 Bureau | June 16, 2019 IST

ଆମ ଭାରତୀୟ ସଂସ୍କୃତିରେ ଶାସ୍ତ୍ରକୁ ଏକ ଖାସ୍ ସ୍ଥାନ ଦିଆଯାଇଛି। ବୋଧହୁଏ ଏଥିପାଇଁ ଆମେ ଯେତେବେଳେ କୈାଣସି ଶୁଭ କାର୍ଯ୍ୟ କରିବାକୁ ଯାଇଥାଉ ତେବେ ଶାସ୍ତ୍ର ମୁତାବିକ କରିଥାଉ। ବିବାହ ପରଠୁ ନେଇ ସମସ୍ତ କାର୍ଯ୍ୟ ବିଧିପୂର୍ବକ କରିବା ପାଇଁ ଶାସ୍ତ୍ରର ସାହାଯ୍ୟ ନିଆଯାଇଥାଏ।
ଶାସ୍ତ୍ରରେ ଏପରି କେତେକ ନିୟମ କୁହାଯାଇଛି,ଯାହା ପାଳନ କରିବା ପାଇଁ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ ହୋଇଥାଏ। ଯଦି କୈାଣସି ବ୍ୟକ୍ତି ଏହି ନିୟମର ପାଳନ କରୁନାହାନ୍ତି ତେବେ ତାଙ୍କୁ ଲାଭ ବଦଳରେ କ୍ଷତି ହେବ। ଖାସ୍ କରି ମହିଳାଙ୍କ ପାଇଁ ଶାସ୍ତ୍ରରେ ଅନେକ ନିୟମ କରାଯାଇଛି। ଏହାର ପ୍ରମୁଖ କାରଣ ହେଉଛି ଘରର ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ। ଏପରି ପରିସ୍ଥିତିରେ ମହିଳାଙ୍କ ଦ୍ବାରା କରାଯାଇଥିବା ସମସ୍ତ ଉଚିତ ତଥା ଅନୁଚିତ୍ କାର୍ଯ୍ୟର ପ୍ରଭାବ ପୂରା ଘର ଉପରେ ପଡ଼ିଥାଏ।
ଘରର ମୁଖ୍ୟ କାର୍ଯ୍ୟରେ ମହିଳାଙ୍କ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥାଏ। ପୂଜାପାଠଠୁ ଆରମ୍ଭ କରି ବ୍ରତ ଉପାସ ଯାଏଁ ସବୁ ମହିଳାଙ୍କ ଅନୁପସ୍ଥିତିରେ ପୂର୍ଣ୍ଣ ହୋଇନଥାଏ। ଏଥିପାଇଁ ଘରର ମହିଳାଙ୍କୁ ଶାସ୍ତ୍ରରେ କୁହାଯାଇଥିବା ସମସ୍ତ ନିୟମ ପାଳନ କରିବା ଉଚିତ୍।
ଆଜିର ଯୁଗରେ ମହିଳାଙ୍କ ବେଶଭୂଷାରେ ବହୁତ ପରିବର୍ତ୍ତନ ହୋଇଛି। ଏପରି ସ୍ଥିତିରେ ମହିଳାମାନେ ଏପରି ଜିନିଷ ପିନ୍ଧିଦେଇଥାଆନ୍ତି ଯାହା ସଧବା ମହିଳା ପିନ୍ଧିବା ଅଶୁଭ ହୋଇଥାଏ। ଆଜି ଆମେ ଜାଣିବା ଏପରି ଜିନିଷ ବିଷୟରେ ଯାହା ସଧବା ମହିଳାମାନେ ଭୁଲରେ ମଧ୍ୟ ପିନ୍ଧିବା ଅନୁଚିତ୍।

{"id":123637,"width":597,"height":421}


୧.ଗୋଡ଼ରେ ସୁନା ପିନ୍ଧିବା : ଶାସ୍ତ୍ର ଅନୁସାରେ ସଧବା ମହିଳାଙ୍କୁ ଭୁଲରେ ଗୋଡ଼ରେ ସୁନା ବସ୍ତୁ ପିନ୍ଧିବା ଅନୁଚିତ୍। ଆଜିର ପରିବର୍ତ୍ତିତ ପରିବେଶରେ ଏପରି କେତେକ ମହିଳା ଦେଖିବାକୁ ମିଳନ୍ତି ଯେଉଁମାନେ ପାଦରେ ସୁନା ପାଉଁଜି ପିନ୍ଧିଥାଆନ୍ତି। ଶାସ୍ତ୍ର ଅନୁସାରେ ଏହା ଭୁଲ୍ ଅଟେ। ପାଦରେ ସୁନା ପିନ୍ଧିବା ଦ୍ବାରା କୁବେର ଦେବତା ଅସନ୍ତୁଷ୍ଟ ହୋଇଥାଆନ୍ତି ଯାହା ଦ୍ବାରା ଘରେ ଆର୍ଥିକ ସମସ୍ୟା ଉପୁଜିଥାଏ। ଏହା ଦ୍ବାରା ଘରେ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

{"id":123638,"width":597,"height":448}


୨.ଧଳା ଶାଢ଼ୀ: ହିନ୍ଦୁ ଧର୍ମରେ ଧଳା ଶାଢ଼ୀ ପିନ୍ଧିବା ଅଶୁଭ ହୋଇଥାଏ,କିନ୍ତୁ ସଧବା ମହିଳାମାନେ ତ ଭୁଲରେ ମଧ୍ୟ ଧଳା ଶାଢ଼ୀ ପିନ୍ଧିବା ଅନୁଚିତ୍। ମହିଳାମାନେ ଧଳା ଶାଢ଼ୀ ପିନ୍ଧିଲେ ଦାମ୍ପତ୍ୟ ଜୀବନରେ ନକରାତ୍ମକତା ଆସିଥାଏ। ଯାହା ଫଳରେ ତାଙ୍କ ବୈବାହିକ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ।

{"id":123639,"width":597,"height":597}


୩.କଳା ଚୁଡ଼ି ପିନ୍ଧିବା : ଶାସ୍ତ୍ର ଅନୁସାରେ ସଧବା ମହିଳାଙ୍କୁ କଳା ଚୁଡ଼ି ପିନ୍ଧିବା ଅନୁଚିତ୍। ଏପରି କୁହାଯାଇଥାଏ ଯେ ମହିଳାମାନେ କଳା ଚୁଡ଼ି ପିନ୍ଧିବା ଦ୍ବାରା ସେମାନଙ୍କୁ ଶନି ଦେବତାଙ୍କ ପ୍ରକୋପର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ଫଳରେ ତାଙ୍କ ସନ୍ତାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.