ବିବାହିତା ମହିଳାଙ୍କୁ ବାପଘରେ ଛାଡ଼ିବା ବାହାନାରେ ଦୁଷ୍କର୍ମ

Published By : Prameya-News7 Bureau | June 09, 2019 IST

ପାଟନ ୯/୬: କିଶୋରପୁରାର ଜଣେ ବିବାହିତା ମହିଳାଙ୍କୁ ବାପଘର ଛାଡ଼ିବା ବାହାନାରେ ହରିୟାଣାର ଅଟେଲିକୁ ନେଇ ଯାଇ ତାଙ୍କ ସହ ଦୁଷ୍କର୍ମ କରିବାର ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ବିବାହିତା ମହିଳାଙ୍କ ସ୍ବାମୀ ଗତ ଗୁରୁବାର ପାଟନ ଥାନାରେ ତାଙ୍କ ନିଖୋଜ ହେବାର ମାମଲା ରୁଜୁ କରିଥିଲେ।

ଥାନାଧିକାରୀଙ୍କ କହିବାନୁସାରେ ବିବାହିତା ଜଣକ ରିପୋର୍ଟ ଦେଇଥିଲେ ଯେ ସେ ଜୁନ ୫ରେ ହରିୟାଣା ସ୍ଥିତ ନିଜ ବାପଘରକୁ ଯିବା ପାଇଁ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ। ଠିକ୍ ସେତିକିବେଳେ ସୋହନପୁରା ବାସିନ୍ଦା ସୁବେସିଂହ ବଲାଇ ଆସିଥିଲା ଏବଂ ସେ ତାଙ୍କୁ କହିଥିଲା ଯେ ସେ ବି ହରିୟାଣାର ନାଙ୍ଗଲ ଚୈାଧୁରୀ ଯାଉଛି ,ତାଙ୍କୁ ଛାଡ଼ି ଦେବ। ଏହା ଶୁଣି ବିବାହିତା ମହିଳା ତାଙ୍କ ସହ ବାଇକରେ ବସି ଯାଇଥିଲେ।

ସେ ତାଙ୍କୁ ବାପଘର ଛାଡ଼ିବା ପରିବର୍ତ୍ତେ ହରିୟାଣାର ଅଟେଲି ନେଇଯାଇଥିଲା ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ସେ ତାଙ୍କୁ ଗୁଡ଼ଗାଁଓ ନେଇ ଯାଇଥିଲା ଏବଂ ସେଠାରୁ ତାକୁ ବସରେ ବସାଇ ଦେଇଥିଲା। ପୀଡ଼ିତା କୋଟପୁତଲିରେ ନିଜ ମାଉସୀ ଘରେ ପହଞ୍ଚି ସବୁ କଥା ତାଙ୍କୁ କହିଥିଲେ। ଏବଂ ଗତକାଲି ନିଜ ଭାଇ ସହ ଥାନା ପହଞ୍ଚି ମାମଲା ରୁଜୁ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ପାଇଁ ୨ଟି ଟିମ୍ ପଠାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.