Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୪ ବର୍ଷର ପୁଅକୁ ଛାଡି ପ୍ରେମିକର ହାତ ଧରିଲେ ବିବାହିତା ମହିଳା, କହିଲେ…

13/09/2020 at 8:17 PM

ପାଟଣା, ୧୩।୦୯:  ପ୍ରେମ ମାନେ ନାହିଁ ଜାତି ଧର୍ମ ଓ ବୟସ । ସେଥିପାଇଁ ତ ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଆଉ ଏହି  ପ୍ରେମରେ ପଡି ଜଣେ ମାଆ ନିଷ୍ଠୁର ହୋଇ ନିଜର ୪ ବର୍ଷର ଶିଶୁ ପୁତ୍ରକୁ ଛାଡି ପ୍ରେମିକକୁ ଆପଣାର କରିଛନ୍ତି ।ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲୀପଶି ଗ୍ରାମରେ। ଏଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ,  ମଲ୍ଲୀପଶି ଗ୍ରାମର ସୁଦାମ ନାଏକ ଗତ ୨୦୧୫ ମସିହାରେ ଚକ ନିକଟସ୍ଥ ରଙ୍ଗାମାଟିଆ ଗ୍ରାମର ନୂଆ ସାହିର ସୁଭଦ୍ରା ଦାସଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଉଭୟଙ୍କର ୪ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ଗତ ୫ ତାରିଖ ଶନିବାର ଦିନ ସୁଦାମଙ୍କ ସ୍ତ୍ରୀ ସୁଭଦ୍ରା ଘରୁ କୁଆଡେ ପଳାଇଯାଇଥିଲେ । ଏନେଇ ସୁଦାମ ପାଟଣା ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ଶନିବାର ନିଖୋଜ ପତ୍ନୀ ନିଜ ପ୍ରେମିକ ସହିତ ପାଟଣା ଥାନାରେ ପହଞ୍ଚି ପ୍ରେମିକଙ୍କୁ ନିଜର କରି ତାଙ୍କ  ସହିତ ସାରା ଜୀବନ ରହିବେ ବୋଲି ରୋକଠୋକ୍ ଶୁଣାଇଥିଲେ । ଏଥିରେ ନିଖୋଜ ପତ୍ନୀଙ୍କ ସ୍ୱାମୀ ସୁଦାମ ନିରୁପାୟ ହୋଇପଡ଼ିଥିଲେ ।

ପାଟଣା ଥାନାରେ ଉଭୟଙ୍କୁ ପକ୍ଷରୁ ମତ ରଖି ପ୍ରେମିକ ସହିତ ବିବାହିତା ମହିଳାଙ୍କୁ ପଠାଇଥିବା ଜଣା ପଡ଼ିଛି। କିନ୍ତୁ ମାଆର ପ୍ରେମ ଆଗରେ ଏବେ ବଳି ପଡିଯାଇଛି ୪ ବର୍ଷର ଶିଶୁ ପୁତ୍ର । ଏବେ ଏହି ଘଟଣା ପାଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

   Related Posts