ସୋମବାରକୁ ସୋମବତୀ ଅମାବାସ୍ୟା ମହାଯୋଗରେ ପଡିଛି ସାବିତ୍ରୀ ବ୍ରତ, ଏମିତି କରନ୍ତୁ ବଟ ସାବିତ୍ରୀ ପୂଜା

Published By : Prameya-News7 Bureau | June 01, 2019 IST

ହିନ୍ଦୁ ମହିଳା ସେମାନଙ୍କ ସ୍ବାମୀ ଓ ପରିବାରର ମଙ୍ଗଳ ପାଇଁ ବାର୍ଷିକ ଅନେକ ଓଷା ,ଉପବାସ ଓ ବ୍ରତ ପାଳନ କରନ୍ତି। ଏଥିରେ ସାବିତ୍ରୀ ବ୍ରତ ଅନ୍ୟତମ। ସଧବା ହିନ୍ଦୁ ମହିଳାମାନେ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରନ୍ତି। ଚଳିତ ବର୍ଷ ସୋମବାର ପଡିଛି ସୋମବତୀ ଅମାବାସ୍ୟା। ଏହି ମହାଯୋଗରେ ମହିଳାମାନେ ସାବିତ୍ରୀ ବ୍ରତକରିବା ଅତ୍ୟନ୍ତ ଶୁଭଙ୍କର ଓ ଫଳପ୍ରଦ ବୋଲି  କହିଛନ୍ତି ଜ୍ୟୋତିଷ ଓ ପଣ୍ଡିତଗଣ। ଓଡିଶାରେ ମହିଳାମାନେ ଏହି ଦିନ ସାବିତ୍ରୀବ୍ରତ ପାଳନ କରୁଥିବା ବେଳେ ପଡୋସୀ ଛତିଶଗଡ ଓ ଝାରଖଣ୍ଡରେ ଏହାକୁ ବଟ ସାବିତ୍ରୀ ବ୍ରତଭାବେ ସଧବା ମହିଳାମାନେ ପାଳନ କରିଥାନ୍ତି। ଯୋଗକୁ ଏହି ଦିନ ମହାଗ୍ରହ ଶନିଙ୍କର ଜୟନ୍ତୀ ମଧ୍ୟ ଏଣୁ ସାବିତ୍ରୀ ବା ବଟ ସାବିତ୍ରୀ ବ୍ରତ ଏଭଳି ପାଳନ କଲେ ନିଶ୍ଚିତ ଫଳଦାୟୀ ହେବ।

{"id":118484}

ପୁରାଣ ମାନ୍ୟତା ଅନୁସାରେ ସୋମବତୀ ଅମାବାସ୍ୟାରେ ଜନ୍ମ ହୋଥିଲେ  ଶନି ମହାଗ୍ରହ । ଏଣୁ ଏହି ଦିନ ସନିଙ୍କ ପ୍ରିତ୍ୟାର୍ଥେ ଲୋକେ ଅଶ୍ବତଥ ଓ ବରଗଛ ପୂଜା କରିଥାନ୍ତି। ଏଣୁ ଏହି ତିଥିରେ ସଧବା ମହିଳାମାନଙ୍କର ବଟ ସାବିତ୍ରୀ ପୂଜା ଅତ୍ୟନ୍ତ ଫଳଦାୟକ ସିଦ୍ଧ ହେବ। ଏହି ପୂଜାରେ ମହିଳାମାନେ ବ୍ରତ ପୂଜା କରିବା ପରେ ବରଗଛକୁ ପରିକ୍ରମା କରିବା ସାଙ୍ଗକୁ ଗଛରେ ରକ୍ଷା ବାନ୍ଧିବାର ବିଧି ରହିଛି। ଏଣୁ ଏଥି ପାଇଁ ମହିଳା ବରଗଛକୁ ନିଶ୍ଚିତ ପରିକ୍ରମା କରିବେ। ପୁରାଣ ମାନ୍ୟତା  ଅନୁସାରେ ବରଗଛକୁ ୧୦୮ ଥର ପରିକ୍ରମା କରାଗଲେ ପରମ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଏଣୁ ଏଥର ପଡିଥିବା ମହାଯୋଗରେ ମହିଳା ଏପରି ପୂଜାର୍ଚ୍ଚନା କଲେ ନିଶ୍ଚିତ ସୌଭାଗ୍ୟ ପ୍ରାପ୍ତି କରିବେ ବୋଲି କାଶୀର ପଣ୍ଡିତମାନେ କହିଛନ୍ତି ।

{"id":118485,"align":"center","width":336,"height":463}

ଏହି ଦିନ ମହାସତୀ ସାବିତ୍ରୀ ପତିବ୍ରତା ନାରୀ ଭାବେ ଯମରାଜାଙ୍କ ଠାରୁ ତାଙ୍କ ସ୍ବାମୀଙ୍କ ପ୍ରାଣ ବଞ୍ଚାଇଥିଲେ। ସେବେଠାରୁ  ଯେକୌଣସି ସୌଭାଗିନୀ ମହିଳା ଏହି ବ୍ରତ କଲେ ବଡରୁ ବଡ ସଙ୍କଟରୁ ନିଜର ସ୍ବାମୀ ଓ ପରିବାରକୁ ରକ୍ଷା କରିପାରିବେ ବୋଲି ମାନ୍ୟତା ପ୍ରଚଳିତ ହୋଇଆସୁଛି। ପୁରାଣ ଶ୍ରୁତି ଅନୁସାରେ ସାବିତ୍ରୀ ବରଗଛ ତଳେ ସ୍ବାମୀଙ୍କ ପ୍ରାଣ ବଞ୍ଚାଇବା ପାଇଁ ତପସ୍ୟା କରିଥିଲେ। ଏଣୁ ଅନେକ ମହିଳା ବରଗଛ ନିକଟରେ ଏହି ବ୍ରତ ପୂଜା କରିଥାନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.