କପୁର ଡ୍ୟାମକୁ ଡେଇଁଲେ ବିବାହିତା ଯୁବତୀ : ମୃତଦେହ ଉଦ୍ଧାର

Published By : Prameya-News7 Bureau | November 11, 2019 IST

ନବରଙ୍ଗପୁର ୧୧/୧୧: ଘରୋଇ କଳିରୁ ଜଳ ଭଣ୍ଡାରକୁ ଡେଇଁ ପଡି ନବ ବିବାହିତ ଯୁବତୀଙ୍କ  ଆତ୍ମହତ୍ୟା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ସ୍ଥିତ କପୁର ଡ୍ୟାମକୁ ଡେଇଁ ପଡି ଜୟନ୍ତୀ ହରିଜନ(୧୮) ଆତ୍ମହତ୍ୟା କରିଛନ୍ତି ।

{"id":182379}

 ସେ ଇନ୍ଦ୍ରାବତୀ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଥିଲେ   l ସେହି ସମୟରେ ଅର୍ଥାତ,  ପ୍ରାୟ  ଆଠ ମାସ ତଳେ ସେ ଡୁମୁରିଗୁଡା ଗ୍ରାମର ଭୁବନ ହରିଜନ ନାମକ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ l ତେବେ ଶାଶୁ ଘର ଲୋକଙ୍କ ସହ ଗଣ୍ଡଗୋଳ ହେବାରୁ  ସେ କପୁର ଡ୍ୟାମକୁ ଡେଇଁ ଆଜି ସକାଳେ  ଆତ୍ମହତ୍ୟା କରିଛନ୍ତି  ।

{"id":182380}

 ଖବର ପାଇ ଇନ୍ଦ୍ରାବତୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଳ ଭଣ୍ଡାରରେ  ଖୋଜାଖୋଜି କରିବା ପାଇଁ  ଅଗ୍ନିଶମ ବିଭାଗର ମଧ୍ୟ ସାହାଯ୍ୟ ନେଇଛି l  ବର୍ତମାନ  ଖୋଜାଖୋଜି କରିବା ପରେ ଶବ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତ ପରେ ଶାଶୁ,  ନଣନ୍ଦ  ଓ ସ୍ବାମୀଙ୍କ ସହ ଗଣ୍ଡଗୋଳ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଘରର ଲୋକଙ୍କ ସହ ଗଣ୍ଡଗୋଳ ହେବା ପରେ ସେ ବେଡାପଦ ସ୍ଥିତ ବାପଘରକୁ ଚାଲି ଆସିଥିଲେ । ସକାଳେ ସେ ଚାଲି ଆସିବା ପରେ ସ୍ବାମୀ ତାଙ୍କ ବିନା  କିଭଳି ବଂଚିବେ ବୋଲି ହୃଦୟଙ୍ଗମ କରି  ପୁଣି ସ୍ବାମୀ ଙ୍କ ପାଖକୁ ଆସିଥିଲେ ତେବେ ଘରକୁ ଆସିବା ପରେ ସ୍ବାମୀ ,ଶାଶୁ ଓ ନଣନ୍ଦଙ୍କ ସହ ପୁନର୍ବାର ଗଣ୍ଡଗୋଳ ହେବାରୁ ଇନ୍ଦ୍ରାବତୀ   କଲେଜକୁ ଯିବି ବୋଲି କହି କଲେଜ ଡ୍ରେସ ପିନ୍ଧି ବାହାରି ଆସିଥିଲେ  ଓ ଏହାପରେ  କପୁର ଡ୍ୟାମକୁ  ଡେଇଁ ଆତ୍ମ ହତ୍ୟା  କରିଥିଲେ l ଏନେଇ ଜୟନ୍ତୀର  ଭଉଣୀ ଛବି ହରିଜନ ତାଙ୍କ ଶାଶୁ ଘରର ଲୋକଙ୍କ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି  l  ପୋଲିସ ଏହାର ତଦନ୍ତ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.