ଯୌତୁକ ଜୁଇରେ ବିବାହିତା, ୨ ଲକ୍ଷ ଟଙ୍କା ପାଇଁ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଦେବା ଅଭିଯୋଗ

Published By : Prameya-News7 Bureau | May 10, 2021 IST

ଚଣ୍ଡିଖୋଲ, ୧୦/୦୫: ଯୌତୁକ ପାଇଁ ପୋଡ଼ି ମାରିଦେଲେ । ଦୁଇ ଲକ୍ଷ ଟଙ୍କା ଗୋଟିଏ ବିବାହିତା ଝିଅ ପାଇଁ କାଳ ହୋଇଛି । ବିବାହର ନଅ ବର୍ଷ ପରେ ବି ମାରିଦେବାକୁ ପଛେଇଲେ ନାହିଁ ଶ୍ୱଶୁର ଘର ଲୋକେ। ଏପରି ଅଭିଯୋଗ ମୃତ ଝିଅର ପରିବାର ଲୋକେ ଆଣିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଆଳି ଗ୍ରାମରେ ଘଟିଛି । ଯାହାକି ବଡ଼ଚଣା ଥାନା ଅଞ୍ଚଳର ବେଣାପୁର ଗ୍ରାମର ନାଵନ ମହାପାତ୍ରଙ୍କ ଝିଅ ସସ୍ମିତା ଦୀର୍ଘ ୯ ବର୍ଷ ତଳେ ନିଆଳି ଗ୍ରାମର ଧରଣୀଧର ସାମଲଙ୍କ ସାନ ପୁଅ ବିରଞ୍ଚି ସାମଲଙ୍କୁ ଵିଵାହ କରିଥିଲେ । ବିବାହର ରୀତିନୀତି ମୁତାବକ ନଗଦ ଦୁଇ ଲକ୍ଷ ଟଙ୍କା ସୁନା, ରୁପା ଓ ଆସବାବପତ୍ର ଯୌତୁକ ଆକାରରେ ବିରଞ୍ଚିଙ୍କୁ ମିଳିଥିଲା । ମାତ୍ର ବିବାହର କେଇଟା ବର୍ଷ ପରେ ବିରଞ୍ଚିଙ୍କ ପରିବାର ଆଉ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ ।

ଏପଟେ ସସ୍ମିତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସୃଦୃଢ଼ ନଥିବା ହେତୁ ସେ ଟଙ୍କା ଦେବାରେ ବିଫଳ ହୋଇଥିଲେ । ବାରମ୍ବାର ସସ୍ମିତାଙ୍କ ଶାଶୁ ଶ୍ୱଶୁର ଓ ସ୍ୱାମୀ ଝିଅକୁ ନିର୍ଯ୍ୟାତନା ଦେଉଥିଲେ ବୋଲି ସସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଝିଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବା କଥା କହିଛନ୍ତି ସସ୍ମିତାଙ୍କ ପରିବାର ।

ଏପଟେ ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପରେ ଗତକାଲି ସସ୍ମିତାଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସସ୍ମିତାଙ୍କ ବାପା ଓ ଭାଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ହତ୍ୟାକାଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି । ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସସ୍ମିତାଙ୍କ ଶ୍ୱଶୁର ବିରଞ୍ଚି ସାମଲଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରିରହିଥିବା ଥାନା ଅଧିକାରୀ ଶୁକାନ୍ତ ପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.