ହତାଭାଗା ସ୍ୱାମୀ: ମଥାରେ ସିନ୍ଦୁର ଦେବାର ୬ ଘଣ୍ଟା ପରେ ସ୍ତ୍ରୀର କୋକେଇ ଉଠାଇଲା, ଶାଶୁଘରେ ନୂଆ ବୋହୁର ସ୍ୱାଗତ ବଦଳରେ ହେଲା ଅନ୍ତ୍ୟେଷ୍ଟି

Published By : Prameya-News7 Bureau | May 12, 2021 IST

ବିହାର ୧୨/୫: ବିବାହ ଏକ ଅତୁଟ ବନ୍ଧନ । କୁହାଯାଏ ବେଦୀରେ ବସି ସ୍ୱାମୀ ସ୍ତ୍ରୀ ସାତଜନମର ହେବା ପାଇଁ ନେଇଥାନ୍ତି ପ୍ରତିଜ୍ଞା । ସ୍ୱାମୀ ହାତରୁ ସିନ୍ଦୁର ପିନ୍ଧି ନୂଆ ଜନ୍ମ ପାଇଥାଏ ଗୋଟେ ସ୍ତ୍ରୀ । ମୁଙ୍ଗେର ଜିଲ୍ଲାରେ ଜଣେ ନବ ବିବାହିତା ବିବାହ କଲେ ଆଉ ସ୍ୱାମୀ ହାତରୁ ସିନ୍ଦୁର ବି ପିନ୍ଧିଲେ । ହେଲେ ସ୍ୱାମୀ ସହ ପାଲିଙ୍କିର ବସି ଶାଶୁ ଘରକୁ ଯିବା ବଦଳରେ ଉଠିଥିଲା ତାଙ୍କ କୋକେଇ । ଅର୍ଥାତ ବିବାହ କରିବାର ୬ଘଣ୍ଟା ପରେ ପ୍ରାଣ ହରାଇଥିଲା କନ୍ୟା । ବୈଦିକ ରୀତିନୀତିରେ ସ୍ୱାମୀ କରିଥିଲେ ଅନ୍ତ୍ୟେଷ୍ଟି ।

ଏହି ଘଟଣା ଏବେ ସବୁଠି ଆଲୋଡନ ସୃଷ୍ଟି କରିଛି । ସୂଚନା ଥାଉକି, ମୁଙ୍ଗେର ଜିଲ୍ଲାର ଖୁଦିଆ ଗ୍ରାମର ନିଶା କୁମାରୀଙ୍କ ସହ ମହାକାଳ ଗ୍ରାମର ସୁରେଶ ଯାଦବଙ୍କ ପୁଅ ରଂଜନ ଯାଦବଙ୍କ ବିବାହ ମେ ୮ରେ ହେବାକୁ ସ୍ଥିର ହୋଇଥିଲା । ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁଯାୟୀ, ସୁରେଶ ଯାଦବଙ୍କ ପରିବାର ପୁଅକୁ ବରବେଶରେ ସଜେଇ ବିବାହ କରିବାକୁ ଯାଇଥିଲେ । ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀ ପରେ କିଛି ଲୋକ ବିବାହ ଉତ୍ସବରେ ଯୋଗ ଦେଇଥିଲେ ।

ସମସ୍ତ ଧାର୍ମିକ ରୀତିନୀତି ଅନୁଯାୟୀ ବିବାହ ହେବା ପରେ ନିଶା ଅର୍ଥାତ୍ ନବ ବଧୂ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଦୁଇ ପରିବାର ତରବରିଆ ଭାବେ ତାଙ୍କୁ ତାରାପୁରର ଏକ କମ୍ୟୁନିଟି ସେଣ୍ଟରରେ ଭର୍ତ୍ତି କରିଥିଲେ । ଯେଉଁଠାରୁ ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭାଗଲପୁରକୁ ପଠାଇଥିଲେ । ଚିକିତ୍ସା ଚାଲିଥିବାବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିଶା । ଆଉ ମୃତ୍ୟୁ ପରେ ନବବଧୂର ମୃତଦେହକୁ ସୋମବାର ସକାଳେ ଶାଶୁଘର ଅଭିମୁେଖେ ଶବଦାହ ପାଇଁ ନିଆଯାଇଥିଲା । ତାଙ୍କ ସ୍ୱାମୀ ତାଙ୍କର ସମସ୍ତ ରୀତିନୀତି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.