ପାରିବାରିକ କଳହର କରୁଣ ପରିଣତି, ବାପ ଘରେ ବିବାହିତ ଝିଅର ଆତ୍ମହତ୍ୟା

Published By : Prameya-News7 Bureau | August 28, 2020 IST

ପାଟଣା ୨୮।୦୮: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜଡି ଚାତର ଗ୍ରାମରେ ଘର ଭିତରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗ୍ରାମର ଲମ୍ବୋଦରଦାସଙ୍କ ଝିଅ ବର୍ଷାରାଣୀ ଦାସ(୨୫)। ପୋଲିସ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି। ପାରିବାରିକ କଳହ କାରଣରୁ ଝିଅ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ ବର୍ଷାରାଣୀ ମୟୁରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ଭଞ୍ଜକିଆ ଗ୍ରାମରେ ଦେଢ଼ ବର୍ଷ ପୂର୍ବରୁ ରାଜେଶ ଦାସଙ୍କ ପୁଅ  ପପୁନ କୁମାର ଦାସଙ୍କୁ  ବିବାହ କରିଥିଲେ।  କିଛି ଦିନ ପୂର୍ବେ ବର୍ଷାଙ୍କ ଏକ କନ୍ୟା ସନ୍ତାନ ହେବା ପରେ ସନ୍ତାନର ମୃତ୍ୟୁ ଘଟିଥିଲା। ପରେ ବର୍ଷାଙ୍କ ସ୍ୱାମୀ ପପୁନ ବର୍ଷାଙ୍କୁ ଆଣି ବାପ ଘରେ ଛାଡି ଦେଇ ଚାଲି ଯାଇ ଥିଲେ। କୌଣସି କାରଣରୁ  ଆଜି ବର୍ଷା  ଶୋଇବା ଘରେ ସିଲିଂ ଫ୍ୟାନରେ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି।  ମୃତଦେହ ନିକଟରେ ଏକ ସୁଇ ସାଇଡ ନୋଟ ଥିବା ପରିବାର ଲୋକେ କହିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.