ଦୁଷ୍କର୍ମ ପରେ ଯୁବତୀଙ୍କୁ ବିବାହ କଲା ଅଭିଯୁକ୍ତ, ଗର୍ଭବତୀ ମହିଳା ବାଇକରୁ ଖସି ପଡ଼ିବା ପରେ ଗାଡ଼ି ଚଢ଼ାଇ ହତ୍ୟା କଲା ସ୍ବାମୀ

Published By : Prameya-News7 Bureau | October 24, 2019 IST

ନୂଆଦିଲ୍ଲୀ୨୪|୧୦: ବଳରାମପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳାଙ୍କ ରକ୍ତ ଡ଼ୁଡ଼ୁବୁଡ଼ୁ ଶବ ଉଦ୍ଧାର କରିବା ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପତ୍ନୀ ବାଇକ୍‌ରୁ ଖସି ପଡିବା ପରେ ତାଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ଅଭିଯୁକ୍ତ ସ୍ବାମୀ ହତ୍ୟା କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଦାଲତ ଅଭିଯୁକ୍ତ ସ୍ବାମୀକୁ ରିମାଣ୍ଡରେ ପଠାଇ ଦେଇଛି।

ଏଏସପି ପ୍ରଶାନ୍ତ କତଲମଙ୍କ କହିବା ଅନୁସାରେ ଅକ୍ଟୋବର ୧୪ ତାରିଖରେ ବଳରାମପୁରର କରଚା ମୁଖ୍ୟ ରାସ୍ତାରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର ହୋଇଥିଲା। ଏହି ମୃତ ମହିଳାଙ୍କ ନାଁ କୀର୍ତ୍ତି ସୋନଓ୍ବାନୀ। ଅଭିଯୁକ୍ତ ସ୍ବାମୀ ଆଶିଷ ଗୁପ୍ତା ସାଙ୍ଗରେ ଯିବାବେଳେ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ପ୍ରଥମରୁ ପୋଲିସ ଆଶଙ୍କା କରିଥିଲା। ଅଭିଯୁକ୍ତ ସ୍ବାମୀ ନିଜ ପତ୍ନୀଙ୍କୁ ନୃଶଂସ ଭାବେ ହତ୍ୟା କରି ଦୁର୍ଘଟଣା ସ୍ଥଳର ପରିସ୍ଥିତି ଏପରି ସୃଷ୍ଟି କରିଥିଲା ଯେ ଯିଏ ଦେଖିଲେ ବି ଏହା ଦୁର୍ଘଟଣା ବୋଲି ଭାବିବେ। କିନ୍ତୁ ଏହି ଘଟଣାକୁ ପୋଲିସ ବହୁ ଗୁରୁତର ସହ ନେଇଥିଲା।

ମହିଳାଙ୍କ ସହ ଘଟିଥିବା ପୂର୍ବ ଘଟଣା ସଂପର୍କରେ ଜାଣିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଥିଲା। ମୃତ ମହିଳା ଯୁବତୀ ଥିବା ଅବସ୍ଥାରେ ଅଭିଯୁକ୍ତ ଆଶିଷ ତାଙ୍କୁ ଦୁଷ୍କର୍ମ କରିଥିଲା। ପୁଣି ଉଭୟ ପରିବାର ଭିତରେ ଆପୋଷ ବୁଝାମଣାରେ ଉଭୟଙ୍କ ବିବାହ ହୋଇଥିଲା।

ବିବାହର କିଛି ମାସ ପରେ କୀର୍ତ୍ତୀ ଗର୍ଭବତୀ ହୋଇଥିଲେ। ପୂର୍ବରୁ ଅଭିଯୁକ୍ତ ଆଶିଷ ନିଜ ପତ୍ନୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଷଡ଼ଯନ୍ତ୍ର କରିଥିଲା। ଅଭିଯୁକ୍ତ ସ୍ବାମୀ ବୁଲାଇ ନେବା ବାହାନରେ ଗାଡ଼ରୁ ଖସାଇ ପକାଇ ପତ୍ନୀଙ୍କୁ ହତ୍ୟା କରିଥିଲା। ଗାଡ଼ିରୁ ଖସି ପଡ଼ିବା ପରେ ତାଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇ ହତ୍ୟା କରାଯାଇଥିବା କଥା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.