Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଲକଡାଉନରେ ବାହାଘର : ଚାକିରୀ ଭଳି ହେବ ଦୁଇଟି ସିଫ୍ଟ, ଅଲଗା ଅଲଗା ଆସିବେ ଶାକାହାରୀ ଓ ଆମିଷ ଖାଉଥିବା ଅତିଥି

12/06/2020 at 5:34 PM

ଜଳନ୍ଧର ୧୨/୦୬ : ଦେଶରେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାର ମାର୍ଚ୍ଚ ୨୫ ତାରିଖରେ ଦେଶରେ ଲକଡାଉନ ଘୋଷଣା କରିଥିଲେ | ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସମୟରେ କିଛି ନିୟମ କୋହଳ କରାଯାଇଥିଲା | ଲକଡାଉନ ସମୟରେ ବାହାଘରରେ କେବଳ ୫୦ ଜଣ ଅତିଥିଙ୍କ ଉପସ୍ଥିତିରେ ବାହାଘର ସମ୍ପର୍ଣ୍ଣ କରିବାକୁ ସରକାର ନିର୍ଦେଶ ଦେଇଥିଲେ | ବାହାଘରରେ ୫୦ ରୁ ଅଧିକ ଲୋକ ସାମିଲ ନ ହେବା ପାଇଁ ସରକାର ଗାଇଡଲାଇନ ଜାରି କରିଥିଲେ | ଏହାସହ ବାହାଘରରେ ମଧ୍ୟ ସାମାଜିକ ଦୂରତା ପାଳନ କରିବାକୁ କଡାକଡି ଭାବେ ନିର୍ଦେଶ ଦେଇଥିଲେ | ତେବେ ପଞ୍ଜାବ ଲୋକେ ଏହି ନିୟମର ମଧ୍ୟ ବିକଳ୍ପ ବାହାର କରିଛନ୍ତି | ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଛି |

ପଞ୍ଜାବ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି ଯେ, ବାହାଘରରେ ବନ୍ଧୁ ପରିଜନ ଏବଂ ସମ୍ପର୍କୀୟଙ୍କୁ ସିଫ୍ଟ ଅନୁସାରେ ନିମନ୍ତ୍ରଣ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଉ | ଯେଉଁମାନେ ସାକାହାରୀ ସେମାନଙ୍କୁ ସନ୍ଧ୍ୟା ୪ଟା ରୁ ୬ଟା ଭିତରେ ନିମନ୍ତ୍ରଣ ଦିଆଯିବ ଏବଂ ମାଂସାହାରୀ ଅତିଥିଙ୍କୁ ସନ୍ଧ୍ୟା ୬ଟା ରୁ ୮ଟା ମଧ୍ୟରେ ନିମନ୍ତ୍ରଣ ଦିଆଯିବ | ଏହିଭଳି ଦୁଇଟି ସିଫ୍ଟ କରାଯିବ | ଏହାସହ ଅତିଥିଙ୍କୁ ଅପିଲ କରାଯାଇଛି ଯେ, ବିବାହ ସମାରୋହରେ କେବଳ ୪୫ ମିନିଟ ପର୍ଯ୍ୟନ୍ତ ଉପସ୍ଥିତ ରହିବେ |

ଏହି ମାମଲାରେ ପଞ୍ଜାବର ଅଲଗା ଅଲଗା ଜିଲ୍ଲାରେ ୧୧ଟି ଆବେଦନ ହୋଇଛି | ଏଥିରୁ ରାଜ୍ୟକୁ ଦୁଇଟି ଲାଭ ମିଳିବ | ପ୍ରଥମଟି ହେଲା ବିବାହ ସମାରୋହରେ ଅଧିକ ଭିଡ ହେବନାହିଁ ଏବଂ ଦୁଇଟି ସିଫ୍ଟ ଯୋଗୁଁ ଅଧିକ ଲୋକ ମଧ୍ୟ ସମାରୋହରେ ସାମିଲ ହୋଇପାରିବେ | ଏହି ଆବେଦନ ଉପରେ ପ୍ରଶାସନ ବିଚାର କରୁଛି | ଜଳନ୍ଧର ଡିସି ଵୃନ୍ଦାର କୁମାର ଶର୍ମା କହିଛନ୍ତି ଯେ, ଲକଡାଉନ ଗାଇଡଲାଇନକୁ ଦୃଷ୍ଟିରେ ରଖି ବିବାହ ଓ ସିଫ୍ଟ ପାଇଁ ଅନୁମତି ଦିଆଯିବ |

   Related Posts