ବାଜା, ବାଣ, ବରଯାତ୍ରୀ ବିନା ବାହାଘର : ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୫: କରୋନାରୁ ରକ୍ଷା ପାଇବା ପାଇଁ ସବୁଠୁ ଭଲ ଉପାୟ ହେଉଛି କୋଭିଡ୍ ନିୟମ ପାଳନ କରିବା । କିଛି ଲୋକ କୋଭିଡ୍ ନିୟମକୁ ଅଣଦେଖା କରୁଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କୋଭିଡ୍ ପ୍ରୋଟୋକଲକୁ ସଠିକ୍ ଭାବେ ପାଳନ କରୁଛନ୍ତି । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ବିନା ବାଜା, ବାଣ, ରୋଷଣୀ, ବରଯାତ୍ରୀରେ ନବବିବାହିତ ଦମ୍ପତ୍ତି ବାଇକ୍ ରେ ଆସୁଥିବା ଦେଖିବାକୁ ମିଳିଛି ।

ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏମାନଙ୍କର ଏଭଳି କାମ ପାଇଁ ପୋଲିସ କର୍ମଚାରୀ ଏମିତି ଖୁସି ହୋଇଗଲେ ଯେ, ସଙ୍ଗେ ସଙ୍ଗେ ଉଭୟଙ୍କୁ କିଠି ଉପହାର ଦେଇଦେଲେ । ୨୮ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଉଭୟ ବର-କନ୍ୟା ରୟାଲ ଏନଫିଲ୍ଡରେ ବିବାହ କରି ଘରକୁ ଯାଉଛନ୍ତି । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ ଏବଂ ଉଭୟଙ୍କ ବେକରେ ଫୁଲମାଳ ଦେଇ ସମ୍ମାନ ଦେଇଥିଲେ । କେବଳ ଏତିକି ନୁହେଁ ପୋଲିସ କର୍ମଚାରୀ କନ୍ୟାଙ୍କୁ ମୁହାଁଦେଖା ମଧ୍ୟ ଦେଇଥିଲେ ।

ପୋଲିସ କର୍ମଚାରୀ ଜଣଙ୍କ ଖୁସି ଥିଲେ ଯେ, ସେମାନେ କୋଭିଡ୍ ପ୍ରୋଟୋକଲର ପାଳନ କରିଛନ୍ତି । କମ୍ ଲୋକରେ ବିବାହ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ଆଇପିଏସ ଅଫିସର ଦୀପାଶୁଂ କାବରା ଟ୍ବିଟ୍ ରରେ ସେୟାର କରିଛନ୍ତି । ଏହାପରେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ଲୋକମାନେ ବର-କନ୍ୟାଙ୍କ ସହ ପୋଲିସ କର୍ମଚାରୀଙ୍କର ମଧ୍ୟ ପ୍ରଶଂସା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.