Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏବର୍ଷ ଲକଡାଉନ୍ ଯୋଗୁଁ ଅକ୍ଷୟ ତୃତୀୟାରେ ହେବ ନାହିଁ ବିବାହ : ଜାଣନ୍ତୁ ଆସନ୍ତା ବର୍ଷର ବିବାହ ଲଗ୍ନ

24/04/2020 at 12:39 PM

ହିନ୍ଦୁ ଧର୍ମ ଗ୍ରନ୍ଥରେ ଅକ୍ଷୟ ତୃତୀୟା,ବସନ୍ତ ପଞ୍ଚମୀ ଏବଂ ଦେବ ପ୍ରବୋଧିନି ଏକାଦଶୀକୁ ଅବୁଝ ମୁହୂର୍ତ୍ତ ବୋଲି କୁହାଯାଇଛି। ଅନେକ କୁମାରମାନେ ଏହି ଦିନରେ ବିବାହ କରିବା ପାଇଁ ଅପେକ୍ଷା କରିଥାନ୍ତି। ଏହି ଦିନ ବିବାହ,ନିର୍ବନ୍ଧ,ଗୃହ ପ୍ରତିଷ୍ଠା କରିବା ପାଇଁ ଶୁଭ ହୋଇଥାଏ।

ଏବର୍ଷ ଅକ୍ଷୟ ତୃତୀୟା ଅପ୍ରେଲ୍ ୨୬ତାରିଖ ରବିବାର ପଡ଼ୁଛି। ଏଥର କରୋନା ଡରରେ ସମସ୍ତେ ନିଜ ନିଜ ଘରେ ବନ୍ଦୀ ଅଛନ୍ତି ଏବଂ ଭାରତରେ ଲକଡାଉନ୍ ଚାଲିଛି। ଯାହା ଫଳରେ ଏଥର ଅକ୍ଷୟ ତୃତୀୟାରେ ବିବାହ ଲଗ୍ନ ହେବ ନାହିଁ। ଯେଉଁମାନେ ବିବାହ କରିବାକୁ ଚାହୁଁଥିଲେ ସେମାନଙ୍କୁ ଆଗାମୀ ୨୦୨୧ମସିହାର ଅକ୍ଷୟ ତୃତୀୟାକୁ ଅପେକ୍ଷା କରିବାକୁ ପଡ଼ିବ।

ମେ ମାସରେ ବିବାହ ପାଇଁ ୧୬ଟି ଶୁଭ ମୁହୂର୍ତ୍ତ ରହିଛି। ଏହା ପରଠୁ ଆସନ୍ତା ବର୍ଷ ୨୦୨୧ରେ ଜାନୁୟାରୀ,ଫେବୃୟାରୀ,ମାର୍ଚ୍ଚ ଏବଂ ଅପ୍ରେଲ୍ ୨୪ଯାଏଁ କୌଣସି ଶୁଭ ମୁହୂର୍ତ୍ତ ନାହିଁ। ୨୦୨୧ ଫେବୃୟାରୀ ୧୬ ବସନ୍ତ ପଞ୍ଚମୀରେ ଅବୁଝ ମୁହୂର୍ତ୍ତ ରହିଛି।

ଏବର୍ଷ ପାଖାପାଖି ୫ମାସ ଜୁଲାଇ ୧ରୁ ନଭେମ୍ବର ୨୪ତାରିଖ ଯାଏଁ ଦେବତା ଶୟନ କରିବେ। ଜୁଲାଇ ୧ତାରିଖରେ ଭଗବାନ ଶ୍ରୀ ହରି ବିଷ୍ଣୁ କ୍ଷୀରସାଗରରେ ଶୟନ କରିବେ। ଏହି ଦିନ ଦେବଶୟନୀ ଏକାଦଶୀର ଶୁଭ ମୁହୂର୍ତ୍ତ ରହିଛି।   

   Related Posts