Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଏହି ସବୁ ସହରରେ ରାତି ୯ଟା ପୂର୍ବରୁ ସାରିବାକୁ ହେବ ବିବାହ କାର୍ଯ୍ୟକ୍ରମ, ନାଇଟ୍ କର୍ଫ୍ୟୁ ପାଇଁ ସରକାରଙ୍କ କଟକଣା

23/11/2020 at 10:02 AM

ଅହମ୍ମଦାବାଦ,୨୩/୧୧:   ଦେଶର କିଛି ରାଜ୍ୟରେ ପୁଣି ଥରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ତେଣୁ ବିଭିନ୍ନ ରାଜ୍ୟ ସରକାର କରୋନା କଟକଣାକୁ କଠୋର କରିଛନ୍ତି । ଏପରିକି କିଛି ସ୍ଥାନରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ରହିଛି । ଗୁଜୁରାଟରେ ବଢୁଥିବା କରୋନା ମାମଲାକୁ ଦେଖି କିଛି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଏହା ସହ ରାତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି ।

ଗୁଜୁରାଟରେ ଏବେ ରାତି ୯ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବିବାହ ତଥା ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଅର୍ଥାତ ରାତି ୯ଟା ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ସାରିବାକୁ ହେବ । ଏହି ନାଇଟ୍ କର୍ଫ୍ୟୁ ଅହମ୍ମଦାବାଦ, ରାଜକୋଟ, ସୁରଟ ଓ ବରୋଦାରେ ଲାଗୁ ହୋଇଛି ।

ପୂର୍ବରୁ ସରକାର ଦଶମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ । ପରେ ସଂକ୍ରମଣ ବଢିବା କାରଣରୁ ଏହି ନିଷ୍ପତ୍ତିକୁ ଏବେ ସ୍ଥଗିତ ରଖାଯାଇଛି । ଏବେ ଡିସେମ୍ବର ପରେ ହିଁ ସ୍କୁଲ ଖୋଲିବ ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୯୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୩ଜଣ ପ୍ରାଣ ହରାଇଛନ୍ତି । ଗତ ୪ ମାସରେ ଏହା ହେଉଛି ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ମୃତ୍ୟୁସଂଖ୍ୟା । ଗତ ୧୨ ଦିନରେ ରାଜ୍ୟରେ ୧୦୨ କରୋନା ଆକ୍ରାନ୍ତ ପ୍ରାଣ ହରାଇ ସାରିଲେଣି ।

   Related Posts