ଲକ୍ ଡାଉନ୍‌ରେ ନିଆରା ଦୃଶ୍ୟ : ସୀମାରେ ବିବାହ, ଆଉଟପୋଷ୍ଟରେ ମଣ୍ଡପ, କନ୍ୟାଦାନ କଲେ ପୋଲିସ

Published By : Prameya-News7 Bureau | April 27, 2020 IST

ଲକ୍ଷ୍ନୌ ୨୭।୪: କରୋନା ଭାଇରସ୍ ଯୋଗୁଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଫଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହି ଲକ୍ ଡାଉନ୍ ମଧ୍ୟରେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ସୀମାରେ ଏକ ନିଆରା ବିବାହ ହୋଇଛି । ବରଯାତ୍ରୀ ନେଇ ଉତ୍ତରାଖଣ୍ଡର କାଶୀପୁରରେ ପହଞ୍ଚିଥିବା ବରକୁ ସୀମାରେ ଅଟକାଇଥିଲା ପୋଲିସ । ଯାଞ୍ଚ ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବର ପକ୍ଷରୁ ଅନୁମତି ମିଳିଥିବା ଜଣାପଡିଥିଲା । କିନ୍ତୁ କନ୍ୟା ପକ୍ଷ ନିକଟରେ କୌଣସି ଅନୁମତି ନଥିଲା ।

{"id":260927,"width":580,"height":315,"sizeSlug":"large"}

ଏଭଳି ପରିସ୍ଥିତିରେ ଯେତେବେଳେ ବିବାହ ତାରିଖରେ ସଙ୍କଟ ଉପୁଜିବାରୁ ବର ଏବଂ କନ୍ୟା ପକ୍ଷ ପ୍ରଶାସନକୁ ଅନୁରୋଧ କରିଥିଲେ । ଯେତେବେଳେ ସମସ୍ତେ ଏକାଠି ବସିଥିଲେ, ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ବିବାହ ୟୁପି-ଉତ୍ତରାଖଣ୍ଡ ସୀମାରେ କରାଯାଉ । ଧାର୍ଯ୍ୟ ମୂହୁର୍ତ୍ତରେ କାଶୀପୁରର ପାଏଗା ଚୌକି ସୀମାରେ ୟୁପିରୁ ୫ଜଣ ବରଯାତ୍ରୀ ଉତ୍ତରାଖଣ୍ଡ ସୀମା ଆଡକୁ ଆସିଥିଲେ । ବରଯାତ୍ରୀମାନଙ୍କୁ ପୋଲିସକର୍ମୀ ସ୍ବାଗତ କରିଥିଲେ । ସମସ୍ତ ରେ ବର ଏବଂ କନ୍ୟାଙ୍କ ହାତଗଣ୍ଠି ପଡିଥିଲା । ବ୍ରାହ୍ମଣଙ୍କ ମନ୍ତ୍ର ଉଚାରଣରେ ବିବାହ ସମ୍ପନ୍ନ ହୋଇଥିଲା ।

{"id":260928,"width":575,"height":313,"sizeSlug":"large"}

ବିବାହରେ ସାମାଜିକ ଦୂରତା ଅନୁସରଣ କରାଯାଇଥିଲା । ଉଭୟ ପକ୍ଷରୁ କେବଳ ୫ ଜଣ ଉପସ୍ଥିତ ଥିଲେ । ଏହାପରେ ନବବଧୂଙ୍କୁ ତାଙ୍କ ଶାଶୁଘର ପଠାଯାଇଥିଲା । କନ୍ୟାଙ୍କ ବାପାଙ୍କର ୧୨ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା । କନ୍ୟାଙ୍କ ବାପା ପୂର୍ବରୁ ମରିଯାଇଥିବାରୁ ପୋଲିସକର୍ମୀମାନେ କନ୍ୟାଦାନ କରିବା ସହ ତାଙ୍କୁ ବିଦାୟ ଦେଇଥିଲେ । ସୂଚନାଯୋଗ୍ୟ ଯେ, ମୁଣ୍ଡାପାଣ୍ଡେ  ଥାନା ଅଞ୍ଚଳର ବାସିନ୍ଦା ବିକ୍ରମ ସିଂ ବରଖେଡା ପାଣ୍ଡେ ନିବାସୀ ନେହାଙ୍କୁ ବିବାହ କରିଥିଲେ । ରବିବାର ଦିନ ବିକ୍ରମ ତାଙ୍କ ଭଉଣୀଙ୍କ ସହ ବିବାହ ପାଇଁ କାଶୀପୁରରେ ପହଞ୍ଚିଥିଲେ ।

{"id":260930,"width":577,"height":311,"sizeSlug":"large"}

ଲକ୍ ଡାଉନ୍ ଯୋଗୁଁ ବିବାହ ତାରିଖକୁ ନେଇ ଦୁଇ ପରିବାର ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଥିଲା । ଏହି ସମୟରେ ଯେତେବେଳେ ବରଯାତ୍ରୀ ନେବା ପାଇଁ ପ୍ରଶାସନିକ ଅନୁମତି ଲୋଡାଯାଇଥିଲା ସେତେବେଳେ କୁହାଯାଇଥିଲା ଯେ ଅନ୍ୟ ରାଜ୍ୟକୁ ଯିବାବେଳେ ୧୪ ଦିନ କ୍ବାରେଣ୍ଟାଇନ୍ ରେ ରଖିବାର ପ୍ରକ୍ରିୟା ଅଛି । ଯେଉଁଥି ପାଇଁ ଉଭୟ ପରିବାର ନିଜେ ସୀମାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.