ବର ମୁମ୍ବାଇରେ କନ୍ୟା ଦିଲ୍ଲୀରେ: ଭିଡିଓ କଲରେ ହେଲା ବାହାଘର, ଧୁମ ନାଚିଲେ ବରଯାତ୍ରୀ

Published By : Prameya-News7 Bureau | April 07, 2020 IST

ମୁମ୍ବଇ ୦୭/୦୪ : କରୋନା ଯୋଗୁଁ ପୁରା ଦେଶକୁ ୨୧ ଦିନିଆ ଲକଡାଉନ କରାଯାଇଛି | ଲକଡାଉନ ପାଇଁ ଯେମିତି ପୁରା ଦୁନିଆ ଶାନ୍ତ ପଡିଯାଇଛି | ଲୋକେ ଯାହା ସବୁ ଯୋଜନା କରିଥିଲେ ସେସବୁ ଯୋଜନା ହୋଇ ହିଁ ରହିଯାଇଛି | ବାହାଘର ରଦ୍ଦ କରିଦିଆଯାଇଛି | ଲୋକଙ୍କ ଅନେକ କାମ ଠପ ହୋଇଯାଇଛି | ଧାର୍ମିକ କାମ ମଧ୍ୟ ବନ୍ଦ ହୋଇରହିଛି | ଆହୁରି କେତେ କଣ ବନ୍ଦ ହୋଇ ରହିଛି | କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ବାରମ୍ବାର ଲୋକଙ୍କୁ ନିବେଦନ କରୁଛନ୍ତି | ଏହିଭଳି ପରିସ୍ଥିତିରେ ଲୋକେ ନିଜ ବନ୍ଧୁବାନ୍ଧବ ସମ୍ପର୍କୀୟଙ୍କ ଠାରୁ ମଧ୍ୟ ଦୁରେଇ ରହିଛନ୍ତି | ଲୋକେ ଭିଡିଓ କଲ ମାଧ୍ୟମରେ ପରସ୍ପରକୁ ଦେଖା ସାକ୍ଷାତ କଥାବାର୍ତ୍ତା କରୁଛନ୍ତି | ଭିଡିଓ କଲ ଜରିଆରେ ଲୋକେ ଜନ୍ମଦିନ ମଧ୍ୟ ପାଳନ କରୁଛନ୍ତି | ଭିଡିଓ କଲ ଜରିଆରେ ବିବାହ ମଧ୍ୟ ସମ୍ପନ୍ନ କରି ଦେଉଛନ୍ତି |

ଏହିଭଳି ଏକ ଘଟଣା ଘଟିଛି ଦିଲ୍ଲୀରେ ରହୁଥିବା ନିତ କୌରଙ୍କ ସହ | ନିଜ ପୁରୁଷ ବନ୍ଧୁ ପ୍ରୀତ ସିଂହଙ୍କ ସହ ତାଙ୍କର ବିବାହ ହେବାକୁ ଥିଲା | ପ୍ରୀତ ମୁମ୍ବାଇରେ ରୁହନ୍ତି | ଉଭୟ ବାହାଘର ଏପ୍ରିଲ ୪ ତାରିଖରେ ହେବାକୁ ଥିଲା | କିନ୍ତୁ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଉଭୟ ନିଜ ବାହାଘର ପାଇଁ ଅଲଗା ଯୋଜନା ପ୍ରସ୍ତୁତ କଲେ | ଭିଡିଓ କଲ ଜରିଆରେ ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଲେ |

{"id":250514,"width":753,"height":565,"sizeSlug":"large"}

ସୂଚନା ଅନୁଯାୟୀ, ଉଭୟ ଏପ୍ରିଲ ୪ ତାରିଖରେ ଭିଡିଓ କନଫରେନସିଂ କଲେ | ଭିଡିଓ କନଫରେନସିଂରେ ତାଙ୍କର ପୁରା ପରିବାର ଓ ସମ୍ପର୍କୀୟ ସାମିଲ ହେଲେ | ଭିଡିଓ କନଫରେନସିଂରେ ଦୁବାଇ, ଅଷ୍ଟ୍ରେଲିଆ, କାନାଡ଼ାରେ ରହୁଥିବା ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ | ତେବେ ମଜାଦାର କଥା ହେଲା ବାହାଘର ପାଇଁ କେବଳ ବରକନ୍ୟା ସଯ ହୋଇନଥିଲେ ବରଂ ସମସ୍ତ ସମ୍ପର୍କୀୟ ସଯ ହୋଇ ବିବାହରେ ଯୋଗ ଦେଇଥିଲେ | ବିବାହ ସମ୍ପନ୍ନ ହେବାପରେ ପରିବାର ସଦସ୍ୟ ଚକଲେଟ ବାଣ୍ଟି ଖୁସି ମନେଇଥିଲେ | ସମସ୍ତେ ଧୁମ ମଚେଇ ନାଚିଥିଲେ ମଧ୍ୟ | ସମସ୍ତେ ମିଶି ଏହି ଭିର୍ଟୁଆଲ ବାହାଘରକୁ ଖୁସିର ରଙ୍ଗରେ ରଙ୍ଗେଇଦେଲେ | ସମସ୍ତଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ ହୋଇ ରହିଗଲା |

ବାହାଘର ପରେ ରୀତ ପ୍ରତିକ୍ରିୟା ରଖି କହିଛନ୍ତି, ବିବାହ ସମ୍ପନ୍ନ ହେବାପରେ ପରସ୍ପର ଠାରୁ ଦୁରେଇ ରହିବା ଅତ୍ୟନ୍ତ ଦୁଃଖଦାୟକ କିନ୍ତୁ ବାହାଘର ହୋଇଗଲା ତାହା ଖୁସିର କଥା | ବିବାହ ପରେ ଉଭୟ ହନିମୁନ ପାଇଁ ଗୋଆ ଯିବା ପାଇଁ ପ୍ଲାନ କରିଥିଲେ | ପ୍ରୀତ କହିଛନ୍ତି ଯେ, ଲକଡାଉନ ପରେ ସେ ନିଜ ପରିବାର ସହ ଗୁରୁଦ୍ୱାରା ଯିବେ ଏବଂ ୱାହେଗୁରୁଙ୍କ ଆଶୀର୍ବାଦ ନେଇ ଆସିବେ | ୱାହେଗୁରୁଙ୍କ ଆଶୀର୍ବାଦ ବିନା ବିବାହ ଅଧୁରା ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.