Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାପା-ମା’ ଙ୍କ ବାହାଘର ଦେଖିଲା ୧୩ ବର୍ଷର ପୁଅ, ୨୦ ବର୍ଷ ଏକାଠି ରହିବା ପରେ ରୀତିନୀତି ଅନୁଯାୟୀ କଲେ ବିବାହ

15/07/2021 at 4:42 PM

ଲକ୍ଷ୍ନୌ ୧୫/୦୭ : ଉତ୍ତରପ୍ରଦେଶର ଉନ୍ନାଓରେ ଏକ ବିରଳ ଘଟଣା ଦେଖିବାବାକୁ ମିଳିଛି । ୨୦ ବର୍ଷ ଏକାଠି ରହିବା ପରେ ଶେଷରେ ବିବାହ କରିଛନ୍ତି ଦମ୍ପତ୍ତି । ସବୁଠାରୁ କୌତହଳ କଥା ହେଉଛି ବାପା-ମା’ ଙ୍କର ବିବାହ ଦେଖିଲା ୧୩ ବର୍ଷର ପୁଅ । ଦୀର୍ଘ ୨୦ ବର୍ଷ ଏକଠି ରହିବା ପରେ ଏବେ ବିବାହ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବରକୁ ୫୮ ବର୍ଷ  ବୟସ ହୋଇଥିବା ବେଳେ ଏବଂ କନ୍ୟାକୁ ୫୦ବର୍ଷ ବୟସ । ବରର ଭଉଣୀ କହିଛନ୍ତି କି ଉଭୟ ୨୦ ବର୍ଷ ପୂର୍ବେ କୋର୍ଟ ବିବାହ କରିଥିଲେ କିନ୍ତୁ କୌଣସି କାରଣରୁ ରୀତିନୀତି ଅନୁଯାୟୀ ବିବାହ ହୋଇପାରିନଥିଲା। କିନ୍ତୁ ସେମାନେ ପରସ୍ପର ସହ ରହୁଥିଲେ। ବର୍ତ୍ତମାନ ପରିବାରର ସହମତି ପରେ ଉଭୟଙ୍କ ବିବାହ ପାରମ୍ପାରିକ ଢଙ୍ଗରେ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଉନ୍ନାଓର ମିୟାଗଞ୍ଜ ବ୍ଲକ ସ୍ଥିତ ରସୁଲପୁର ରୁରୀ ଗାଁର ବାସିନ୍ଦା ନାରାୟଣ ରାୟଦାସ ତାଙ୍କ ପ୍ରେମିକା ରାମରାତିଙ୍କୁ ବିବାହ କରିଛନ୍ତି । କୁହାଯାଉଛି କି ଉଭୟ ଗତ ୨୦ବର୍ଷ ହେଲା ଲାଇଭ-ଇନରେ ରହୁଥିଲେ। ସେମାନଙ୍କର ମଧ୍ୟ ୧୩ ବର୍ଷର ପୁଅ ଅଛି । ଗ୍ରାମ ମୁଖ୍ୟ ଓ ଗ୍ରାମବାସୀ ମିଶି  ବିବାହ ଶୋଭାଯାତ୍ରା କରିବା ପାଇଁ ବ୍ୟବସ୍ଥା କରିଥିଲେ । ଏହା ସହ ବର ଓ କନ୍ୟାଙ୍କୁ ନେଇ ଗାଡି ଗାଁ ବାହାରେ ଥିବା ବ୍ରହ୍ମ ଦେବ ବାବାଙ୍କ ମନ୍ଦିରକୁ ନେଇଥିଲେ ପରେ ରୀତିନୀତି ବିବାହ ହୋଇଥିଲା । ଗାଁ ମୁଖିଆଙ୍କ ଦ୍ୱାରା କରାଯାଇଥିବା ଏହି ବିବାହ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts