Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ସେୟାର ବଜାର : ସେନସେକ୍ସ ୪୭୭୦୦ ପାର, ୧୩୯୬୭ ଉପରେ ନିଫ୍ଟି

29/12/2020 at 2:41 PM

ନୂଆଦିଲ୍ଲୀ ୨୯/୧୨ : ସେୟାର ବଜାରରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଇତିହାସରେ ପ୍ରଥମ ଥର ପାଇଁ ସେନସେକ୍ସ୍ ୪୭,୭୦୦ ପାର କରିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ମଙ୍ଗଳବାର ସେନସେକ୍ସ୍ ୧୧୩ ଅଙ୍କ ବୃଦ୍ଧି ପାଇ ୪୭,୪୬୬ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେୟାର ବାଜରରେ ଆକସ୍ମିକ ବୃଦ୍ଧି ପରେ ନୂଆ ରେକର୍ଡ ତିଆରି କରିଛି ସେୟାର ବଜାର ।

ସୂଚନା ଅନୁସାରେ କାରବାରର କିଛି ସମୟ ପରେ ସେନସେକ୍ସ୍ ୩୬୧ ଅଙ୍କ ବୃଦ୍ଧି ପାଇ ୪୭,୭୧୪.୫୫ରେ ପହଞ୍ଚିଯାଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୭ ଅଙ୍କ ବୃଦ୍ଧି ସହ ୧୩,୯୧୦ରେ ଆରମ୍ଭ ହୋଇଥିଲା । କାରବାରର କିଛି ସମୟ ପରେ ଏହା ବୃଦ୍ଧି ପାଇ ୧୩,୯୬୭.୬୦ରେ ପହଞ୍ଚି ଯାଇଥିଲା ।  

ନିଫ୍ଟି ବ୍ୟାଙ୍କ୍ ଏବଂ ପିଏସୟୁ ବ୍ୟାଙ୍କ୍ ସୂଚକାଙ୍କରେ ୧ ପ୍ରତିଶତ ଲେଖାଏଁ ବୃଦ୍ଧି ପରିଲକ୍ଷିତ ହୋଇଛି । ନିଫ୍ଟିରେ ସବୁଠାରୁ ବେଶୀ ଫାଇଦା ପାଇଥିବା ସେୟାରମାନଙ୍କ ମଧ୍ୟରେ ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ୍, ଓ୍ବିପ୍ରୋ ଏବଂ ଗ୍ରାସିକ୍ ଇଣ୍ଡଷ୍ଟ୍ରିଜ୍‌ର ସାମିଲ ଅଛନ୍ତି । ସେୟାର ବଜାରରେ କାରବାର ସମୟରେ ୧୦୭୩ ଟି ସେୟାରରେ ବୃଦ୍ଧି ଏବଂ ୨୪୦ଟି ସେୟାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଚକାଙ୍କ ସବୁଜ ସାଙ୍କତ ଦେଇ ଗତି କରୁଛି ।

ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୧୧ ପଇସା ବୃଦ୍ଧି ପାଇବା ସହ ୭୩.୩୮ରେ ପହଞ୍ଚିଛି । ବିଦେଶୀ ଫଣ୍ଡଗୁଡିକର ମୂଲ୍ୟ ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ସୋମବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୪୯ ଥିବାବେଳେ ମଙ୍ଗଳବାର ଏହାର ମୂଲ୍ୟ ପ୍ରତି ଡଲାର ରହିଛି ୭୩.୩୮ ଟଙ୍କା ।

ଖ୍ରୀଷ୍ଟମାସ ପରେ ସୋମବାର ସେୟାର ବାଜର ସବୁଜ ସଙ୍କେତ ସହ ଆରମ୍ଭ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଅନୁଯାୟୀ ସେନସେକ୍ସ୍ ୧୮୦ ଅଙ୍କ ବୃଦ୍ଧି ପାଇ ୪୭,୧୫୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ୬୬ ଅଙ୍କ ବୃଦ୍ଧି ପାଇ ୧୩,୮୧୫ରେ ଆରମ୍ଭ ହୋଇଥିଲା । ସେହିପରି କାରବାର ବନ୍ଦ ବେଳକୁ ସେନସେକ୍ସ୍ ୩୮୦.୨୧ ଅଙ୍କ ବୃଦ୍ଧି ପାଇ ୪୭,୩୫୩.୭୫ଏବଂ ନିଫ୍ଟି ୧୨୩.୯୫ ଅଙ୍କ ବୃଦ୍ଧି ପାଇ ୧୩,୮୭୩.୨୦ରେ ବନ୍ଦ ହୋଇଥିଲା ।

   Related Posts