୪ ଦିନ ବଜାର ବନ୍ଦ, ସଂକ୍ରମଣ ରୋକିବାକୁ ନିଜ ଆଡୁ ନିଷ୍ପତ୍ତି ନେଲା ବଣିକ ସଂଘ

Published By : Prameya-News7 Bureau | August 06, 2020 IST

ସମ୍ବଲପୁର ୦୬।୦୮: ସମ୍ବଲପୁର ସହରରେ କରୋନା ସଂକ୍ରମଣକୁ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଖେତରାଜପୁର ମର୍ଚେଣ୍ଟ ଆସୋସିଏସନ ବା ବଣିକ ସଂଘ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ଆଜି ଠାରୁ ଆସନ୍ତା ୯ ତାରିଖ ଯାଏଁ ବନ୍ଦ ରହିବ ମାର୍କେଟ ।

{"id":310571,"sizeSlug":"large"}

ଚାରିଦିନ ଖେତରାଜପୁରର ହୋଲସେଲ୍ ମାର୍କେଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ସହରରେ କଳାବଜାର ଆରମ୍ଭ ହୋଇଯାଇଛି । ସମ୍ବଲପୁର ସହରର ତଥା ଜିଲ୍ଲା ପାଇଁ ଖେତରାଜପୁର ଏକମାତ୍ର ବଡ ହୋଲସେଲ୍ ସାଙ୍ଗକୁ ମୁଖ୍ୟ ମାର୍କେଟ । ତେଣୁ ଏଠାକାର ବେପାର ସହର ଓ ଜିଲ୍ଲାରେ ପ୍ରଭାବ ପକାଇଥାଏ । ପୂର୍ବରୁ ଏହି ଘୋଷଣା ହୋଇଥିବାରୁ ଛୋଟ ଛୋଟ ବ୍ୟବସାୟୀ ଅତ୍ୟାବଶକୀୟ ସାମଗ୍ରୀ କିଣି ଷ୍ଟକ ରଖିଛନ୍ତି ।

{"id":310572,"sizeSlug":"large"}

 ତେବେ ଏହି ଚାରିଦିନ ପାଇଁ ସାମଗ୍ରୀ ଚଢା ଦରରେ ବିକ୍ରି ହେବ  ବୋଲି ଅନୁମାନ କରାଯାଉଛି । ସମ୍ବଲପୁର ଖେତରାଜପୁରକୁ ନାସିକରୁ ପିଆଜ, ପଶ୍ଚିମବଂଗରୁ ଆଳୁ ସିଧାସଳଖ ଆସିଥାଏ | ଖେତରାଜପୁରରୁ ରିଟେଲର୍ ମାନଙ୍କୁ ଦିଆଯାଏ । କେବଳ ଯେ ଆଳୁ ପିଆଜ ନୁହେଁ, ତେଲ, ଲୁଣ, ଡାଲି, ଚାଉଳ, ଚିନି ଇତ୍ୟାଦି ନିତ୍ୟବ୍ୟବହାର ସାମଗ୍ରୀର ବଡ ହୋଲସେଲ ବ୍ୟବସାୟୀ ରହିଛନ୍ତି ଖେତରାଜପୁର ମାର୍କେଟରେ | ତେବେ ମାର୍କେଟ ୪ ଦିନ ବନ୍ଦ ହେବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପକାଇବା । ଏହାସହିତ କଳାବଜାର ବଢିବା ଅନୁମାନ କରାଯାଉଛି ।

{"id":310573,"sizeSlug":"large"}

 ଜିଲ୍ଲାରେ ସଂକ୍ରମଣ କମିବାର ନାଁ ନେଉନି । ଆଜି ଚିହ୍ନଟ ହୋଇଥିବା  ୧୦୧ ସଂକ୍ରମିତଙ୍କ ମିଶାଇ ଜିଲ୍ଲାରେ ମୋଟ ୮୩୭ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ବର୍ତ୍ତମାନ ସୁ୍ଧା ୪୯୪ଟି ଆକ୍ଟିଭ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.