କରୋନାକୁ ବଳିଗଲା ବାତ୍ୟା ଡ଼ର , ଆଳୁ ବଜାରରେ ଲାଗିଗଲା ନିଆଁ...

Published By : Prameya-News7 Bureau | May 18, 2020 IST

କଟକ ୧୮।୦୫: ଆସୁଛି ବାତ୍ୟା ଅମ୍ଫାନ । ୧୯ ତାରିଖରୁ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ବାତ୍ୟା ପାଇଁ ବଜାରରୁ ଗାଏବ ହେବାରେ ଲାଗିଛି ଆଳୁ । ଏଥି ସହ ଦର  ୫ରୁ ୧୦ ଟଙ୍କା ବଢିଛି । କଟକ ଛତ୍ର ବଜାରରେ ଆଳୁ କେଜି ପିଛା ଦର ୨୫ ଟଙ୍କାରେ ବିକ୍ରି ହେଉଛି । ବାତ୍ୟା ପାଇଁ ପଶ୍ଚିମବଙ୍ଗରୁ ଆଳୁ କମ୍ ଆସୁଥିବାରୁ ଦର ବଢୁଥିବା କହିଛି ଛତ୍ରବଜାର ବ୍ୟବସାୟୀ ସଂଘ ।

{"id":271771,"sizeSlug":"large"}

କରୋନା ଭୟ ମନରୁ ଲିଭିନଥିବା ବେଳେ ପୁଣି ଏକ ବାତ୍ୟାର ମୁକାବିଲା କରିବାକୁ ଯାଉଛି ଓଡ଼ିଶା । ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫାନ୍ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି । କରୋନା ସମୟରେ ଦୋକାନ ବଜାର ବନ୍ଦ ରହୁଥିବାରୁ ଲୋକେ ଅଧିକ ଜିନିଷ କିଣି ଘରେ ମହଜୁଦ ରଖୁଥିଲେ । ଆଉ ଏବେ ବାତ୍ୟା ଖବର ଶୁଣିବା ପରେ ଲୋକେ ଭୟଭୀତ । କଟକ ଛତ୍ରବଜାରରୁ ଗାଏବ୍ ହେବାରେ ଲାଗିଛି ଆଳୁ । କିଏ ସାଇକେଲରେ ତ ଆଉ କିଏ ଗାଡିରେ ବସ୍ତା ବସ୍ତା ଆଳୁ ବୋହି ନେଉଛନ୍ତି । ପଡୋଶୀ ଜିଲ୍ଲା ଗାଡି ଲଗାଇ ଆଳୁ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ବାତ୍ୟା ପାଇଁ ବେଙ୍ଗଲରୁ ଆଳୁ କମ୍ ଆସୁଥିବାରୁ ଦର ବଢିଥିବା କହିଛି ଛତ୍ର ବଜାର ବ୍ୟବସାୟୀ ସଂଘ ।

{"id":271772,"sizeSlug":"large"}

ସେପଟେ ବାତ୍ୟା ଅମ୍ଫାନକୁ ନେଇ ଭୟଭୀତ ନହେବାକୁ ଜିଲ୍ଲାପାଳ କହିଛନ୍ତି । ବାତ୍ୟା ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ସମ୍ପୂଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ । କରୋନା ସମୟରେ ଏଭଳି ଏକ ବାତ୍ୟା ସମ୍ଭାବନା ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

{"id":271773,"sizeSlug":"large"}

ବାତ୍ୟା ଅମ୍ଫାନ ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟାରେ ପଶ୍ଚିମବଙ୍ଗର ସାଗର ଆଇଲ୍ୟାଣ୍ଡ ଓ ବାଂଲାଦେଶର ହାତିଆ ଆଇଲ୍ୟାଣ୍ଡ ମଝିରେ ଲ୍ୟାଣ୍ଡଫଲ୍ କରିବ । କିନ୍ତୁ ୧୯ ତାରିଖଠୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.