ଆଳୁ ୪୫କୁ ପିଆଜ ୭୫, ଡାଲି-ତେଲ କଥା ନକହିବା ଭଲ : ଉତ୍ପାଦନ ବୃଦ୍ଧି ନହେଲେ ଜାରି ରହିବ ସଙ୍କଟ

Published By : Prameya-News7 Bureau | November 04, 2020 IST

ଭୁବନେଶ୍ବର ୪/୧୧: ବୋଝ ଉପରେ ନଳିତା ବିଡ଼ା। ଆଳୁ ୪୫କୁ ପିଆଜ ୭୫। କରୋନା କାଳରେ ପରିବାର ଆକାଶ ଛୁଆଁ ଦର ଲୋକଙ୍କ ମେରୁଦଣ୍ଡ ଭାଙ୍ଗିପକାଇଛି। ଏକ କିଲୋ ବଦଳରେ ଅଢ଼େଇଶ ନେଇ ଘରକୁ ଫେରୁଛନ୍ତି ଗ୍ରାହକ। ନିତ୍ୟ ବ୍ୟବହାର୍ଯ୍ୟ ପନି ପରିବାର ଦରଦାମ ବୃଦ୍ଧି ପାଇଁ ପରିବାର ଚଳାଇବା ବି ମୁସ୍‌କିଲ ହୋଇପଡ଼ିଛି। କେବଳ ଆଳୁ, ପିଆଜ ନୁହେଁ ବରଂ ଡାଲି, ତେଲ , ରେଟ୍‌ ଉପରମୁହାଁ। ପଖାଳ କଂସା ପାଇଁ ପିଆଜ ଟିକେ ଯୋଗାଡ଼ ପାଇଁ ଆଉ ସାହାସ ଜୁଟାଇପାରୁନି ଗରିବ ପରିବାରଟିଏ । ସେପଟେ ଧର୍ମମାସ କାର୍ତ୍ତିକରେ ଆମିଷ ବର୍ଜନ କରିଥିବା ଲୋକେ ପରିବା ଦର ଦେଖି ଛାନିଆ । ମାର୍କେଟ୍‌ରେ କୌଣସି ପରିବା ୫୦ଟଙ୍କା ତଳକୁ ନାହିଁ । ଏଭଳି ପରିସ୍ଥିତିରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ରାଜ୍ୟ ଯୋଗାଣ ବିଭାଗ । ବିଭାଗର ନିୟନ୍ତ୍ରଣ ନଥିବାରୁ ମନଇଚ୍ଛା ଦର କଷୁଛନ୍ତି ବେପାରୀ ।

{"id":356194,"sizeSlug":"large"}

ଯେତେବେଳେ ଏସବୁ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ଆମ ରାଜ୍ୟ ଓଡ଼ିଶା ନିର୍ଭରଶୀଳ ସେତେବେଳେ ପ୍ରତିବର୍ଷ ଆମକୁ ଏମିତି ଦରବୃଦ୍ଧିର ସାମ୍ନା କରିବାକୁ ହେଉଛି । ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆଳୁ, ମହାରାଷ୍ଟ୍ର , କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ଭଳି ରାଜ୍ୟରୁ ପିଆଜ ଆସିଲେ ଯାଇ ଆମେ ଖାଉଛନ୍ତି । ଏମିତିରେ ସେସବୁ ରାଜ୍ୟରେ ଚାଷ ପ୍ରଭାବିତ ହେଲେ ଆମ ରାଜ୍ୟରେ ଦର ବଢ଼ିବା ସ୍ବଭାବିକ ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

 ।  ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନର ବାଟ ବାହାର କରିବାରେ ବିଫଳ ହୋଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କଟକରେ ଆଜି ବିକ୍ଷୋଭ କରିଛନ୍ତି କଂଗ୍ରେସ ଆଉ ଏସୟୁସିଆଇ ।

{"id":356196,"sizeSlug":"large"}

ଅନ୍ୟପଟେ ସଆୁବେଳେ ଅନ୍ୟ ଉପରେ ନିର୍ଭର କଲେ ବେଳେ ବେଳେ ଉପାସ ରହିବାକୁ ମଧ୍ୟ ପଡ଼ିପାରେ । ଏକଥାକୁ ବୋଧହୁଏ ରାଜ୍ୟ ସରକାର ଏପର୍ଯ୍ୟନ୍ତ ବୁଝିନାହାନ୍ତି । ରାଜ୍ୟବାସୀଙ୍କ ଆବଶ୍ୟକତା ପୂରଣ ପାଇଁ ଆମ ରାଜ୍ୟରେ କିଭଳି ଆଳୁ ପିଆଜ ଉତ୍ପାଦନକୁ ବୃଦ୍ଧି କରାଯାଇପାରିବ, କିଭଳି ଏହାର ସଂରକ୍ଷଣ କରାଯାଇପାରିବ ସେଥି ପ୍ରତି ସରକାର ଗୁରୁତ୍ବ ନଦେଲେ ପ୍ରତିବର୍ଷ ଆମକୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.