ଆରବିଆଇଙ୍କ ନୀତି ଘୋଷଣା ପରେ ଖସିଲା ସେୟାର ବଜାର, ନିବେଶକ ହରାଇଲେ ୨.୧୯ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | June 06, 2019 IST

ମୁମ୍ବାଇ ୬।୬: ଭାରତୀୟ ରିଜର୍ଭ ବ୍ୟାଙ୍ଗ ଗୁରୁବାର ନୀତିସମୀକ୍ଷା କରିବା ପରେ ସେୟାର ବଜାରରେ ଭାରି ହ୍ରାସ ଦେଖା ଦେଇଛି। ବ୍ୟାଙ୍କିଙ୍ଗ ସେୟାର ସହିତ ଅନ୍ୟ ସେୟାରର ଭାରି କିଣାବିକା ଯୋଗୁ କାରବାର ଶେଷରେ ସେନସେକ୍ସ ୫୫୩.୮୨ ଅଙ୍କକୁ ଖସି ୩୮୫୨୯.୭୨ରେ ବନ୍ଦ ହୋଇଯାଇଛି । ସେପଟେ ନିଫ୍ଟି ୧୭୭.୯୦  ହ୍ରାସ ହୋଇ ୧୧,୮୪୩.୭୫ରେ ବନ୍ଦ ହୋଇଥିବା ବେଳେ  ସେନସେକ୍ସ ଓ ନିଫ୍ଚିରେ ଏଭଳି ହ୍ରାସ ଚଳିତ ବର୍ଷର ପ୍ରଥମ ଘଟଣା ବୋଲି କୁହାଯାଇଛି। ଫଳରେ ବଜାରରେ ନିବେଶକ ଗୋଟିଏ ଦିନରେ  ୨.୧୯ଲକ୍ଷ କୋଟି ହରାଇଛନ୍ତି।

{"id":120371}

ତେବେ ସେୟାର ବଜାରରେ ସବୁଠୁ ଅଧିକ ହ୍ରାସ ହୋଇଛି କ୍ୟାପିଟଲ ଗୁଡସ ଜେପରିକି ରିଏଲଟି, ଅଟୋ ଓ ସିମେଣ୍ଟ ସେୟାରରେ।  ଅନ୍ୟପଟେ ଡିଏଚଏଫଏଲ ବଣ୍ଡ ଡିଫଲ୍ଟ ହେବା ଯୋଗୁ ଅନ୍ୟ ଏନବିଏଫସି ପାଇଁ ଚିନ୍ତା ଜନକ ପରିସ୍ଥିତି ସୃ,୍ଟି କରିଛି।  ଗୁରୁବାରର ବଜାର ପରିସ୍ଥିତିରୁ ଆଗାମୀ ଦିନରେ ଏନବିଏଫସି କମ୍ପାନୀମାନଙ୍କ ପ୍ରଦର୍ଶନ ନେଇ ଏବେ ନିବେଶକ ଚିନ୍ତାରେ ପଡିଲେଣି।

{"id":120376,"width":583,"height":326}

ବଜାରରେ ଏଭଳି ହ୍ରାସ ଯୋଗୁ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ମୋଟ କ୍ୟାପିଟାଲାଇଜେସନ ୧,୫୩,୨୦,୩୬୭.୨୧ କୋଟି ଟଙ୍କାରେ ପହଞ୍ଚିଛି। ବୁଧବାର ପର୍ଯ୍ୟନ୍ତ ଏହି ମାର୍କେଟ କେପ ଥିଲା ୧,୫୫,୪୧,୪୩୧.୩୧ କୋଟି ଟଙ୍କା। ଅର୍ଥାତ ଦିନକରେ ବଜାରରେ ନିବେଶକଙ୍କ ବୁଡିଛି ୨.୧୯ ଲକ୍ଷ କୋଟି ଟଙ୍କା। ଏଥିରେ ସବୁଠୁ ଅଧିକ ହ୍ରାସ ହୋଇଛି ବ୍ୟାଙ୍କ ସେୟାରରେ। ବ୍ୟାଙ୍କ ନିଫଟିରେ ସର୍ବାଧିକ ୬୫୦ ପଏଣ୍ଟ ହ୍ରାସ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.