Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

୮ କମ୍ପାନୀର ମାର୍କେଟ କ୍ୟାପ୍‌ ୧.୩୯ ଲକ୍ଷ କୋଟି ଟଙ୍କା ବଢ଼ିଲା, ସବୁଠୁ ଆଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

30/05/2021 at 4:14 PM

ନୂଆଦିଲ୍ଳୀ ୩୦/୫: ଦେଶର ସବୁଠୁ ମୂଲ୍ୟବାନ ୧୦ କମ୍ପାନୀ ମଧ୍ୟରୁ ୮ରେ ମାର୍କେଟ କ୍ୟାପିଟାଲାଇଜେସନ୍‌ରେ ଗତ ସପ୍ତାହରେ ସଂଯୁକ୍ତ ଭାବେ ୧,୩୯,୫୬୬.୫୨ କୋଟି ଟଙ୍କା ବଢ଼ିଛି । ଏଥିରେ ସର୍ବାଧିକ ଲାଭ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ (ଆରଆଇଏଲ୍‌), ଟିସିଏସ୍‌ (ଟିସିଏସ୍‌) ଏବଂ ଇନଫୋସିସ୍‌କୁ ହୋଇଛି। ସାପ୍ତାହିକ ଆଧାରରେ ବିଏସଇ ସେନସେକ୍ସ ୮୮୨.୪୦ ଅଙ୍କ ଅର୍ଥାତ ୧.୭୪ ପ୍ରତିଶତ ମଜଭୁତ ହୋଇଛି ।

କେବଳ ଦୁଇଟି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ଏବଂ ବାଜାଜ ଫାଇନାନ୍ସର ମାର୍କେଟ କ୍ୟାପ୍‌​‌ରେ ଶୁକ୍ରବାର ସାମାନ୍ୟ କ୍ଷତି ଦେଖିବାକୁ ମିଳିଛି । ଲାଭ ମାମଲାରେ ଆଗରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ମୂଲ୍ୟ ୫୯,୫୯୦.୭୭ ଅଙ୍କ ବଢ଼ି ୧୩,୨୮,୦୪୯.୯୪ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ଟାଟା କନସଲ୍‌ଟେନ୍ସି ସର୍ଭିସେସ୍‌ର ମାର୍କେଟ କ୍ୟାପ୍‌ ୧୧,୬୩,୦୧୮.୭୪ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଇନଫୋସିସ୍‌ର ଏମ କ୍ୟାପ୍‌ ୨୧,୩୯୫.୨୭ କୋଟି ବଢ଼ି ୫,୯୮,୬୦୪.୧୦ କୋଟି ଟଙ୍କାରେ ପହଞ୍ଚିଛି।

ଏହା ବ୍ୟତୀତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, କୋଟାକ ମହିନ୍ଦ୍ରା, ଏଚଡିଏଫସିର ମଧ୍ୟ ମାର୍କେଟ କ୍ୟାପ୍‌ ବଢ଼ିଛି। ଏହା ସହ ଆଇସିଆଇସିଆଇ, ହିନ୍ଦୁସ୍ତାନ ୟୁନିଲିଭର, ବାଜାଜ ଫାଇନାନ୍ସର ମଧ୍ୟ ଏମ କ୍ୟାପ୍‌ ବଢ଼ିଥିବା ଜଣାପଡ଼ିଛି। ତେବେ ଶୀର୍ଷ ୧୦ ସୂଚୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆଗରେ ରହିଛି। ଏହା ପରେ ଟାଟା, ଏଚଡିଏଫସି, ଇନଫୋସିସ୍‌, ହିନ୍ଦୁସ୍ତାନ ୟୁନିଲିଭର, ଏଚଡିଏଫସି, ଆଇସିଆଇସିଆଇ, ଏସବିଆଇ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ବାଜାଜ ଫାଇନାନ୍ସ ରହିଛି।  

   Related Posts