Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାର୍କେଟ୍ ବିଲ୍ଡିଂ ସିଲ୍: କୋହଳ ବେଳେ ସୀମା ଟପିଲେ, ମାନିଲେନି କୋଭିଡ୍ ଗାଇଡଲାଇନସ୍, ପୁରା ବନ୍ଦ କଲା ବିଏମସି

12/06/2020 at 4:07 PM

ଭୁବନେଶ୍ୱର, ୧୨|୦୬:  ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ । କରୋନା କଟକଣା, ସାମାଜିକ ଦୂରତା ଆଦି ଗାଇଡଲାଇନ୍ ନମାନିବାରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରି ଦେଇଛନ୍ତି ବିଏମସି କମିଶନର ।

ରାଜ୍ୟ ସରକାର ଶୁକ୍ରବାର ପାଇଁ ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରଜ ପାଇଁ କିଣାକିଣି ପାଇଁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହାକୁ ବେଖାତିର କରି ରାଜଧାନୀର ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକମାନେ କିଣାକିଣି କରିବା ବେଳେ ସାମାଜିକ ଦୂରତା ଓ କରୋନା କଟକଣାକୁ ଖାତିର କରିନଥିଲେ ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି ।

ଆଜି ରଜ ବଜାରକୁ ନଜରରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ଗହଳି ଚହଳି ଲାଗି ରହିଛି । ଅନେକ ସ୍ଥାନରେ ଲୋକମାନେ କିଣାକିଣି ବେଳେ ସାମାଜିକ ଦୂରତାକୁ ପାଳନ କରୁନାହାଁନ୍ତି । ଏପରିକି ବ୍ୟବସାୟୀମାନେ ମଧ୍ୟ ଏଥିପ୍ରତି ଯତ୍ନବାନ ନାହାଁନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ରାଜଧାନୀର ବିଭିନ୍ନ ଦୋକାନକୁ ଗାଇଡଲାଇନ୍ ପାଳନ ନକରିବାରୁ ବିଏମସି ସିଲ୍ କରିଥିଲା ।

   Related Posts