Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଘଟଣା , ୩ ଅଭିଯୁକ୍ତଙ୍କ ବିରୋଧରେ NSA ଲାଗୁ

23/01/2020 at 2:39 PM

ଭୁବନେଶ୍ବର ୨୩ ।୦୧ – ମାର୍କେଟ ବିଲ୍ଡିରେ ଭଙ୍ଗାରୁଜା ଘଟଣାରେ ୩ ଅଭିଯୁକ୍ତଙ୍କ ବିରୋଧରେ NSA ଲାଗୁ କଲା କମିଶନରେଚଟ ପୋଲିସ । ଚନ୍ଦନ ଦାସ, ବିଶ୍ବନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁରଙ୍କ ବିରୋଧରେ ଲାଗିଲା NSA । ଗତ ୧୦ ତାରିଖରେ ମାର୍କେଟ୍ ବିଲ୍ଡିଂରେ ପଶି ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ ।

ସୂଚନା ଯୋଗ୍ୟ ପୂର୍ବରୁ ଭୁବନେଶ୍ବର ମାର୍କେଟ୍ ବିଲଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ୧୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ବଡଗଡ ଅଞ୍ଚଳର ବୋଲି ଜଣାପଡିଛି ।

ଏହି ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀଙ୍କୁ ପିଟିଥିଲେ । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୋକାନର ସରଞ୍ଜାମ ଭଙ୍ଗାରୁଜା କରିଥିଲେ । ଦୁର୍ବୃତ୍ତଙ୍କ ଆଖିବୁଜା ମାଡରେ ଲହୁଲୁହାଣ ଦୋକାନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଜାନୁଆରୀ ୧୦ ତାରିଖ ଶୁକ୍ରବାର ସମୟ ସନ୍ଧ୍ୟା ୬ଟା ୩୦ମିନିଟ୍ । ଖଚାଖଚ ଭିଡ ଥିବା ମାର୍କେଟ୍ ବିଲଡିଂରେ ଶୁଭିଲା କାଚଭଙ୍ଗାଠୁ ଆରମ୍ଭ କରି ପିଟାପିଟିର ଶବ୍ଦ। ଏହାର ଶବ୍ଦ ଯେତିକି ଥିଲା ତାଠୁ ବେଶୀ ଶୁଭୁଥିଲା ଲୋକଙ୍କ ଚିତ୍କାର। କାରଣ ମାର୍କେଟ୍  ବିଲଡିଂକୁ ପଶି ଆସିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ଆରମ୍ଭ କରିଦେଇଥିଲେ ଆତଙ୍କରାଜ। ମାର୍କେଟ୍ ବିଲଡିଂ ଭିତରକୁ ଧସେଇ ପଶିଥିଲେ ମୁଖା ପିନ୍ଧା ଦୁର୍ବୃତ୍ତ।  ଆଉ ଆଗରେ ଯାହା ଦୋକାନ ପଡିଲା ମନଇଚ୍ଛା ଭାଙ୍ଗିଚାଲିଥିଲେ  ।

ଖାଲି ଦୋକାନ ଭାଙ୍ଗୁନଥିଲେ, ସାମ୍ନାରେ ଯିଏ ପଡିଲା ସିଏ ବି ପାଉନଥିଲା ନିସ୍ତାର । ଏପରିକି ପୋଲିସ ମଧ୍ୟ ଏମାନଙ୍କର ଆକ୍ରମଣରୁ ବର୍ତ୍ତିପାରିନଥିଲା । ଖଣ୍ଡା, ଫାର୍ଶା, ହକି ଷ୍ଟିକ୍, କାଠ ବେଣ୍ଟ ଧରି ପାଖାପାଖି ଘଣ୍ଟାଏ ଚଳାଇଥିଲେ ଆତଙ୍କରାଜ । ଉଠା ଦେକାନୀଙ୍କ  ପାଖରୁ ଖାଉଥିବାବେଳେ ଓ କିଣୁଥିବାବେଳେ ଛିନଛତ୍ର ଦେଇଥିଲେ ଗ୍ରାହକ । ଏଭଳି ଦୃଶ୍ୟ ଦେଖି  ମାର୍କେଟ୍ ବିଲଡିଂର ଅନ୍ୟ ଦୋକାନୀମାନେ ସଟ୍ଟର ମଧ୍ୟ ପକାଇଦେଇଥିଲେ ।

   Related Posts